Sri Lanka ରେ ଭୟଙ୍କର ପରିସ୍ଥିତି ! ଶ୍ରୀଲଙ୍କାକୁ ଏବେ କେବଳ ଭାରତ ସାହା…

ଏହି ସଙ୍କଟ ମଧ୍ୟରେ ଶ୍ରୀଲଙ୍କାକୁ ସହାୟତା କରିଛି ଭାରତ । ଭାରତୀୟ ଜାହାଜ  ୪୦ ହଜାର ଟନର ଡିଜେଲ ନେଇ କଲମ୍ବୋରେ ପହଞ୍ଚିଛି । ଆଜି ସନ୍ଧ୍ୟା ସୁଧା ଏହି ଡିଜେଲ ବଣ୍ଟା ଯିବ । ସେହିପରି ୪୦ ହଜାର ଟନର ଚାଉଳ ଯୋଗାଇବ ଭାରତ । ଶ୍ରୀଲଙ୍କାରେ ସ୍ଥିତି ବିଗିଡିବା ପରେ ଏମର୍ଜେନ୍ସି ଘୋଷଣା କରାଯାଇଛି । ଦେଶରେ ଏବେ ଘୋର ଆର୍ଥିକ ସଙ୍କଟ । ଖାଦ୍ୟ ନାହିଁ କି ବିଜୁଳି ନାହିଁ । ଦେଶରେ ୨ କୋଟି ୨୦ ଲକ୍ଷ ଲୋକ ଅନ୍ଧାରରେ ରହୁଛନ୍ତି ।

ପୁରା ଦେଶରେ ପାଳି କରି ୧୩ ଘଣ୍ଟା ପାୱାର କଟ କରାଯାଉଛି । ଡିଜେଲ ମଧ୍ୟ ନାହିଁ ବିଜୁଳି ଉତ୍ପାଦନ ଠପ ହୋଇଛି । ଦେଶରେ ଖାଦ୍ୟ ସାମଗ୍ରୀ ମଧ୍ୟ ଶେଷ ହୋଇଗଲାଣି । ୧୯୪୭ ମସିହା ସ୍ଵାଧୀନତା ପରେ ସବୁଠାରୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା । ଦୀର୍ଘ ଦିନ ଧରି ଏହି ସଙ୍କଟ ପଡିଲାନି ଓ ଏହାକୁ କେନ୍ଦ୍ର କରି ଆନ୍ଦୋଳନ ତୀବ୍ର ରୂପ ନେଉଛି ।

ରାଷ୍ଟ୍ରପତି ରାଜପାକ ସିଂହଙ୍କ ରାଜବାସ ଭବନ ଆଗରେ ଲୋକେ ଜୋରଦାର ବିରୋଧ ପଦର୍ଶନ କରିଥିଲେ ଓ ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କରିଥିଲେ । ତେବେ ବର୍ତ୍ତମାନ ୪୦ ହଜାର ଟନର ଡିଜେଲ ନେଇ ଭାରତୀୟ ଜାହାଜ ଶ୍ରୀଲଙ୍କାରେ ପହଞ୍ଚିଛି । ଶ୍ରୀଲଙ୍କା ଅନ୍ଧାରରେ ଥିବା ବେଳେ ଭାରତ ଆଲୁଅ ଦେଖାଇଛି ବୋଲି ଆମେ କହି ପାରିବା । ବନ୍ଧୁଗଣ ଶ୍ରୀଲଙ୍କା ହେଉଛି ଆମର ବନ୍ଧୁ ଦେଶ ।

ଶ୍ରୀଲଙ୍କା ଓ ଭାରତର ସଂସ୍କୃତି ଏକା ଭଳିଆ ଏବଂ ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ମଧ୍ୟ ଚାଲିଥିଲା । ତେବେ ମଝିରେ ଚୀନ ପଶି ତାକୁ ଅତିଆର କରିବାକୁ ଚାହୁଁ ଥିଲା ଓ ଶ୍ରୀଲଙ୍କାର ବ୍ରେନୱାସ କରିବାକୁ ଚାହୁଁ ଥିଲା । ହେଲେ ଶ୍ରୀଲଙ୍କା ବାସୀ ପରବର୍ତ୍ତୀ ସମୟରେ ଜାଣି ପାରିଲେ ଯେ, ତାଙ୍କର ଭାରତ ହେଉଛି ପ୍ରକୃତ ବନ୍ଧୁ । ଆମ ପ୍ରଧାନମନ୍ତ୍ରୀ ମୋଦୀ ପଡୋଶୀ ଦେଶ ମାନଙ୍କୁ ଏକଜୁଟ କରି ରଖିବା ପାଇଁ ଚାହୁଁ ଛନ୍ତି ।

ତେଣୁ ସେ ପଡୋଶୀ ଦେଶ ଶ୍ରୀଲଙ୍କାକୁ ଏହି ସଙ୍କଟ ସମୟରେ ସହାୟତାର ହାତ ବଢାଇ ଛନ୍ତି । ବନ୍ଧୁଗଣ ଭାରତ ଅନ୍ୟ ଦେଶରୁ ତେଲ କିଣୁ ଥିଲେ ମଧ୍ୟ ଏହି ସଙ୍କଟ ସମୟରେ ସେ ଶ୍ରୀଲଙ୍କାକୁ ତେଲ ଯୋଗାଇଛି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *