Ruchika ଙ୍କ ଭଉଣୀ କଲେ ବଡ ଖୁଲାସା, କହିଲେ ‘ଦିଦିକୁ ସେମାନେ ମାନସିକ ରୋଗୀ କହି ଚିଡାଉଥିଲେ କାହିଁକି ନା ସେ ସବୁବେଳେ…’ ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଭୁବନେଶ୍ଵର BJB କଲେଜରେ ଯୁକ୍ତ ୩ ର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆ-ତ୍ମ-ହ-ତ୍ୟା ଘଟଣା ସମ୍ବନ୍ଧରେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଘଟଣାରେ ବର୍ତ୍ତମାନ ରୁଚିକାଙ୍କ ପରିବାର ଏବଂ ଗ୍ରାମବାସୀ ମର୍ମାହତ ହୋଇଛନ୍ତି । ପାଠ ପଢୀ କଲେକ୍ଟର ହେବାର ସ୍ଵପ ଦେଖିଥିଲେ ରୁଚିକା । ମାତ୍ର ତାଙ୍କର ସବୁ ସ୍ଵପ୍ନ ରହିଗଲା ଅଧା । ବାପା ମା’ କେବେ ମଧ୍ୟ ଚିନ୍ତା କରିନଥିଲେ ଯେ ରୁଚିକା ଏଭଳି ଏକ ପଦକ୍ଷପ ନେବେ ବୋଲି ।

ହଟାତ ରୁଚିକାଙ୍କ ମୃତ୍ୟୁ ଖବର ଶୁଣି ଉଭୟ ମାତା ପିତା ମୁଣ୍ଡରେ ହାତ ଦେଇ ସ୍ତବ୍ଦ ହୋଇଗଲେ । ତେବେ ରୁଚିକା ରଜ ଛୁଟିରେ ଯେତେବେଳେ ଘରକୁ ଯାଇଥିଲେ ସେତେବେଳେ ନିଜ ସାନ ଭଉଣୀଙ୍କ ସହିତ କଲେଜ ସମ୍ବନ୍ଧରେ କିଛି ବିଶେଷ କଥା ହୋଇଥିଲେ । ତେବେ ସେହି କଥାଟି କଣ ଥିଲା ଆସନ୍ତୁ ଜାଣିନେବା । ରୁଚିକା ନିଜ ଭଉଣୀଙ୍କୁ କହିଥିଲେ ଯେ, ରଜ ପରଦିନ ହିଁ ସେ କଲେଜ ଗଲେଭାରି ।

ଭଉଣୀଙ୍କ କହିବାନୁଯାୟୀ ରୁଚିକାଙ୍କର ତାଙ୍କ ରୁମମେଟ ସହିତ କାହା ସହିତ ବିଶେଷ ପଡେ ନାହିଁ । ରୁଚିକ କହିଥିଲେ ଯେ ମୁଁ ଅଧିକ ଡେରି ଯାଏଁ ପଢେବୋଲି ମତେ ସମସ୍ତେ ଆବନର୍ମାଲ ବୋଲି କୁହନ୍ତି । ଏଣୁ ମୁଁ ତଳକୁ ଆସି ମୋ ସାଙ୍ଗ ମାନଙ୍କ ସହିତ ପାଠପଢେ । ଆଉ ସିନିୟର ଝିଅ ଦୁଇଜଣ ଥିଲେ ଯେଉଁମାନେ ରୁଚିକାଙ୍କୁ ହଇରାଣ କରୁଥିଲେ ବୋଲି ସେ କହିଥିଲେ ।

ସେମାନେ ରୁଚିକାକୁ ସବୁଆଡୁ ଦେଖାଇ ଶିଖାଇ କୁହନ୍ତି ଏବଂ ସବୁ କାମ କରିଲା ବେଳକୁ ସେମାନେ କ୍ୟାନ୍ସଲ କରି ଦିଅନ୍ତି । ଏହାକୁ ନେଇ ରୁଚିକା ବହୁତ ଚିନ୍ତିତ ଥିଲେ । ମାତ୍ର ସବୁ ସିନିୟର ପିଲା ରୁଚିକାଙ୍କ ସାଥିରେ ଥାନ୍ତି ମାତ୍ର ସେହି ଦୁଇଜଣ ପିଲା ହିଁ ତାଙ୍କ ବିରୁଦ୍ଧରେ ସବୁବେଳେ ରହିଥାନ୍ତି । ଯୁକ୍ତ ୩ ଫାଷ୍ଟୟର ପିଲା ଯୁକ୍ତ ୨ ପିଲାଙ୍କ ପାଇଁ ଫେରୁଆଲ ଆୟୋଜିତ କରିଥିଲେ । ଏହାପରେ ସିନିୟର ଦୁଇଜଣ ଝିଅ ୱାର୍ଡନ ମାନଙ୍କୁ କହି ଡିଜେ ବନ୍ଦ କରିଦେଇ ଗଣ୍ଡୋଗଳ କରିଥିଲେ ।

ଗଣ୍ଡୋଗଳରେ ରୁଚିକାଙ୍କ ସହିତ ମାରପିଟ ମଧ୍ୟ ହୋଇଥିଲା । ତେବେ ସବୁ ସିନିୟର ରୁଚିକାଙ୍କ ସହିତ ଥିଲେ କିନ୍ତୁ ସେହି ଦୁଇ ଝିଅଙ୍କ ସହିତ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ ରୁଚିକା, ଏହା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ଯେ ଏହି ଘଟଣା ସମ୍ବନ୍ଧରେ କଲେଜ କତୃପକ୍ଷ ଜାଣି ମଧ୍ୟ ଚୁପ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *