Surat କୁ Chin ର ବିଜୁଳି ଝଟକା, ସଙ୍କଟରେ ଭାରତୀୟ ଶିଳ୍ପ ଓ ଅର୍ଥନୀତି

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ଚୀନରେ ବିଜୁଳି ସଙ୍କଟ ଅନିଶ୍ଚିତତାରେ ଭାରତୀୟ ଶିଳ୍ପ । ବିଜୁଳି ସଙ୍କଟ ଯୋଗୁ ଚୀନରେ କଳକାରଖାନା ଥପ ହୋଇଯିବାରୁ ଏହାର ସିଧା ପ୍ରଭାବ ପଡିଛି ଭାରତୀୟ ଅର୍ଥନୀତି ଉପରେ । ବିଭିନ୍ନ କେମିକାଲ ଓ ଯନ୍ତ୍ରାଶୟ ଆସିପାରୁ ନଥିବାରୁ ପ୍ରଭାବିତ ହେଲାଣି ଭାରତୀୟ ଶିଳ୍ପ । କରୋନା ମହାମାରୀ ଓ ଲକଡାଉନ ଯୋଗୁ ଦୁର୍ବଳ ହୋଇଥିବା ଭାରତୀୟ ଅର୍ଥନୀତି କମି ଥିବା ବେଳେ ଏବେ ପଡିଛି ଚୀନର ବି-ଜୁ-ଳି ମା-ଡ ।

କେମିକାଲ ଅଭାବରୁ ସୁରତର ଅଧିକାଂଶ ଲୁଗା କଳ ଏବେ ବନ୍ଦ ହେବାକୁ ଯାଉଛି । କେବଳ କେ-ମି-କା-ଲ ନୁହେଁ କୋଇଲା ସଙ୍କଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି । ଏମିତିକି ଚୀନରୁ କେମିକାଲ ଆସୁ ନଥିବାରୁ ଯାହା ଭାରତୀୟ ବଜାରରେ ଅଛି ତାହାର ଦର ଏବେ ଆକାଶ ଛୁଆଁ ।

ଏହିଭଳି ପରିସ୍ଥିତିରେ ଆଉ ଶିଳ୍ପ ଚଳାଇବା ସମ୍ଭବ ହେଉ ନଥିବା କହିଛି ସୁରତ ଟେକ୍ସ ଟାଇଲ ଆସୋସିଏସନ । ଆସନ୍ତା ନଭେମ୍ବରରେ ୧ ମାସ ଧରି ଟେକ୍ସ ଟାଇଲ ବନ୍ଦ ରଖିବାକୁ ଆସୋସିଏସନ ଘୋଷଣା କରିଛି । ମିଲ ବନ୍ଦ ହେବା ଲାଗି ଏବେ ଚିନ୍ତାରେ ପଡିଗଲେଣି ସୁରତରେ କାମ କରୁଥିବା ପ୍ରଭାସି ଓଡିଆ । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଶିଳ୍ପ ବ୍ୟବସ୍ତା ଅଟକ ରଖାଯାଇଥିଲା ।

ଏବେ ଯଦି ପୁଣି ଟେକ୍ସ ଟାଇଲ ବନ୍ଦ ହେବ ତା ହେଲେ ପ୍ରବାସୀ ଓଡିଆ ମାନଙ୍କ ଅବସ୍ତା ଶୋଚନୀୟ ହୋଇଯିବ । ଅର୍ଥନୀତି ବିଶାରକଙ୍କ ମତରେ ବିଭିନ୍ନ କେମିକାଲ ଓ ଯନ୍ତ୍ରାଶୟ ପାଇଁ ଭାରତ ଚୀନ ଉପରେ ନିର୍ଭର କରେ । ଯଦି ଏଗୁଡିକର ଆମଦାନୀ ବନ୍ଦ ହୋଇଯାଏ ତା ହେଲେ ଏହାର ସିଧା ପ୍ରଭାବ ଭାରତ ଉପରେ ପଡିବ । ଯଦି ଭାରତୀୟ କମ୍ପାନୀ ଏହାକୁ ସୁଯୋଗ ଭାବି ଅଧିକ ଉତ୍ପାଦନ କରିବା ସହ ଚୀନ ଉପରେ ନିର୍ଭର ଶୀଳତା ହ୍ରାସ କରିବାରେ ସଫଳ ହୁଅନ୍ତି ତା ହେଲେ ଏହା ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *