ଶୋକାକୁଳ ପରିବେଶରେ ହେଲା BJB ଛାତ୍ରୀ Ruchika ଙ୍କ ଅନ୍ତିମ ସଂସ୍କାର, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ଦେଖନ୍ତୁ Video

ବନ୍ଧୁଗଣ, ଭୁବନେଶ୍ଵର BJB କଲେଜର ଛାତ୍ରୀ ରୁଚିକା ମହାନ୍ତି ସୁଇସାଇଡ ନୋଟ ଲେଖି ଆତ୍ମହତୟଆ କରିଥିଲେ । ତେବେ ତାଙ୍କର ଅନ୍ତିମ ସଂସ୍କାର କଟକ ଜିଲ୍ଲାରେ ଶେଷ ହୋଇଛି । ରୁଚିକା ଜଣେ ମେଧାବୀ ଛାତ୍ରୀ ଥିଲେ । ପାଠପଢି କଲେକ୍ଟର ହେବାର ସ୍ଵପ୍ନ ଦେଖିଥିଲେ । କିନ୍ତୁ ସେ ସବୁବେଳେ ପାଠ ପଢନ୍ତି ବୋଲି ସିନିୟର ପିଲା ୩ ଜଣ ତାଙ୍କୁ ମାନସିକ ରୋଗୀ ତଥା ଆବନରମାଲ ବୋଲି କହିଥିଲେ ।

ସବୁକୁ ବାଦ ଦେଇ ରୁଚିକା ନିଜ ସାଙ୍ଗ ମାନଙ୍କ ସହିତ ଏକାଠି ବସି ପାଠ ପଢନ୍ତି । ଯୁକ୍ତ ତିନିର ଛାତ୍ରୀ ରୁଚିକା ସବୁ କ୍ଷେତ୍ରରେ ବେସ ପାରଙ୍ଗମ ଥିଲେ । ତାଙ୍କ ମାତା ପିତା ଙ୍କ କହିବା ଅନୁଯାୟୀ ସେ ବହୁତ ଷ୍ଟ୍ରଙ୍ଗ ଥିଲେ । କିନ୍ତୁ ହଠାତ ଝିଅର ମୃତ୍ୟୁ ଖବର ଶୁଣି ମାତା ପିତା ଉଭୟ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ସଂପୂର୍ଣ୍ଣ ପରିବାର ସହିତ ଗାଁ ଲୋକେ ମାନେ କାନ୍ଦୁଛନ୍ତି ।

ଏହା ଅତ୍ୟନ୍ତ ଦୁଖଃର ବିଷୟ ଅଟେ ଯେ ମାନସିକ ଟର୍ଚର ଏଭଳି ମାତ୍ରାରେ ଥିଲା ଯେ ରୁଚିକାଙ୍କୁ ଶେଷରେ ଆତ୍ମହତୟଆ ଭଳି ଚରମ ପଦକ୍ଷପ ନେବାକୁ ପଡିଲା । ଏହାକୁ ନେଇ ପରିବାର ଲୋକେ ଏହା କହିଛନ୍ତି ଯେ ଏହା ଆଦୌ ଆତ୍ମହତୟଆ ନୁହେଁ । ରୁଚିକାଙ୍କୁ ପ୍ଲାନ କରି ହତୟଆ କରାଯାଇଅଛି । କାରଣ ଜଣେ ଯଦି ଆତ୍ମହତୟଆ କରିବ ତେବେ ତାହାର ଶବ ଝୁଲନ୍ତା ଅବସ୍ଥାରେ ମିଳିବ ନା କି ଖଟ ଉପରେ ଗୋଟେ ଗୋଡ ତଳକୁ ଗୋଟେ ଗୋଡ ଖଟ ଉପରେ ଏବଂ ମୁହଁ ମାଡି ଶୋଇଥିବା ମିଳିବ ।

ପରିବାର ଲୋକେ ଦାବି କରିଛନ୍ତି ଯେ ରୁଚିକାଙ୍କୁ ନ୍ୟାୟ ମିଳୁ ତଥା ଏହି ସମ୍ବନ୍ଧରେ ବଡ ଧରଣର ତଦନ୍ତ ହେବା ନିଶ୍ଚିତ ଆବଶ୍ୟକ । ଅବିଭାବକ ମାନେ ବହୁତ ଆଶା ରଖି ନିଜ ପିଲାଙ୍କୁ ପଢିବା ନିମନ୍ତେ ଏହିଭଳି ବଡ ବଡ କଲେଜ ମାନଙ୍କୁ ଆଖିବୁଝି ବିଶ୍ଵାସ କରି ଛାଡି ଦେଇଥାନ୍ତି । ମାତ୍ର ସେଠାରେ ତାଙ୍କୁ ସେହିଭଳି ସୁବିଧା ତଥା ପରିଗହଣ ମିଳି ନଥାଏ ।

ଯାହାର ପରିମାଣ ମାନସିକ ଭାରସାମ୍ୟ ହରାଇ ଛାତ୍ର ଛାତ୍ରୀ ମାନେ ଆତ୍ମହତୟଆ ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାଁନ୍ତି । ତେବେ ରୁଚିକାଙ୍କ ଆତ୍ମହତୟଆ ରେ ଦାୟୀ ଥିବା ସେହି ୩ ଜଣ ଛାତ୍ରୀଙ୍କୁ ବର୍ତ୍ତମାନ କଲେଜ କତୃପକ୍ଷ ଘଣ୍ଟ ଘୋଡାଉଛନ୍ତି । ଏଥିରୁ ଜଣା ପଡୁଛି ଯେ ସଂପୂର୍ଣ୍ଣ କଲେଜ କତୃପକ୍ଷ ଏଥି ନିମନ୍ତେ ଦାୟୀ ଅଟନ୍ତି । ତେବେ ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *