ବିଦ୍ୟାଙ୍କ ରୁମରେ ଝୁଲିଲା ଡବଲ ତାଲା, ହସ୍ଟେଲ ନିର୍ଦେଶକ ହେମନ୍ତ କୁମାର ପ୍ରଧାନ ବିଦ୍ୟାଙ୍କ ବିଷୟରେ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବିଦ୍ୟା ଭାରତୀ ଙ୍କ ହଷ୍ଟେଲ ରେ ପୁଲିସ ର ଛାନ ଭିନ । ବଲାଙ୍ଗିର ଟାଉନ ଥାନା ସହ ଖୋଲତାଡ଼ କରିଥିଲା ପାରଳାଖେମୁଣ୍ଡି ପୁଲିସ । ହଷ୍ଟେଲ ରୁମ ନମ୍ବର ୱାନ ରେ ଝୁଲିଲା ଡବଲ ତାଲା ।

ବ୍ୟାଚଲର ପାର୍ଟିର୍ ଟିକ ନିଖ ତଥ୍ୟ ଦେଲେ ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର କର୍ତ୍ତୃପକ୍ଷ । ମୃତ୍ୟୁ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ର ମୃତ୍ୟୁ ର ଦିଗ କୁଆଡେ ବାହାର କରି ପାରୁ ନାହିଁ ପୋଲିସ । ପତ୍ନୀ ବିଦ୍ୟା ଭାରତୀ ଙ୍କ ବଲାଙ୍ଗୀର ଲିଙ୍କ ର ପୋଷ୍ଟମର୍ଟମ କରୁଛି ପାରଳାଖେମୁଣ୍ଡି ପୋଲିସ । ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଲେଡିଜ ହଷ୍ଟେଲ ରେ ପହଁଚି ଛାନଭିନ କରିଛନ୍ତି ।

ପ୍ରାଣୀଧନ ନିରୀକ୍ଷକ ର ନିର୍ଦେଶକ ହେମନ୍ତ କୁମାର ପ୍ରଧାନ ଙ୍କ ସମେତ ଜଣେ କିରାଣୀ ଏବଂ ଦୁଇ ଜଣ ପିଅନ କୁ ପାଖାପାଖି ପାଞ୍ଚ ଘଂଟା ଧରି ପଚରାଉଚରା କରିଥିଲା ପୋଲିସ । ସୂଚନା ଅନୁସାରେ ସେ କହିଛନ୍ତି କି ଏହା କୌଣସି ବ୍ୟାଚଲର ପାର୍ଟି ନୁହେଁ ବରଂ ସବୁଦିନ ଭଳି ହେଉଥିବା ମଧ୍ୟାହ୍ନ ଭୋଜନ ରେ ଯେପରି ୮୦ ଜଣ ସଦସ୍ୟ ଖାଇଥାନ୍ତି ସେହି ପରି ହୋଇଥିଲା କିନ୍ତୁ କେବଳ ତାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବିଦ୍ୟା ଦେଇଥିଲେ ଏବଂ ତାହା ସେ କ୍ୟାଶ ରେ ଦେଇଥିଲେ ।

କିନ୍ତୁ ସେ ବାର ହଜାର ଟଙ୍କା କେଉଁଠୁ ଆଣିଲା ତାହା ଜଣା ନାହିଁ । ସେ ତାହା ବ୍ୟାଙ୍କ ରୁ ଆଣିଛି ବୋଲି କହିଥିଲା ଏବଂ ପୋଲିସ ନିଜର ତଦନ୍ତ କରିଲା ଯାହାବି ଆବଶ୍ୟକ କାଗଜ ପତ୍ର ଦରକାର ଏବଂ ଯାହାବି ଡକ୍ୟୁମେଣ୍ଟ ଦରକାର ପୋଲିସ ତାହା ନେଇକି ଯାଇଛନ୍ତି । କିନ୍ତୁ କୌଣସି କାଗଜପତ୍ର ପୋଲିସ ନେଇଛନ୍ତି ତାହାର କିଛି ସୂଚନା ମିଳି ନାହିଁ । ଏହାଛଡା ବିଦ୍ୟା ରହୁଥିବା ହଷ୍ଟେଲ ରୁମ ରେ ବର୍ତ୍ତମାନ ପୋଲିସ ତାଲା ପକେଇ ଦେଇଛି ।

ତେବେ ସେପଟେ ପୋଲିସ ଡିଏଫଓ ଙ୍କୁ ମଧ୍ୟ ଜେରା କରାଯାଇଛି ଏବଂ ସୌମ୍ୟ ଙ୍କ ପରିବାର ଲୋକ ମାନେ ମଧ୍ୟ ନିଜ ପୁଅକୁ କିପରି ନ୍ୟାୟ ମିଳିବ ସେଥିପାଇଁ ପୋଲିସ କୁ ଅନୁରୋଧ କରିଛନ୍ତି ଏବଂ ବିଦ୍ୟା ଙ୍କ ଗିରଫି ମଧ୍ୟ ଦାବି କରିଛନ୍ତି ।

ତେବେ ପୋଲିସ ର ସୂଚନା ଅନୁସାରେ ତଦନ୍ତ ରୁ ଅନେକ ତଥ୍ୟ ମିଳିଛି ତେବେ ବର୍ତ୍ତମାନ ଦେଖିବାର ଅଛି କି ସୌମ୍ୟ ଙ୍କୁ ନ୍ୟାୟ ମିଳୁଛି କିମ୍ବା ନାହିଁ ଏବଂ ସୌମ୍ୟ ଙ୍କ ଦୋଷୀ କିଏ ତାହା କେବେ ଜଣା ପଡୁଛି ତାହାର ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *