ଅଭିନେତ୍ରୀ Radha Panda କଣ କହିଲେ ତାଙ୍କ ଜୀବନ ସାଥି କେବେ ମିଳିବ ? ରାଧା ପଣ୍ଡାଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡାଙ୍କୁ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ରାଧା ମଞ୍ଚମଞ୍ଜରୀରେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରୁଛନ୍ତି । ରାଧା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସବୁ ଆଡେ ଚର୍ଚାରେ ରୁହନ୍ତି । ସେ ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ମାସ ତଳେ ରାଧା ପଣ୍ଡା ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ଜୀବନୀ ବିଷୟରେ ଏକ ଇଣ୍ଟର୍ବ୍ୟୁ ମଧ୍ୟରେ କହିଥିଲେ ।

ରାଧାଙ୍କ ପର୍ଶନାଲ ଲାଇଫ ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରାଧା ସେହି ଇଣ୍ଟର୍ବ୍ୟୁରେ କହିଛନ୍ତି-‘ଏଇଟା ଆମ ସୋମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମଞ୍ଚ ମଞ୍ଜରି । ନୂଆ ପାର୍ଟି ଏଇଟା ବର୍ତ୍ତମାନ ଆମେ କାମ କରୁଛୁ । ମୁ ତ ପଜେଟିଭ ଭୂମିକା କରେ ଏଠି ମଧ୍ୟ ପଜେଟିଭ ଭୂମିକା କରିବି ।

ମୁ ତୁଳସୀ ଗଣନାଟ୍ଯରେ ୧୦ ବର୍ଷ ଥିଲି ଏବେ ଏଠି କାମ କରୁଛି । ମୁ ୨୦୦୫ ମସିହାରେ ଯାତ୍ରା ଜଗତକୁ ଆସିଥିଲି ହେଲେ ୧୧ ବର୍ଷ ମୁ କାମ କରିଛି ଆଉ ୪ ବର୍ଷ ଘରେ ରହିଛି । ମୋତେ ଘରେ ଛାଡନ୍ତି ନାହିଁ । ଯାତ୍ରା ଜଗତରେ ପାଦ ଦେବା ବେଳେ ମୁ ପ୍ରଥମେ ଡ୍ୟାନ୍ସ କରୁଥିଲି ତା ପରେ ସମସ୍ତ ପ୍ରକାର ରୋଲ ମୁ କରିଛି’ ।

ଏହା ପରେ ଆଗକୁ ରାଧା କହିଲେ-‘ପାଠ ପଢିବା ସମୟରେ ମୁ ଓଡିଶୀ ସିଖୁ ଥିଲି ତ ଓଡିଶୀ ସିଖୁ ସିଖୁ ମୁ ଏ ଲାଇନକୁ ଆସି ଗଲି । ଏ ଲାଇନକୁ ଆସିବା ପରେ ପ୍ରଥମେ ତ ଘର ଲୋକ ଖୁସି ନଥିଲେ ହେଲେ ଏବେ ଅଛନ୍ତି । ମୁ ପଇସା ପଛରେ ଗୋଡାଇ ନାହିଁ ମୁ କମ ପଛରେ ଗୋଡାଏ । ଆମେ ତ ବହୁତ ନାଟକ କରିବୁ ହେଲେ ଆମ ନାଟକ ଦର୍ଶକ ମାନେ ବାଛିବେ । ଦର୍ଶକ ହେଉଛନ୍ତି ଆମ ପାଇଁ ଭଗବାନ’ ।

ପିଲା ଦିନରେ ପାଠ ପ୍ରତି ଅଧିକ ମନ ନଥିଲା ସେଥିପାଇଁ ମୁ ଯାତ୍ରା ଜଗତରେ ପାଦ ଦେଲି । ଆମ ଘର ଜଗତସିଂହ ପୁରରେ ଜଣେ କଳାକାର ଥିଲେ ତାଙ୍କ ସହାୟତାରେ ମୁ ଯାତ୍ରା ଜଗତକୁ ଆସିଲି । ଲାଇଫ ପାର୍ଟନର ବିଷୟରେ ରାଧା କହିଲେ-‘ସେ ସବୁ କଥା ମୁ କହି ପାରିବି ନାହିଁ ପର୍ଶନାଲ କଥା । ସେ ସବୁ ମୋ ମନ ଉପରେ ଛାଡି ଦେଇଛି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *