ଶ୍ରୀଲଙ୍କା କ୍ଯାପଟେନ Dasun Shanaka ଦେଲେ ଚାଞ୍ଚଲ୍ୟକର ବୟାନ, Kuldeep Yadav ଙ୍କୁ ନେଇ ଯାହା କହିଲେ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ପ୍ରେମୀଙ୍କ ପାଇଁ କ୍ରିକେଟର ନୂଆ ନୂଆ ଅପଡେଟ ଜାଣିବା ବହୁତ ହିଁ ଭଲ ଲାଗିଥାଏ । କାରଣ ସେ କ୍ରିକେଟ ଖେଳକୁ ଉପଭୋଗ କରିବା ସହିତ କ୍ରିକେଟର ମାନଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଇଥାନ୍ତି । ତେବେ ସେହିଭଳି କିଛି କ୍ରିକେଟ ସମ୍ପର୍କିତ ତଥ୍ୟ ନେଇକରି ଆସିଛୁ । ଚାଲନ୍ତୁ ଆଲୋଚନା କରିବା । ଇଡେନଗାର୍ଡେନରେ ଖେଲାଯାଇଥିବା ଦିତୀୟ  ମ୍ଯାଚରେ ଶ୍ରୀଲଙ୍କାକୁ ଭାରତ ପରାସ୍ତ କରିଦେଇଥିଲା ।

ଯାହାକି ୪ ୱିକେଟରେ ହିଁ ଶ୍ରୀଲଙ୍କା ଟିମକୁ ଭାରତୀୟ ଟିମ ହରାଇ ଦେଇଥିଲା । ତେବେ ଏହି ମ୍ଯାଚ ପରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ସନକା କୁଳଦୀପ ଯାଦଭଙ୍କୁ ନେଇ ଏକ ମନ୍ତବ୍ୟ ରଖିଛନ୍ତି । ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରି ୩୯ ଓଭର ୪ ବଳରେ ସମସ୍ତ ୱିକେଟ ହରାଇଥିଲେ । ୨୧୫ ରନ ସ୍କୋର କରିଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ଦଳ ୪୩ ଓଭର ୨ ବଲରେ ୨୧୯ ରନ ସ୍କୋର କରି ମ୍ଯାଚ ଜିତିଯାଇଥିଲେ ।

ଭାରତ ମଧ୍ୟ ଏହି ଛୋଟ ଲକ୍ଷକୁ ପୂରଣ କରିବାକୁ ଯାଇ ଭଲ ଆରମ୍ଭ କରିନଥିଲା । ୧୪ ଓଭରରେ ହିଁ ଭାରତର ୪ ୱିକେଟ ଖସିଯାଇଥିଲା । ଏହାପରେ ସାବଧାନତାର ସହ ବ୍ୟାଟିଂ କରୁଥିବା ବେଳେ KL ରାହୁଲ ନିଜର ଅର୍ଦ୍ଧ ଶତକ ପୂରଣ କରିଥିଲେ । କୁଳଦୀପ ଯାଦଭଙ୍କ ସହିତ KL ରାହୁଲ ସପ୍ତମ ୱିକେଟ ପାଇଁ ଅପରାଜିତ ୨୮ ରନର ଭାଗୀଦାର ହୋଇଥିଲେ । ତାପରେ ଭାରତୀୟ ଦଳ ପାଇଁ ବିଜଯ ଆସିଥିଲା ।

KL ରାହୁଲ ୬୪ ରନ ସ୍କୋର କରିଥିଲେ । କୁଳଦୀପ ଯାଦଭ ଓ ମହମଦ ସିରାଜ ବୋଲିଂରେ ବହୁତ ଭଲ ପଦର୍ଶନ କରିଥିଲେ । ତେବେ କୁଳଦୀପ ଯାଦଭ ଶ୍ରୀଲଙ୍କା ଦଳର ୩ ଟି ବଡ ୱିକେଟ ହାସଲ କରିଦେଇଥିଲେ । ତେବେ ଏହି ସବୁ ପ୍ରସଙ୍ଗକୁ ନେଇ ଶ୍ରୀଲଙ୍କା ଦଳର ଅଧିନାଯକ କୁଳଦୀପ ଯାଦଭଙ୍କୁ ପ୍ରସଂଶା କରିଥିଲେ । ଏହା ସହିତ କୁଳଦୀପ ଯାଦଭଙ୍କୁ ଭାରତୀୟ ଦଳରେ ସବୁବେଳେ ଶିଯୋଗ ମିଳିବା ଉଚିତ ବୋଲି ସେ କହିଥିଲେ ।

ତେବେ ଏପରି କିଛି ମନ୍ତବ୍ୟ ଶ୍ରୀଲଙ୍କା ଅଧିନାଯକ ଦାସୁନ ସନକା ଭାରତୀୟ ପ୍ଲେୟାର କୁଳଦୀପ ଯାଦଭଙ୍କ ବିଷୟରେ ବଡ ବୟାନ ଦେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *