Special Scheme: ଦିନକୁ ମାତ୍ର 50 ଟଙ୍କା Deposit କରି ପାଆନ୍ତୁ 35 ଲକ୍ଷ ଟଙ୍କା

ଦିନକୁ ଦିଅନ୍ତୁ ୫୦ ଟଙ୍କା ମାସକୁ ହେବ ୧୫୦୦ ଟଙ୍କା ଆପଣ ପାଇବେ ୩୫ ଲକ୍ଷ ଟଙ୍କା । ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ । ନିଜର ଅର୍ଜିତ ଆୟକୁ ନିବେଶ କରି ଯଦି ଆପଣ ଭଲ ଆୟ କରିବାକୁ ଚାହୁଁ ଛନ୍ତି ମାର୍କେଟରେ ଅନେକ ବିକଳ୍ପ ରହିଛି । ଅଧିକାଂଶ ଯୋଜନାରେ ଭଲ ଆୟ ମିଳୁଥିବା ବେଳେ ଅନେକ ଯୋଜନାରେ ଘାଟା ହେବାର ସମ୍ଭାବନା ଥାଏ ।

ବିପଦରେ ନପଡିବା ପାଇଁ ଲୋକମାନେ ଘରୋଇ ଯୋଜନାକୁ ବାଛି ଥାନ୍ତି । ଯଦି ଆପଣ ବି ଏମିତି କିଛି ଯୋଜନା ଖୋଜୁ ଛନ୍ତି ତା ହେଲେ ପୋଷ୍ଟ ଅଫିସ ଆପଣ ମାନଙ୍କ ପାଇଁ ଆଣିଛି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିମ ଯେଉଁଥିରେ ଏକ ସାଧାରଣ ଲୋକକୁ ମିଳିଥାଏ ଭଲ ରିଟର୍ନ । ୧୯ ରୁ ୫୫ ବର୍ଷୀୟ କୌଣସି ଭାରତୀୟ ଏହି ଗ୍ରାମ ସୁରକ୍ଷା ଯୋଜନାର ଲାଭ ଉଠାଇ ପାରିବେ ।

ଏହି ଯୋଜନାରେ ସର୍ବ ନିମ୍ନ ବୀମା ରାସୀ ୧୦ ହଜାର ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିହେବ । ଯୋଜନାର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ ବା ବାର୍ଷିକ କରିପାରିବେ । ସବୁଠାରୁ ବଡ କଥା ହେଉଛି ଏହି ବୀମା ଯୋଜନାରେ ରୁଣ ସେବା ରହିଛି । ପଲିଶି କିଣିବାର ୪ ବର୍ଷ ପରେ ଜଣେ ସୁବିଧାର ଲାଭ ଉଠାଇ ପାରିବ । ଏହା ସହିତ ପଲିଶି ସରେଣ୍ଡର କରିବାର ବ୍ୟବସ୍ତା ବି ରହିଛି ।

୩ ବର୍ଷ ପରେ ଜଣେ ଗ୍ରାହାକ ପଲିଶିକୁ ସରେଣ୍ଡର କରିବାର ବିକଳ୍ପ ଚୟନ କରିପାରିବେ । ତେବେ ଏହି ସ୍ଥିତିରେ ଆପଣ ମାନଙ୍କୁ ଏହା ସହ ଜଡିତ କୌଣସି ଲାଭ ମିଳି ନଥାଏ । ଯଦି କିଏ ୧୯ ବର୍ଷର ନାଗରିକ ୧୦ ଲକ୍ଷର ଗ୍ରାମ ସୁରକ୍ଷା ପଲିଶି କିଣନ୍ତି ତେବେ ମାସିକ ପ୍ରିମିୟମ ୧୫୧୫ ଟଙ୍କା ଦେବାକୁ ପଡିବ । ଦିନକୁ ହିସାବ କଲେ ପ୍ରାୟ ୫୦ ଟଙ୍କା ହେବ ।

ସେହି ବ୍ୟକ୍ତିଙ୍କୁ ୫୫ ବର୍ଷ ପାଇଁ ୩୧.୭୦ ଲକ୍ଷ ଟଙ୍କା ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କାର ମାଚୋରୀଟି ବେନିଫିଟ ମିଳିବ । ୬୦ ବର୍ଷ ପାଇଁ ଏହି ବେନିଫିଟ ୩୪.୬୦ ଲକ୍ଷ ଟଙ୍କା ରହିବ । ତେଣୁ ଆପଣ ତୁରନ୍ତ ନିକଟରେ ଥିବା ପୋଷ୍ଟ ଅଫିସ ସହ ଯୋଗାଯୋଗ କରନ୍ତୁ ଓ ସଠିକ ତଥ୍ୟ ପାନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *