ଆସିଲା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଛାଡପତ୍ର ପରେ ସ୍ୱାମୀଙ୍କ ଭରଣ ପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ, କିନ୍ତୁ କେଉଁ ପରିସ୍ଥିତିରେ ଦେଖନ୍ତୁ…

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଆସିଲା କୋର୍ଟଙ୍କର ଗୁରୁତ୍ଵପୂର୍ଣ୍ଣ ରାୟ ଛାଡପତ୍ର ପରେ ସ୍ଵାମୀଙ୍କ ଭରଣପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ । ତେବେ ସ୍ଵାମୀ ଓ ସ୍ତ୍ରୀଙ୍କ ଅଧିକାଂଶ ଛାଡପତ୍ର ମାମଲାରେ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ସ୍ଵାମୀଙ୍କୁ ଟଙ୍କା ଦେବାକୁ ପଡିଥାଏ । ଏହା ସବୁବେଳେ ହେବ ବୋଲି କିଛି ମାନେ ନାହିଁ । ବହୁତ ଜାଗାରେ ସ୍ତ୍ରୀ ମାନେ ମଧ୍ୟ ଏମିତି କିଛି କରିଥାନ୍ତି ଯାହା ଆପଣ ମାନେ କେବେ ଆକଳନ ବି କରିପାରିବେ ନାହିଁ ।

ସ୍ଵାମୀଙ୍କ ଠାରୁ ସବୁ କିଛି ନେଇ ଭରଣପୋଷଣ ପାଇଁ ମଧ୍ୟ ଦାବି କରିଥାନ୍ତି । ଏହା ଉପରେ ଯଦି ପୋଲିସଙ୍କ ସହ କୋର୍ଟର ଦୃଢ ତଦନ୍ତ ସହିତ କାର୍ଯ୍ୟନୁଷ୍ଠାନ ନିଆଯିବ ତା ହେଲେ ଏମିତି କିଛି ନିର୍ଦୋଷ ସ୍ଵାମୀ ଏଭଳିଆ ସ୍ତ୍ରୀ ମାନଙ୍କ ଠାରୁ ବର୍ତ୍ତୀ ପାରିବେ । ତେବେ ମହାରାଷ୍ଟ୍ରର ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯେଉଁଠି କୋର୍ଟ ସ୍ଵାମୀଙ୍କ ଭରଣପୋଷଣ ଟଙ୍କା ଦେବା ପାଇଁ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ ମହରାଷ୍ଟ୍ର ନାନ୍ଦେଡରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ମହିଳାଙ୍କୁ ତାଙ୍କ ପୂର୍ବତ୍ତନ ସ୍ଵାମୀଙ୍କୁ ପ୍ରତ୍ୟକ ମାସରେ ଭରଣପୋଷଣ ପାଇଁ 3 ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏବେ ଏହି ରାୟକୁ ବମ୍ବେ ହାଇକୋର୍ଟ ମଧ୍ୟ ସହମତି ଜଣାଇଛନ୍ତି ।

ଏହା ବ୍ଯତୀତ କୋର୍ଟ ସ୍ଵାମୀଙ୍କ ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ମହିଳାଙ୍କ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରତ୍ୟକ ମାସରେ ମହିଳାଙ୍କ ଦରମାରୁ 5 ହଜାର ଟଙ୍କା କାଟି କୋର୍ଟରେ ଜମା କରାହେବ । ସୂଚନା ମୁତାବକ ଏହି ଦମ୍ପତ୍ତିଙ୍କର 2015 ମସିହାରେ ଛାଡପତ୍ର ହୋଇଥିଲା । ସ୍ଵାମୀଙ୍କ ମତରେ, ସେ ତାଙ୍କ ସ୍ତ୍ରୀର ପାଠ ପଢା ପଛରେ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଯେଉଁଥି ପାଇଁ ସେ ଗୋଟେ ଭଲ ଚାକିରି କରିପାରିଲେ ନାହିଁ ।

ଏବେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ରହିଛି ଅନ୍ୟ ପଟରେ ତାଙ୍କ ସ୍ତ୍ରୀ ଏବେ ମାସିକ 30 ହଜାର ଟଙ୍କା ଦରମା ପାଉଛନ୍ତି । ସେହି ଟଙ୍କାରୁ ଭରଣପୋଷଣ ଦେବା ପାଇଁ ସ୍ଵାମୀ କୋର୍ଟରେ ଆବେଦନ କରିଛନ୍ତି । ସ୍ଵାମୀଙ୍କ ଏହି ଆବେଦନକୁ କୋର୍ଟ ସ୍ଵୀକାର କରିଛି ଓ ତାଙ୍କ ଭରଣପୋଷଣ ପାଇଁ ସ୍ତ୍ରୀ ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *