ଆପଣଙ୍କ ଶୋଇବାରୁ ଜଣା ପଡିଥାଏ କି ଆପଣ କେଉଁଭଳି ବ୍ୟକ୍ତିତ୍ଵର ମଣିଷ, ଜାଣନ୍ତୁ

ସବୁ ମଣିଷଙ୍କର ଶୋଇବାର ଅଲଗା ଅଲଗା ଉପାୟ ରହିଥାଏ । ଶୋଇବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କିନ୍ତୁ ଯଦି ଆପଣ ଅଧିକ କିମ୍ବା କମ ଶୋଇଥାନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ଲୋକମାନଙ୍କ ଶୋଇବା ପୋଜିସନ ଦ୍ଵାରା ଆପଣ ତାଙ୍କର ବ୍ୟକ୍ତିତ୍ଵ ବିଷୟରେ ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଅବଗତ କରାଇବୁ ।

୧. ଆପଣମାନେ ଗର୍ଭରେ ଥିବା ଶିଶୁକୁ ଦେଖିଥିବେ । ଶିଶୁଟି ସର୍ବଦା ନିଜର ଗୋଡକୁ ମୋଡି କରି ଏକ ବଲ ଆକାରରେ ରହିଥାଏ । ଯଦି ଆପଣ ବି ଏହିଭଳି ଗୋଡକୁ ମୋଡି ଏକ ବଲ ଆକାରରେ ନିଦ ନେଉଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏହିଭଳି ଶୋଇଥିବା ଲୋକମାନଙ୍କ ବିଷୟରେ କୁହାଯାଏ କି ଏମାନେ ଅନ୍ୟ ଲୋକମାନଙ୍କ ଠାରୁ ସୁରକ୍ଷା ପାଇବାର ଆଶା ରଖିଥାନ୍ତି ।

ନୂଆ ଲୋକମାନଙ୍କ ସହ ବନ୍ଧୁତା କରିବା ପାଇଁ ଭୟ କରନ୍ତି । ଏହା ଛଡା ମହିଳାମାନଙ୍କୁ ଏହିଭଳି ଶୋଇବା ଅଧିକ ପସନ୍ଦ ହୋଇଥାଏ । ଏହିଭଳି ଶୋଉଥିବା ମହିଳାମାନେ ବହୁତ ଲଜ୍ୟା କରିଥାନ୍ତି ।

୨. ଯଦି ଆପଣ ସିଧା ପିଠି ତଳକୁ କରି ଶୋଇଥାନ୍ତି ତେବେ ଏହା ସ୍ୱାସ୍ଥ୍ୟ ଭଲ ଅଟେ । ଏହିଭଳି ଶୋଉଥିବା ବ୍ୟକ୍ତିଙ୍କୁ ନିଜ ଉପରେ ଅଧିକ ବିଶ୍ଵାସ ଥାଏ । ଏମାନେ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଶାନ୍ତ ସ୍ଵଭାବର ହୋଇଥାନ୍ତି ।

୩. ଯଦି ଆପଣ ପେଟ ତଳକୁ କରି ଶୋଇଥାନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ ଓ ଏହିଭଳି ବ୍ୟକ୍ତିଙ୍କ ବିଷୟରେ କୁହାଯାଏ କି ଏମାନେ ଭଲ ପାଇବା ପାଆନ୍ତି ନାହିଁ । ଏମାନଙ୍କୁ ସ୍ଵପ୍ନ ଦେଖିବାକୁ ବି ଭଲ ଲାଗେ । ଏମାନେ ନିଜର ସମୟକୁ ସଦୁପଯୋଗ କରିଥାନ୍ତି ।

୪. ନିଜର ହାତକୁ ନିଜ ମୁଣ୍ଡ ଉପରକୁ ରଖି ପିଠି ମାଡି ଶୋଇବା ସ୍ଥିତିର ବ୍ୟକ୍ତିମାନଙ୍କ ବିଷୟରେ କୁହାଯାଏ କି ଏମାନେ ସବୁ କଥାକୁ ଧ୍ୟାନର ସହ ଶୁଣିଥାନ୍ତି । ଲୋକମାନେ ସର୍ବଦା ଏମାନଙ୍କ ସହ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି । ଏମାନେ ଶାନ୍ତ ରହିବା କାରଣରୁ ଏମାନଙ୍କୁ ବହୁତ ବିଶ୍ଵସନୀୟ ବୋଲି ବି କୁହାଯାଏ ।

୫. ଶୋଇବା ସମୟରେ ନିଜର ଦୁଇ ହାତକୁ ସାମ୍ନା ଆଡକୁ ରଖି ଶୋଇଥିବା ବ୍ୟକ୍ତି ବିଷୟରେ କୁହାଯାଏ କି ଏମାନେ କାହାର ଖରାପ ବ୍ୟବହାରକୁ ଶୀଘ୍ର ମନକୁ ନେଇ ଯାଆନ୍ତି ଓ ତୁରନ୍ତ ସେହି କଥାକୁ ଭୁଲି ଯାଆନ୍ତି । ଏମାନେ ସବୁ କାମକୁ ଭଲ ଭାବରେ କରନ୍ତି । ଏମାନେ ନୂଆ ଜାଗାରେ ବି ନିଜକୁ ଆଡଜସ୍ଟ କରି ନିଅନ୍ତି । ଆପଣଙ୍କୁ ଏହି ଲେଖାଟି ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ସେଆର କରନ୍ତୁ । ଆଗକୁ ଏହିଭଳି ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *