ହେ ଭଗବାନ ! କି ଭୟଙ୍କର ଦୃଶ୍ଯ…ସେଲ୍ଫି ନେଉଥିଲେ ବୁଡ଼ି ଗଲେ ଅମାନିଆ ପର୍ଯ୍ୟଟକ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ଜାଣିଥିବେ ଯେ, ବର୍ତ୍ତମାନ ଲଗାତାର କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ଯାହା ଫଳରେ ସମୁଦ୍ର ଏବଂ ନଦୀ ରେ ପାଣି ର ମାତ୍ରା ବଢ଼ିବାରେ ଲାଗିଛି । ଏହା ସହିତ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଛି । ଯେଉଁ କାରଣରୁ ବର୍ଷା ପାଣି ର ପରିମାଣ ବଢ଼ିବାରେ ଲାଗିଛି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବଙ୍ଗୋପସାଗର ରେ ଲଘୁଚାପ ଏବଂ ଉଚ୍ଚ ଜୁଆର ର ମିଶ୍ରଣ ହେତୁ ସମୁଦ୍ର ରେ ଅଶାନ୍ତି ଦେଖା ଦେଇଛି ।

ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ଭିତରକୁ ଯିବା ନିମନ୍ତେ ପ୍ରଶାସନ ମନା କରିଥିବା ବେଳେ ଏହି ସମୟରେ ଜଣେ ଯୁବକ ଜଣକ ସମୁଦ୍ର ର ଢେଉ ରେ ସେଲ୍ଫି ର ମଜା ନେବା ସମୟରେ ସମୁଦ୍ର ରେ ପଡ଼ି ଯାଇଥିଲେ । ପୋଲିସ ଏବଂ ନାଗରିକ ପ୍ରତିରକ୍ଷା ପ୍ରତିନିଧି ତାଙ୍କୁ ସମୁଦ୍ର ରୁ ଉଦ୍ଧାର କରାଯାଇ ଦିଗା ଷ୍ଟେଟ ଜେନେରାଲ ହସ୍ପିଟାଲ କୁ ନିଆ ଯାଇଥିଲା ଏବଂ ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ଦେଖିବାକୁ ମିଳିଛି ଯେ, ସମୁଦ୍ର ରେ ଜୁଆର ସୃଷ୍ଟି ହୋଇଛି ଏବଂ ତୀବ୍ରତର ରୂପ ଧାରଣ କରିଛି । ସମୁଦ୍ର ଭିତରେ ଯୁବକ ଜଣକ ସେଲ୍ଫି ଉଠାଉଥିବା ବେଳେ ହଠାତ ଜୁଆର ର ବେଗ ଅଧିକ ହୋଇ ଯାଇଛି ।

ଯାହା ଫଳ ରେ ଯୁବକ ଜଣକ ସମୁଦ୍ର ରେ ବୁଡ଼ି ଯାଇଛନ୍ତି । ସେଠାରେ ଥିବା ପର୍ଯ୍ୟଟକ ମାନେ ଏହା ଦେଖି ପାଟିତୁଣ୍ଡ କରିବା ପରେ ପୋଲିସ ଏବଂ ନାଗରିକ ପ୍ରତିରକ୍ଷା ପ୍ରତିନିଧି ଉକ୍ତ ଯୁବକ ଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରିଛନ୍ତି ଏବଂ ବାହାରକୁ ଆଣିଛନ୍ତି ।

ଯୁବକ ଜଣକ ଅଚେତ ହୋଇ ପଡ଼ିଥିଲେ ଏବଂ ତାଙ୍କୁ ଅଚେତ ଅବସ୍ଥାରେ ହିଁ ହସ୍ପିଟାଲ କୁ ନିଆ ଯାଇଥିଲା । ଏହାପରେ ହସ୍ପିଟାଲରେ ଯୁବକ ଙ୍କୁ ହୋସ ଆସିଥିଲା ଏବଂ ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *