ACF Soumyaranjan ଡେଥ ମିଷ୍ଟ୍ରି: ଆସିଗଲା ସୌମ୍ୟଙ୍କ ପୋସ୍ଟ ମାର୍ଟମ ରିପୋର୍ଟ, ହେଲା ଏହି ବଡ ଖୁଲାସା

ନମସ୍କାର ବନ୍ଧୁଗଣ ଏବେ ଚର୍ଚ୍ଚିତ ହୋଇ ରହିଥିବା ଖବର ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହୋଇ ଯାଉଛି । ତେବେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଅନେକ ତଥ୍ୟ ମିଳିଛି ।

ତେବେ ଏହି ଘଟଣାରେ ମୁଖ୍ୟ ସନ୍ଦେହ ରେ ରହିଥିବା ବିଦ୍ୟା ଭାରତୀ ନିଜର ହାତ ଜଳି ଯାଇଥିବା ର ଫୋଟୋ କୁ ଦେଖାଇ ଏହା କହିଥିଲେ କି ସୌମ୍ୟ ଙ୍କୁ ବଞ୍ଚାଇଲା ବେଳେ ତାଙ୍କ ହାତରେ ଏହି ଭଳି ହୋଇ ଯାଇଛି ବୋଲି ସେ ପୋଲିସ ତଥା ମିଡ଼ିଆ କୁ କହିଥିଲେ ତେବେ ସେପଟେ ସୌମ୍ୟ ଙ୍କ ପରିବାର ଲୋକ ଏହାକୁ ଏକ ଅଭିନୟ ର ନାମ ଦେଇଥିଲେ ଏବଂ ନିଜ ପୁଅ ସୌମ୍ୟ ଙ୍କୁ ନ୍ୟାୟ ମିଳୁ ବୋଲି ସେ ଅନୁରୋଧ ମଧ୍ୟ କରିଥିଲେ ।

। ତେବେ ପୋଲିସ ବିଦ୍ୟା ଭାରତୀ,ରୋଷେୟା,ଏବଂ ଡିଏଫଓ ଙ୍କୁ ଜେରା କରିସାରିଛି ଏବଂ ଦରକାର ପଡ଼ିଲେ ଆଉଥରେ ମଧ୍ୟ ଜେରା କରାଯିବ । ତେବେ ମୁଖ୍ୟ ସନ୍ଦେହ ଘେର ରେ ଥିବା ବିଦ୍ୟା ଙ୍କ ବିଷୟରେ ପୋଲିସ ଅଧିକ ତଦନ୍ତ କରୁଛି ତେବେ ସେଥିପାଇଁ ପୋଲିସ ପହଁଚି ଥିଲା ବିଦ୍ୟା ଭାରତୀ ପଢ଼ୁଥିବା ବଲାଙ୍ଗୀର ଏଲଆଇ ଟ୍ରେନିଂ କଲେଜ ରେ ଏବଂ ସେଠାରେ ମଧ୍ୟ ପଚରାଉଚରା କରିଥିଲା ।

ତେବେ ବର୍ତ୍ତମାନ ଏସିଏଫ ସୌମ୍ୟ ଙ୍କ ର ପୋଷ୍ଟମର୍ଟମ ରିପୋର୍ଟ ବର୍ତ୍ତମାନ ଆସି ସାରିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଏସିଏଫ ସୌମ୍ୟ ଙ୍କ ମୃତ୍ୟୁ ଦେହରେ ନିଆଁ ଲାଗି ପୋଡି ଯିବା ଦ୍ୱାରା ହିଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ସୌମ୍ୟ ଙ୍କ ପରିବାର ଲୋକ ବିଦ୍ୟାଭାରତୀ ଙ୍କ ଗିରଫ ଏବଂ ଏହି ମାମଲା ରେ ଥିବା ସମସ୍ତ ଦୋଷୀ କୁ ବାହାର କରି ଏବଂ ଏହି ମାମଲାର ଭଲ ଭାବରେ ତଦନ୍ତ କରାଯାଇ ଦୋଷୀ ମାନଂକୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ଦାବୀ କରୁଛନ୍ତି ।

ସୌମ୍ୟ ଙ୍କୁ ନ୍ୟାୟ ମିଳୁ ବୋଲି ସୌମ୍ୟ ଙ୍କ ପରିବାର ଲୋକ ପୋଲିସ କୁ ଅନୁରୋଧ କରିବା ସହ ମିଡ଼ିଆ କୁ ମଧ୍ୟ ଏ ସମ୍ପର୍କରେ ଜଣେଇଛନ୍ତି । ତେବେ ଦେଖିବାର ଅଛି କି ପୋଷ୍ଟମର୍ଟମ ରିପୋର୍ଟ ପରେ ଏହି ମାମଲାର ତଦନ୍ତ ର ଦିଗ କେଉଁ ଆଡ଼କୁ ଯାଉଛି ଏବଂ ସୌମ୍ୟ ଙ୍କୁ ନ୍ୟାୟ ମିଳୁଛି କି ନାହିଁ ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *