South Korea ର ସ୍କୁଲ ମାଙ୍କର କିଛି ଅଜବ ଗଜବ ନିୟମ, ଶୁଣିଲେ ବିଶ୍ଵାସ କରି ପାରିବେନି !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଡ଼ ହେବା ପରେ ନିଶ୍ଚିତ ଭାବରେ ନିଜର ପିଲା ଦିନ କଥା ଭାବୁଥିବେ ଏବଂ ସେତେବେଳେ ଯେଉଁଭଳି ଭାବରେ ବଞ୍ଚୁଥିଲେ,ଖେଳୁଥିଲେ, ଖାଇଥିଲେ,ମସ୍ତି କରୁଥିଲେ ସେସବୁ କୁ ମନ ମଧ୍ୟ ପକାଉଥିବେ। ତେବେ ଆମ ସ୍କୁଲ ବେଳର ସ୍ମୃତି ବହୁତ ନିଆରା ମଧ୍ୟ ଥାଏ। ତେବେ ଆମ ମାନଙ୍କ ସ୍କୁଲ ରେ ମଧ୍ୟ କିଛି ନିୟମ ରହିଥାଏ ସେ ସ୍କୁଲ ୟୁନିଫର୍ମ ହେଉ କିମ୍ବା ଖାତା ବହି ବିଷୟରେ ତେବେ କିନ୍ତୁ ସାଉଥ କୋରିଆ ରେ ଥିବା ସ୍କୁଲ ରେ ବହୁତ ଅଜବ ଅଜବ ନିୟମ ରହିଛି। ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ।

୧- ପ୍ରଥମରେ ହେଉଛି ଯେଭଳି ଆମେ ସାଧାରଣ ସ୍କୁଲ ରେ ୬ ଘଂଟା ପଢିବା ରେ ପରେ ମୁକ୍ତ ହେଇଯାଉ କିମ୍ବା ଟିୟୁସନ ରେ ୧ ଘଂଟା ବିତାଇବା ପରେ ଆମେ ଖେଳି ବୁଲି ପାରୁ କିନ୍ତୁ ସାଉଥ କୋରିଆ ରେ ସ୍କୁଲ ପରେ ଏକ୍ସତ୍ରା କ୍ଳାସ କରିବା ଏବଂ ଟିୟୁସନ ବାଧ୍ୟତାମୂଳକ ଥାଏ ତେବେ ଏହା ଶେଷ ହେବା ରେ ରାତି ମଧ୍ୟ ହୋଇଯାଏ।

୨- ଦ୍ଵିତୀୟ ରେ ସାଉଥ କୋରିଆ ରେ ପିଲା ମାନେ ନିଜ ସ୍କୁଲ ର ସଫା ନିଜେ କରୁଥିଲେ ତେବେ ସଫା କରିବାକୁ ଥିବା ଲୋକମାନେ କେବଳ ବାଥରୁମ ସଫା କରୁଥିଲେ କିନ୍ତୁ ଅନ୍ୟ ସବୁ ସେହି ପିଲାଙ୍କୁ କରିବାକୁ ପଡୁଥିଲା।


୩- ତୃତୀୟ ରେ ସାଉଥ କୋରିଆ ରେ ସ୍କୁଲ ରେ ଥିବା ଶିକ୍ଷକ ମାନେ ପାଞ୍ଚ ବର୍ଷ ରୁ ଅଧିକ ଗୋଟିଏ ସ୍କୁଲ ରେ ରହି ପାରିବେ ନାହିଁ। ତେବେ ଯେତେ ବୟସ୍କ ଶିକ୍ଷକ ଥାନ୍ତି ସେମାନଙ୍କୁ ସେହିଭଳି ସମ୍ମାନ କରାଯାଏ ଏବଂ ସେମାନଙ୍କ ବେତନ ମଧ୍ୟ ଅଧିକ ଥାଏ।

୪- ଚତୁର୍ଥ ରେ ହେଉଛି ଆପଣ ନିଜ କ୍ଳାସ ରେ ପଢ଼ା ହେବା ବେଳେ ହାଏ ମାଆରି ପାରିବ ନାହିଁ କିମ୍ବା କୌଣସି ପ୍ରଶ୍ନ ପଚାରି ପାରିବ ନାହିଁ। କ୍ଳାସ ଶେଷ ହେବା ପରେ ପ୍ରଶ୍ନ ପଚାରି ପାରିବ। ନଚେତ ଶିକ୍ଷକ ମାନଙ୍କ ର ଅସମ୍ମାନ ହୋଇଥାଏ।


୫- ପଞ୍ଚମ ରେ ହେଉଛି ଏଠାରେ ସ୍କୁଲ୍ରେ ଖାଇବା ଦିଆ ଯାଇଥାଏ। ତାହା ଫୁଣି ସୁସ୍ଥ ଖାଦ୍ୟ ଭାତ,ଡାଲି,ପରିବା ଆଉ ମିଟ ଏବଂ ଏଠାରେ ଆପଣ ନିଜର ଟିସୁ ପେପର କୁ ନିଜେ ହିଁ ଆଣିବାକୁ ହୋଇଥାଏ। ଏବଂ ଏଠାରେ ଆପଣ କ୍ଳାସ ରୁମ କୁ ଯିବା ପୂର୍ବରୁ ଚପଲ ଜୋତା କାଢ଼ିକି ଯିବାକୁ ହେବ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *