ବାତ୍ୟା Jawad : ଆସନ୍ତା 13 ରେ ଆସୁଛି ଏକ ଭୟଙ୍କର ବାତ୍ୟା, ସତର୍କ କରାଇଲେ ପାଣିପାଗ ବିଭାଗ…ଦେଖନ୍ତୁ କଣ କହୁଛନ୍ତି IMD ଡିରେକ୍ଟର HR Biswas

ବନ୍ଧୁଗଣ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଆସନ୍ତା ୧୩ ତାରିଖରେ ବଙ୍ଗପ ସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ୧୦ ତାରିଖରେ ବଙ୍ଗପ ସାଗରରେ ଲଘୁଚାପ ସୃଷ୍ଟି ହୋଇ ଧୀରେ ଧୀରେ ଘନୀଭୂତ ହେବ । ଏହା ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ପ୍ରଦେଶ ଉପକୂଳକୁ ମୁହାଁଇବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି ।

ତେବେ ବନ୍ଧୁଗଣ ସବୁଠାରୁ ବଡ କଥା ହେଉଛି ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଛି ବାତ୍ୟା ଲାୟନ ରକ୍ । ଲାୟନ ରକ୍ ର ଅବସିଷ୍ଠାଂଶ ବଙ୍ଗପ ସାଗରରେ ପ୍ରବେଶ କରିବ । ଏହା ଲଘୁଚାପ ସହ ମିଶିବାର ସମ୍ଭାବନା ଅଛି ଏହା ଲଘୁଚାପ ସହ ମିଶି ବଙ୍ଗପ ସାଗରରେ ବାତ୍ୟା ସୃଷ୍ଟି କରିବ । ଯଦି ବାତ୍ୟା ସୃଷ୍ଟି ହୁଏ ତା ହେଲେ ଏହାର ନାମ ରହିବ ‘ଜୱାଦ’ । ଏହି ବାତ୍ୟା ଅକ୍ଟୋବର ୧୭ରେ ସିକାକୁଲମରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ଅଛି ।

ସାଧାରଣତଃ ବାତ୍ୟାର ନାମ ଶୁଣିଲେ ଅଧିକାଂଶ ଲୋକ ବିଚଳିତ ହୋଇଯାନ୍ତି । ଖାସ କରି ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନେ ବହୁତ ଚିନ୍ତାରେ ଆସିଯାନ୍ତି । କାରଣ ଏମାନେ ପ୍ରତ୍ୟକ ବର୍ଷ କୌଣସି ନା କୌଣସି ବାତ୍ୟାର ସମ୍ମୁଖୀନ ହେଉଛନ୍ତି । ଭୂବିଜ୍ଞାନୀ ଡକ୍ଟର ସଞ୍ଜୀବ କୁମାର ଏହି ବାତ୍ୟାକୁ ନେଇ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ଡକ୍ଟର ସଞ୍ଜୀବ କୁମାରଙ୍କ ମତରେ, ଏହି ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିବ ।

ଏହି ବାତ୍ୟାଟି ଲ୍ୟାଣ୍ଡ ଫଲ ହେବା ପରେ ଏହାର ଦ୍ଵିତୀୟ ଲାଣ୍ଡ ଫଲ ଭିତେନାମରେ ହୋଇପାରେ । ଶେଷରେ ଏହି ବାତ୍ୟାଟି ମିଆମାର ଉପକୂଳରେ ପହଞ୍ଚିବ । ୧୩ ଅକ୍ଟୋବର ବେଳକୁ ଏହି ବାତ୍ୟାଟି ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି । ଏହି ବାତ୍ୟାଟି ଓଡିଶାର ଗଜପତି ଓ ରାୟଗଡା ଉପକୂଳ ଦେଇ ଗତି କରିବ ଯାହାଫଳରେ ଓଡିଶାର କିଛି ଜିଲ୍ଲା ଏହି ବାତ୍ୟା ପାଇଁ ପ୍ରଭାବିତ ହୋଇପାରେ ।

Leave a Reply

Your email address will not be published. Required fields are marked *