ଗରିବ କନଷ୍ଟେବଲ ଫ୍ୟାଣ୍ଟାସୀ ଲିଗ ରେ କଲା ଏମିତି କମାଲ କି ଗୋଟିଏ ମୁହୂର୍ତ୍ତରେ ହିଁ ହେଇଗଲା କୋଟିପତି, ଜାଣନ୍ତୁ ପୁରା କାହାଣୀ

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ, ଉପର ବାଲା ଯେବେବି ଦିଏ ଛପର ଫାଡି ଦିଏ । ଠିକ ଏହି ପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଘଟଣାଟି ହେଉଛି ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ।

ବିଳାସପୁର ଜିଲ୍ଲାର ଘୁମାରବିଙ୍ଗ ପୋଲିସ ଷ୍ଟେସନରେ ଥିବା କାନଷ୍ଟେବଳ ସୁନୀଲ ଠାକୁରଙ୍କ ସହ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ତାଙ୍କ ଭାଗ୍ୟ ଏମିତି ଚମକି ଗଲା ଯେ, ସେ ହଠାତ କୋଟିପତି ହୋଇଗଲେ । ବନ୍ଧୁଗଣ ସୁନୀଲଙ୍କୁ ଛୋଟ ବେଳରୁ କ୍ରିକେଟ ବହୁତ ପସନ୍ଦ ଥିଲା ।

ତାଙ୍କର ଏହି ପସନ୍ଦ ଆଜି ତାଙ୍କୁ କୋଟିପତି ବନେଇ ଦେଇଛି । ବନ୍ଧୁଗଣ ସୁନୀଲ ହେଉଛନ୍ତି ୨୦୧୬ ମସିହା ବ୍ୟାଚର କନେଷ୍ଟବଳ । ସେ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି-‘ପିଲା ଦିନରୁ ତାଙ୍କ କ୍ରିକେଟ ବହୁତ ପସନ୍ଦ ଥିଲା । ସେଥିପାଇଁ ସେ ବହୁତ ଥର ଅନଲାଇନ କ୍ରିକେଟ ଲିଗ୍ ରେ ବାଜି ଲଗାଉ ଥିଲେ । ହେଲ ଏଥର ଭାଗ୍ୟ ତାଙ୍କର ସାଥ ଦେଇଥିଲା’ ।

ସୁନୀଲଙ୍କ ମତରେ ସେ ସେହି ଲିଗ୍ ରେ ୧ କୋଟି ୧୫ ଲକ୍ଷ ଟଙ୍କା ଜିତି ଛନ୍ତି । ବନ୍ଧୁଗଣ ଏହି ପରିକା ଲିଗ୍ ରେ ବହୁତ ରିସ୍କ ରହିଥାଏ । ଏହି ଲିଗ୍ ରେ ଲୋକ ମାନଙ୍କୁ ଏକ ବଡ କ୍ଷତି ସହିବାକୁ ପଡିପାରେ । ହେଲେ ସୁନୀଲଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଵାସ ହେଉ ନାହିଁ ଯେ ତାଙ୍କ ସହ ଏମିତି ହୋଇଛି । ସୁନୀଲଙ୍କ ମତରେ, ସେ ଏକ ଟିମ ବନେଇ ଦୁଇଟି କଣ୍ଟେଷ୍ଟରେ ଭାଗ ନେଇଥିଲେ । ସୁନୀଲ ସଂପୂର୍ଣ୍ଣ ମ୍ୟାଚ ଦେଖିପାରି ନଥିଲେ ହେଲେ ସେ ନିଜ ମୋବାଇଲ ଉପରେ ନଜର ରଖିଥିଲେ । ଯେତେବେଳେ ତାଙ୍କ ନାମ ପ୍ରଥମ ନମ୍ବରରେ ଆସିଲା ସେତେବେଳେ ତାଙ୍କୁ ବିଶ୍ଵାସ ହୋଇ ନଥିଲା । ସେ ଏକ କୋଟି ୧୫ ଲକ୍ଷ ଟଙ୍କା ଜିତି ଯାଇଛନ୍ତି ।

ସୁନୀଲଙ୍କ ମତରେ, ସେ ଏହି ଟଙ୍କାକୁ ନିଜ ପରିବାରର ଆବଶ୍ୟକତାକୁ ପୂରଣ କରିବାରେ ଖର୍ଚ୍ଚ କରିବେ । ଗତ ଶୁକ୍ରବାର ହେଇଥିବା ଶ୍ରୀଲଙ୍କା- ଭାରତ ମ୍ୟାଚରେ ସେ ୧ କୋଟି ୧୫ ଲକ୍ଷ ଟଙ୍କା ଜିତି ଛନ୍ତି । ବନ୍ଧୁଗଣ ସୁନୀଲ ବିଳାସପୁର ଗାଁର ବେରିରେ ରୁହନ୍ତି । ସୁନୀଲ ଏକ ଗରିବ ପରିବାରରୁ ଜନ୍ମ ଗ୍ରହଣ କରିଥିଲେ । ହେଲେ ପିଲା ଦିନରୁ ତାଙ୍କୁ କ୍ରିକେଟର ବହୁତ ସଉକ ଥିଲା ।

ସୁନୀଲଙ୍କ ବାପା ଏକ କୃଶକ ଅଟନ୍ତି ଓ ତାଙ୍କ ବଡ ଭାଇ ଏକ ଦୋକାନ ଖୋଲି ଛନ୍ତି । ସୁନୀଲଙ୍କ ଅନୁସାରେ, ଲିଗ୍ ସଞ୍ଚାଳକ ଟ୍ୟାକ୍ସ କାଟିବା ପରେ ୮୦ ଲକ୍ଷ ୫୧ ହଜାର ୭୭୦ ଟଙ୍କା ତାଙ୍କ ଆପ୍ ୱାଲେଟରେ ଦେଇ ସାରିଛନ୍ତି । ଏହି ରାସୀଟି ୩ ରୁ ୪ ଦିନ ପରେ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଯିବ । ସୁନୀଲ ଏହି ଟଙ୍କାରେ ସର୍ବ ପ୍ରଥମେ ନିଜ ପରିବାର ପାଇଁ ଏକ ଘର ବନେଇବେ । ଏହା ସହିତ ସେ କିଛି ଟଙ୍କା ତାଙ୍କ ପରିବାରର ଛୁଆ ମାନଙ୍କ ଭବିଷ୍ୟତ ପାଇଁ ବଞ୍ଚେଇ ରଖିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *