ବଢୁଥିବା ଓଜନକୁ କନ୍ଟ୍ରୋଲ କରିବାର ଅଛି ତ ଏମିତି ଖାଆନ୍ତୁ ସାଲାଡ, ମିଳିଥାଏ ଅଧିକ ଲାଭ

ସାଲାଡ ତ ପାଖାପାଖି ସମସ୍ତେ ସେବନ କରିଥାନ୍ତି ଓ ଏହା ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ ହୋଇଥାଏ । ସମସ୍ତେ ସାଲାଡକୁ ଅଲଗା ଅଲଗା ରୂପରେ ସେବନ କରିଥାନ୍ତି । କହିବାକୁ ଗଲେ ପ୍ରାୟତଃ ସାଲାଡରେ ତାଜା ପନିପରିବା ଯେମିତି କି କାକୁଡି, ଟମାଟର, ମୂଳା, ଗାଜର ଓ କଞ୍ଚା ପିଆଜ ଭଳି ପନିପରିବା ପଡିଥାଏ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଭୋଜନ ସହିତ ସାଲାଡ ଖାଇବା ଉଚିତ ନୁହେଁ ଓ ଏହା ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି ।

ଏହା ଛଡା କେତେକ ଲୋକମାନେ ସାଲାଡର ସେବନ ତ କରନ୍ତି କିନ୍ତୁ ସାଲାଡ ର ପୁରା ପୋଷଣ ସେମାନେ ପାଇ ପାରନ୍ତି ନାହିଁ । କାରଣ ତାଙ୍କୁ ସାଲାଡ ସେବନ କରିବାର ସଠିକ ଉପାୟ ଜଣା ନ ଥାଏ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ବିଷୟରେ କହିବାକୁ ଯାଉଛୁ ।

ସାଲାଡ ଖାଇବାର ସଠିକ ଉପାୟ

ସାଲାଡକୁ ସବୁବେଳେ ଭୋଜନ ପୂର୍ବରୁ ଖାଇବା ଉଚିତ । ଯେତେବେଳେ କି ୯୦ ପ୍ରତିଶତ ଲୋକମାନେ ସାଲାଡର ସେବନ ଖାଇବା ସହିତ କରିଥାନ୍ତି । ଏହା ଦ୍ଵାରା ତାଙ୍କ ଶରୀରକୁ ପୂର୍ଣ୍ଣ ରୂପରେ ଲାଭ ମିଳି ନ ଥାଏ । ଏହା ଛଡା କେତେ ଥର ଡାଇଜେସନ ସହ ସମ୍ବନ୍ଧିତ ସମସ୍ୟା ବି ହୋଇଥାଏ ।

ଏହି ସମୟରେ ଖାଆନ୍ତୁ ସାଲାଡ

ଯେତେବେଳେ ଆପଣଙ୍କୁ ଭୋକ ଲାଗୁଛି ବା ନିଜ ଲଞ୍ଚ ଓ ଡିନର ର ସମୟ ଠିକ କରି ରଖିଛନ୍ତି, ସେହି ସମୟରୁ ଠିକ ଅଧ ଘଣ୍ଟା ପୂର୍ବରୁ ହିଁ ସାଲାଡର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରକୁ ପୂର୍ଣ୍ଣ ପୋଷଣ ମିଳିବ ଓ ଓଭର ଭୋଜନରୁ ବି ମୁକ୍ତି ମିଳିବ ।

ଓଜନ କନ୍ଟ୍ରୋଲରେ ରହିଥାଏ

ସାଲାଡକୁ ଯଦି ସଠିକ ଉପାୟରେ ଖାଇବେ ତ ଏହା ଆପଣଙ୍କ ଓଜନକୁ ବି କନ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଆମର ପାଚନ ତନ୍ତ୍ରକୁ ବି ସଠିକ ରଖିଥାଏ ଓ ପେଟ ସଫା କରିବାରେ ବି ସାହାର୍ଯ୍ୟ କରିଥାଏ । ଏହା ଆମ ଶରୀରର ଏକ୍ସଟ୍ରା ଫ୍ୟାଟକୁ ଜମା ହେବା ପାଇଁ ଦେଇନଥାଏ ଓ ଆମକୁ ଓଭର ଖାଇବା ଠାରୁ ବି ବଞ୍ଚାଇ ଥାଏ । ଯାହା ଦ୍ଵାରା ଆମର ଓଜନ ନିୟନ୍ତ୍ରିତ ରହିଥାଏ ।

ସାଲାଡ ତିଆରି କରିବାର ଉପାୟ

ସାଧାରଣତଃ ସାଲାଡକୁ ଦୁଇ ପ୍ରକାରରେ ତିଆରି କରାଯାଇଥାଏ । ପ୍ରଥମ ଉପାୟ ହେଉଛି କଞ୍ଚା ସାଲାଡ, ଯେଉଁଥିରେ ଆପଣ ଫଳ ଓ ପନିପରିବାକୁ କାଟି ମିକ୍ସ କରିଥାନ୍ତି ଓ ମସଲା ଦେଇ ସାଲାଡ ତିଆରି କରିଥାନ୍ତି । ଯେତେବେଳେ କି ଦ୍ଵିତୀୟ ଉପାୟରେ ପାଣିରେ ସିଝାଇ ସାଲାଡ ତିଆରି କରିବା । ଏଥିରେ ପନିପରିବାକୁ ଗରମ କରି ସେଥିରୁ ପାଣିକୁ ଅଲଗା କରି ସାଲାଡ ତିଆରି କରାଯାଇଥାଏ । ଆପଣ କୌଣସି ବି ସାଲାଡ ଖାଆନ୍ତୁ ନା କାହିଁକି କିନ୍ତୁ ଏହାକୁ ଫୁଲ ମିଲ ସହ ଖାଆନ୍ତୁ ନାହିଁ ।

କାହିଁକି ଖାଇବେ ନାହିଁ ଭୋଜନ ସହ ସାଲାଡ

ଯଦି ଆପଣ ଫଳ କିମ୍ବା ପନିପରିବା ଦ୍ଵାରା ତିଆରି ସାଲାଡର ସେବନ କରୁଛନ୍ତି ତେବେ ଏହା ଏକ ଥଣ୍ଡା ଖାଦ୍ୟ ହୋଇଥାଏ । ଯେତେବେଳେ କି ରୋଷେଇ ହୋଇଥିବା ଖାଦ୍ୟ ଗରମ ହୋଇଥାଏ । ଏମିତିରେ ଥଣ୍ଡା ଗରମର ସଂଗମ, କେବଳ ଶରୀରକୁ ନୁହେଁ ଦାନ୍ତକୁ ହାନି ପହଞ୍ଚାଇଥାଏ । ଏହା ସହିତ ଆମର ପାଚନ ତନ୍ତ୍ର ଉପରେ ବି ଅଧିକ ପ୍ରଭାବ ପଡିଥାଏ ।

କାରଣ ପାଚନ ପାଇଁ ଆମକୁ ଅତିରିକ୍ତ ଊର୍ଜା ଦରକାର ହୋଇଥାଏ । ଏହା ସହିତ ଏହିଭଳି ଭୋଜନ ଖାଇବା ଦ୍ଵାରା ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ । ଯାହା ଦ୍ଵାରା ବେଳେ ବେଳେ ପାଚନ ପ୍ରକ୍ରିୟାରେ ଅସୁବିଧା ଆସିଥାଏ । ଆଶା କରୁଛୁ କି ଏହି ସ୍ୱାସ୍ଥ୍ୟ ଟିପ୍ସ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *