‘କଷ୍ଟ ଲାଗିଲେ ବି ସତ ! ଆମର ସ୍ଥିତି ଆଜି ଏମିତି ହେଇଛି କି ଆମେ…’ ଦେଖନ୍ତୁ Barabati ର ହକି ଉଦ୍ଘାଟନ ପ୍ରୋଗ୍ରାମକୁ ନେଇ କଣ କହିଲେ ମନୋଜ ମିଶ୍ର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହକି ମ୍ଯାଚର ଉଦ୍ଘାଟନୀ ପର୍ବକୁ ବହୁତ ଧୂମଧାମରେ ପାଳନ କରାଯାଇଛି । ଯାହାକି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଟିତ କରଯାଇଥିଲା । ଯେଉଁଠାରେ ବଲିଉଡ ଓ ଓଲିଉଡର ସୁପରଷ୍ଟାର ମାନେ ନିଜ ନିଜର ଜଲ୍ବା ଦେଖାଇଥିଲେ । ତେବେ ଏହି ହକି ମ୍ଯାଚର ଇନାଗୋରେସନ କାର୍ଯ୍ୟକ୍ରମରେ ଭଲ ଭାବରେ ହୋଇଥିଲେ । ହେଁ ଏଥିପାଇଁ କିଛି ଏପରି ପ୍ରସଙ୍ଗ ଆସିଛି ଯାହା ଚର୍ଚାର ପରିସର ଭୁକ୍ତ ହୋଇଛି ।

ତେବେ ଯେଉଁଥିରେ ଓଡିଶାର ଜଣେ ସୁପରିଚିତ ଅଭିନେତା ମନୋଜ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଅଭିନେତା ମନୋଜ ମିଶ୍ରଙ୍କର କହିବା ଅନୁସାରେ ବାରବାଟୀ ଷ୍ଟାଡିୟମରେ ବହୁତ ଭବ୍ୟ ଭାବରେ ଆଡମ୍ବର ସହକାରେ ହକି ମ୍ଯାଚର ଇନାଗୋରେସନ କାର୍ଯ୍ୟକ୍ରମଟି କରଯାଇଥିଲା । ଯାହା ଦେଶବ୍ୟାପୀ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।  ତେବେ ଏଥିରେ ବଲିଉଡ ଓ ଅଲିଉଡର କେତେ ଜଣ ବଛା ବଛା କଳାକାର ମାନଙ୍କୁ ମଧ୍ୟ ସ୍ଟେଜ ପ୍ରୋଗ୍ରାମ କରିବାର ସୁଯୋଗ ମିଳିଥିଲା  ।

ତେବେ ଏଠାରେ ବହୁ ଲୋକଙ୍କର ପ୍ରଶ୍ନ ରହୁଛି । ଏହା କି ଯେ ସନ୍ଧ୍ୟା ୬ ରୁ ୮ ମଧ୍ୟରେ ଯେଉଁ ମେନ୍ ଟାଇମିଙ୍ଗ ଥିଲା । ଯେଉଁ ସମୟରେ ନେସନାଲ ଟେଲିକାଷ୍ଟ ହୋଇଥିଲା । ସେହି ସମୟରେ ଓଡିଶା ଷ୍ଟାର ମାନଙ୍କୁ ସ୍ଟେଜରେ ପଫର୍ମ କରିବାର ସୁଯୋଗ ମିଳିନଥିଲା । ତେବେ ଇଭେଣ୍ଟରେ ମୁଖ୍ୟ ସମୟ ଅବଧି ମଧ୍ୟରେ ଓଡିଶାର ପ୍ରୋଗ୍ରାମରେ ଓଡିଆ କଳାକାର ମାନେ ନେସନାଲ ଟେଲିକାଷ୍ଟ ସମୟରେ କଳା ପଦର୍ଶନ ନକରିବା ।

ଏହା ଓଡିଶା ପାଇଁ ଏକ ନିନ୍ଦନୀୟ ଖବର ଅଟେ । କାରଣ ଅନ୍ୟ ଯେଉଁ ରାଜ୍ୟରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହୋଇଥାନ୍ତା । ତେବେ ସେଠାକାର କଳାକାର ମାନଙ୍କୁ ନିହାତି ଭାବରେ ନେସନାଲ ଟାଇମିଙ୍ଗ ମଧ୍ୟରେ ସ୍ଟେଜରେ ପଫର୍ମ କରିବାର ଚାନ୍ସ ମିଳିଥାନ୍ତା । କାରଣ ସେଠାକାର କେତେ ଗୁଡିଏ ଫିଲ୍ମ ଗୁଡିକ ରାଷ୍ଟ୍ରୀୟ ସ୍ତରର ସ୍ଥାନ ମିଳିପାରିଛି । ତେବେ ଓଡିଆ ଫିଲ୍ମ ସେତେ ମାତ୍ରାରେ ଓଡିଶା ବାହାରେ ପ୍ରସିଦ୍ଧି ଲାଭ କରିପାରିନାହିଁ ।

ଯେଉଁ କାରଣରୁ ଓଡିଶା କଳାକାର ମାନେ ଓଡିଶା ବାହାରେ ଏତେ ମାତ୍ରାରେ ପରିଚିତ ହୋଇପାରୁନାହିଁ । ତେବେ ଅଭିନେତା ମନୋଜ ମିଶ୍ରଙ୍କର କହିବା ଅନୁସାରେ ଓଡିଆ ଫିଲ୍ମ ଏପରି ହେବା ଦରକାର । ଯେ ଯାହା ଓଡିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିପାରୁଥିବ । ତେବେ ଯାଇ ଓଡିଆ କଳାକାର ବାହାରେ ପରିଚିତ ହୋଇପାରିବେ । ତେବେ ଯାଇ ତାଙ୍କୁ ନେସନାଲ ଟାମିଙ୍ଗରେ ନିଜର କଳା ପଦର୍ଶନ କରିବାର ସୁଯୋଗ ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *