ଶ୍ରୀମନ୍ଦିରରେ ଚୋରି ! ବ୍ୟକ୍ତି ଜଣକ କିଛି ଏମିତି କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆଜି ପୁଣିଥରେ ଜଗନ୍ନାଥ ଧାମ ପୁରୀ ର ଶ୍ରୀମନ୍ଦିର ରେ ଘଟିଲା ଅଘଟଣ । ଶ୍ରୀମନ୍ଦିର ର ଆନନ୍ଦ ବଜାର ରେ ଘଟିଛି ଏଭଳି ଅଘଟଣ । ଜଣେ ଚାରି ବର୍ଷ ର ଛୁଆ ବେକ ରୁ ଚେନ ଛିଡ଼ାଇବା ସମୟରେ ତା’ର ପରିବାର ହାତରେ ଧରା ପଡ଼ିଲା ଲୁଟେରା । ପରେ ଲୁଟେରା ଠାରୁ ପୋଲିସ ଶିଶୁ ଭକ୍ତ ଙ୍କ ଲୁଟ ଚେନ ଜବତ କରିବା ସହିତ ଲୁଟେରା କୁ ଅଟକ ରଖି ଛାନବିନ କରିଛି ପୋଲିସ ।

ତେବେ ଏହି ସମ୍ବନ୍ଧରେ ଉକ୍ତ ଶିଶୁ ଙ୍କ ପିତା କଣ ବୟାନ ରଖିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଯେଉଁ ଶିଶୁ ର ଚେନ ଛଡ଼ାଇବା ପାଇଁ ଲୁଟେରା ଉଦ୍ୟମ କରିଥିଲା ସେହି ଶିଶୁ ର ପିତା କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ପ୍ରସାଦ ନେଉଥିଲେ । ସେ ହାତରେ ଏକ ଥାଳି ଧରିଥିଲେ ଏବଂ ତାଙ୍କ ସ୍ତ୍ରୀ ହାତରେ ଗୋଟିଏ ଥାଳି ଥିଲା ।

ପ୍ରସାଦ ର ପଇସା ଦେବା ବେଳେ ତାଙ୍କ ପୁଅ ର ବେକରେ ଥିବା ସୁନା ଚେନ ଓ ଲକେଟ କୁ ଛିଣ୍ଡାଇ ଲୁଟେରା ଜଣକ ପଳାଇ ଯାଉଥିଲା । ଯେତେବେଳେ ତାଙ୍କ ପୁଅ କାନ୍ଦିଲା ସେତେବେଳେ ସେ ଜାଣି ପାରିଲେ ଏହି ଲୁଟେରା କୁ ଗୋଡେଇ ଗୋଡେଇ ଧରିଲେ । ତେବେ ଲୁଟେରା ଜଣକ କହିବାନୁଯାୟୀ ତାଙ୍କ ପୁଅ ବେକ ରୁ ଆଉ ଜଣେ ଚେନ ଚୋରି କରୁଥିଲା ଏବଂ ସେ ଚେନ କୁ ଆଣିଥିଲେ ତାଙ୍କୁ ଦେବା ପାଇଁ ।

ସେ ଚୋରି କରି ନାହାନ୍ତି । ବର୍ତ୍ତମାନ ଶିଶୁ ଙ୍କ ବେକ ରେ କୌଣସି ଆଘାତ ହୋଇଛି କି ନୁହେଁ ସେହି ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଜଗନ୍ନାଥ ଙ୍କ ଧାମ ଶ୍ରୀମନ୍ଦିର ରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଯାହା ଭକ୍ତ ଙ୍କୁ ଦ୍ଵନ୍ଦ ରେ ପକାଇଛି ଯେ, ଏଭଳି କଣ ପାଇଁ ହେଉଛି ଏହି ଏହା ମାଧ୍ୟମରେ ପ୍ରଭୁ କଣ ସୂଚନା ଦେବାକୁ ଚାହୁଁଛନ୍ତି ।

ତେବେ ବର୍ତ୍ତମାନ ପୋଲିସ ଉକ୍ତ ଅଘଟଣ ର ଛାନବିନ କରୁଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସମ୍ବନ୍ଧରେ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *