କେଉଁ ରୁଦ୍ରାକ୍ଷର କଣ ରହିଛି ଲାଭ ଓ କେମିତି ଚିହ୍ନିବେ ଏହାକୁ

ରୁଦ୍ରାକ୍ଷ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ମନ୍ୟୁଷ ଜାତିକୁ ଅମୂଲ୍ୟ ଉପହାର ଅଟେ । ଏହା ଭଗବାନ ଶିବଙ୍କର ଅଂଶ ଅଟେ । ତେଣୁ ସମସ୍ତେ ମାନନ୍ତି କି ରୁଦ୍ରାକ୍ଷ ଧାରଣ କରିବା ଭଗବାନ ଶିବଙ୍କୁ ପାଇବା ସହ  ସମାନ ହୋଇଥାଏ । ଅଧିକାଂଶ ଲୋକ ଏହାକୁ ଧାରଣ କରନ୍ତି ହେଲେ ଧାରଣ ସମୟରେ କିଛି କଥାକୁ ଧ୍ୟାନ ଦେଇ ନଥାନ୍ତି । ଆଜି ଆମେ ଆପଣଙ୍କୁ ରୁଦ୍ରାକ୍ଷ ସମ୍ପର୍କିତ କିଛି କଥା କହିବୁ । ସର୍ବ ପ୍ରଥମେ ଜାଣି ରଖନ୍ତୁ କି ରୁଦ୍ରାକ୍ଷ ବିଭିନ୍ନ ପ୍ରକାରର ହୋଇଥାଏ । ଆସନ୍ତୁ ଜାଣିବା ରୁଦ୍ରାକ୍ଷର ବିଭିନ୍ନ ପ୍ରକାର ସବୁ କଣ

ଏକମୁଖି ରୁଦ୍ରାକ୍ଷ-

ଏହାକୁ ଭଗବାନ ଶିବଙ୍କ ସ୍ଵରୁପ କୁହାଯାଏ । ଯେଉଁଠି ଏହି ରୁଦ୍ରାକ୍ଷ ପୂଜା କରାଯାଏ ସେହି ସ୍ଥାନକୁ ଛାଡି ମା’ ଲକ୍ଷ୍ମୀ କେବେ ବି ଯାଆନ୍ତି ନାହିଁ । ଏହାର ଅର୍ଥ ଯେଉଁ ବ୍ୟକ୍ତି ଏକମୁଖି ରୁଦ୍ରାକ୍ଷକୁ ଧାରଣ କରନ୍ତି ସେ କେବେବି ଗରିବ ହୁଅନ୍ତି ନାହିଁ ।

ଦୁଇମୁଖୀ ରୁଦ୍ରାକ୍ଷ-

ଏହାକୁ ଯିଏ ଧାରଣ କରେ ତାର ସବୁ ମନବାଞ୍ଛା ପୂରଣ ହୋଇଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ନମଃ ।

ତିନିମୁଖୀ ରୁଦ୍ରାକ୍ଷ-

ଶିବ ପୁରାଣ ଅନୁସାରେ ଏହା ସଫଳତା ଦେଇଥାଏ ଓ ଏହା ବିଦ୍ୟା ପ୍ରାପ୍ତିରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ କ୍ଲିଂ ନମଃ ।

ଚାରିମୁଖୀ ରୁଦ୍ରାକ୍ଷ-

ଶିବ ପୁରାଣ ଅନୁସାରେ ଏହା ବ୍ରହ୍ମାଙ୍କ ସ୍ଵରୁପ ଅଟେ । ଏହାର ଦର୍ଶନ ବା ସ୍ପର୍ଶରେ ଧର୍ମ କର୍ମ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ନମଃ ।

ପଞ୍ଚମୁଖୀ ରୁଦ୍ରାକ୍ଷ-

ଏହା କାଳଅଗ୍ନି ରୁଦ୍ର ସ୍ଵରୁପ ଅଟେ । ଏହା ସବୁ କିଛି କରିବାକୁ ସମର୍ଥ ହୋଇଥାଏ । ଏହାକୁ ଧାରଣ କଲେ ମାନସିକ ଶକ୍ତିର ବିକାଶ ହୋଇଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ନମଃ ।

ଛଅମୁଖୀ ରୁଦ୍ରାକ୍ଷ-

ଏହା ଭଗବାନ୍ କାର୍ତ୍ତିକଙ୍କ ସ୍ଵରୁପ ଅଟେ । ଏହାକୁ ଧାରଣ କଲେ ସବୁ ପାପ କ୍ଷୟ ହୁଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ହୁଂ ନମଃ ।

ସାତମୁଖୀ ରୁଦ୍ରାକ୍ଷ-

ଯଦି ଗରିବ ଏହାକୁ ବିଧିପୂର୍ବକ ପିନ୍ଧନ୍ତି ତ ସେ ବି ଧନବାନ୍ ହୋଇ ଯାଆନ୍ତି । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ନମଃ ।

ଅଷ୍ଟମୁଖୀ ରୁଦ୍ରାକ୍ଷ-

ଏହା ଅଷ୍ଟମୂର୍ତ୍ତି ଭୈରବଙ୍କ ସ୍ଵରୁପ ଅଟେ । ଏହାକୁ ଧାରଣ କରିଥିବା ମଣିଷର ପୂର୍ଣ୍ଣ ଆୟୁ ହୋଇଥାଏ ଓ ଅକାଳ ମୃତ୍ୟୁ ଭୟରୁ ମୁକ୍ତି ମିଳିଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହୁଂ ନମଃ ।

ନଅମୁଖୀ ରୁଦ୍ରାକ୍ଷ-

ଏହାକୁ ଧାରଣ କଲେ କ୍ରୋଧ ଉପରେ ନିୟନ୍ତ୍ରଣ ରହିବା ସହିତ ଜ୍ଞାନ ପ୍ରାପ୍ତି ମଧ୍ୟ ସମ୍ଭବ ହୋଇଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ହୁଂ ନମଃ ।

ଦଶମୁଖୀ ରୁଦ୍ରାକ୍ଷ-

ଏହା ଭଗବାନ ବିଷ୍ଣୁଙ୍କ ରୂପ ଅଟେ । ଶିବ ପୁରାଣ ଅନୁସାରେ ଏହାକୁ ଧାରଣ କରିଥିବା ମଣିଷର ସବୁ ଇଛା ପୂରଣ ହୋଇଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ନମଃ ।

ଏଗାରମୁଖୀ ରୁଦ୍ରାକ୍ଷ-

ଏହା ରୁଦ୍ରଙ୍କ ରୂପ ଅଟେ । ଏହାକୁ ଧାରଣ କଲେ ବିଜୟ ପ୍ରାପ୍ତ ହୋଇଥାଏ । କୌଣସି କ୍ଷେତ୍ରରେ ତାଙ୍କର ହାର ହୋଇନଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ହୁଂ ନମଃ ।

ବାରମୁଖୀ ରୁଦ୍ରାକ୍ଷ-

ଏହାକୁ ଧାରଣ କରିଥିବା ବ୍ୟକ୍ତିଙ୍କ ଜୀବନରେ କେବେ ଇଜ୍ଜତ, ସମ୍ମାନ ବା ଟଙ୍କା କୌଣସି ବି ଜିନିଷର ଅଭାବ ରହି ନଥାଏ । ଏହାର ମନ୍ତ୍ର ଓଁ କ୍ରୋଂ କ୍ଷୋଂ ରୋଂ ନମଃ ।

ତେରମୁଖୀ ରୁଦ୍ରାକ୍ଷ-

ଏହା ବିଶ୍ଵ ଦେବତାଙ୍କ ରୂପ ଅଟେ । ଏହାକୁ ଧାରଣ କରି ମନୁଷ୍ୟ ସୈାଭାଗ୍ୟ ଓ ମଙ୍ଗଳ ଲାଭ କରିଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ହ୍ରିଂ ନମଃ ।

ଚଉଦମୁଖୀ ରୁଦ୍ରାକ୍ଷ-

ଏହା ପରମ ସ୍ଵରୁପ ଅଟେ । ଏହାକୁ ଧାରଣ କଲେ ବ୍ୟକ୍ତିର ସବୁ ପାପ ନାଶ ହୋଇଥାଏ । ଏହାକୁ ଧାରଣ କରିବା ମନ୍ତ୍ର ଓଁ ନମଃ । ରୁଦ୍ରାକ୍ଷ ସମ୍ବଧୀୟ ଏହି ଲେଖାଟି ଆପଣଙ୍କୁ ଯଦି ଭଲଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ପେଜକୁ ଲାଇକ କରି ଆଗକୁ ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *