ନାମ ର ପ୍ରଥମ ଅକ୍ଷର S ହୋଇଥିଲେ ଜାଣନ୍ତୁ ଆପଣଙ୍କ କିପରି ରହିବ ଭବିଷ୍ୟତ- Jyotish Shastra

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଏ ଦୁନିଆ ରେ ସମସ୍ତ ଜୀବ ଜନ୍ତୁ,ମନୁଷ୍ୟ,ପ୍ରାଣୀ ଆଦି ସମସ୍ତଙ୍କ ର କିଛି ନା କିଛି ନାମ ଅଛି।ପ୍ରତ୍ୟେକ ବ୍ୟକ୍ତି ର ନାମ ରୁ ହିଁ ସେହି ବ୍ୟକ୍ତି ର ପରିଚୟ ମିଳିଥାଏ।ବନ୍ଧୁଗଣ ଆଜି ଆମେ ଆପଣଙ୍କୁ S ଅକ୍ଷରରେ ଆରମ୍ଭ ହେଉଥିବା ନାମ ସମ୍ପର୍କରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ହୁଏତ ଏପରି ଆଗରୁ ବହୁତ ଶୁଣିଥିବେ ଏବଂ ଦେଖିଥିବେ କିନ୍ତୁ ଆମେ ଆପଣଙ୍କୁ ଆଜି ଏପରି କିଛି କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ମଧ୍ୟ ଜାଣିନଥିବେ। ଅର୍ଥାତ S ନାମ ର ବ୍ୟକ୍ତି କିପରି ହୋଇଥାନ୍ତି ସେ ବିଷୟ ରେ ଆମେ ଆଜି ଆପଣଙ୍କୁ ପୂର୍ଣ୍ଣ ଭାବରେ ଜଣେଇବୁ।

ବନ୍ଧୁଗଣ S ନାମ ରୁ ଆରମ୍ଭ ହେଉଥିବା ଅଧିକାଂଶ ବ୍ୟକ୍ତି ଙ୍କ ର ରାଶିଚକ୍ର ଅନୁସାରେ କୁମ୍ଭ ରାଶି ହୋଇଥାଏ । S ଅକ୍ଷର ଟି ଇଂରାଜୀ ର ୧୯ନଂ ଅକ୍ଷର ଅଟେ। ତେବେ Sନାମ ର ବ୍ୟକ୍ତି ମାନେ ସିଂହ ଭଳି ହୋଇଥାନ୍ତି,ଅର୍ଥାତ ସିଂହ ଯେପରି ଆକ୍ରମଣ କରିବା ପାଇଁ ଦୁଇ ପାଦ ପଛକୁ ଘୁଞ୍ଚି ଥାଏ ଠିକ ସେହିପରି ଏହି ରାଶି ର ବ୍ୟକ୍ତି ଙ୍କୁ ସମୟ ଯତେ ବି ପଛକୁ ଟାଣିଲେ ମଧ୍ୟ ସେ ଆଉ ଏକ ପାଦ ଆଗକୁ ବଢିଯାଇଥାନ୍ତି ।

S ନାମ ର ବ୍ୟକ୍ତି କଠିନ ସମୟ ରେ ସହଜ ରାସ୍ତ ବଦଳ ରେ ନିଜର ଏକ ନୂଆ ରାସ୍ତା ବାହାର କରିଥାନ୍ତି।ଏମାନଙ୍କୁ କାହାର ସହାନୁଭୂତି ର ଆବଶ୍ୟକ ହୋଇନଥାଏ।ଏହି ନାମ ର ବ୍ୟକ୍ତି କାହା ସହିତ ବି ଶତ୍ରୁତା ରଖିବାକୁ ପସନ୍ଦ କରିନଥାନ୍ତି କିନ୍ତୁ ଯଦି କୌଣସି ବ୍ୟକ୍ତି ବାରମ୍ବାର ଶତ୍ରୁତା ଆଚରଣ କରିଥାନ୍ତି ତେବେ ସେ ନିଜର ପ୍ରକୃତ ସିଂହ ରୂପ ପ୍ରଦର୍ଶନ କରିଥାନ୍ତି। S ନାମ ର ବ୍ୟକ୍ତି ନିଜ ପରିଚୟ ନିଜେ ହିଁ ସୃଷ୍ଟି କରିଥାନ୍ତି।

ଏମାନେ ନିଜ ଛବି କୁ ଏପରି ପ୍ରସ୍ତୁତ କରିଥାନ୍ତି ସେମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ଏହି ନାମ ର ବ୍ୟକ୍ତି ମାନେ ନିଜର ଏକ ଅଲଗା ଖ୍ୟାତି ଓ ସମ୍ମାନ ତିଆରି କରିଥାନ୍ତି । ଏମାନେ ଏପରି କିଛି କରିଥାନ୍ତି କି ଦୁନିଆ ର ସମସ୍ତ ସ୍ଥାନ ରେ ଏମାନଙ୍କର ହିଁ ଚର୍ଚ୍ଚା ହୋଇଥାଏ । ଆପଣ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ଦେଖନ୍ତୁ ଯେପରି କି ସଲମାନ ଖାନ, ଶିଳ୍ପା ସେଠୀ, ଶାହରୁଖ ଖାନ ଇତ୍ୟାଦି ।

ବହୁତ ଲୋକ ଦୁନିଆ ରେ ଶୋଇକି ସ୍ବପ୍ନ ଦେଖିଥାନ୍ତି କିନ୍ତୁ S ନାମ ର ବ୍ୟକ୍ତି ଙ୍କୁ ତାଙ୍କ ସ୍ବପ୍ନ ଶୋଇବାକୁ ଦେଇନଥାଏ,ଏମାନେ ନିରନ୍ତର ପ୍ରୟାସ କରି ନିଜର ସ୍ବପ୍ନ କୁ ପୂରଣ କରିଥାନ୍ତି । ଏହି ବ୍ୟକ୍ତି ଅନେକ ବ୍ୟକ୍ତି ଙ୍କ ମଧ୍ୟରୁ ଗୋଟିଏ ହେଇଥାନ୍ତି । ଯେପରି କୋଇଲା ମଧ୍ୟରୁ ହୀରା ମିଳିଥାଏ ସେପରି ଇଂରାଜୀ ର ୨୪ ଅକ୍ଷର ମଧ୍ୟରୁ S ନାମ ବାହାରିଥାଏ । ଏହି ବ୍ୟକ୍ତି ନିଜ ବଳ ରେ ହିଁ ସବୁ କରିଥାନ୍ତି ଓ ଏହି ବ୍ୟକ୍ତି ଦେଖେଇ ହେବାକୁ ବିଲକୁଲ ବି ପସନ୍ଦ କରିନଥାନ୍ତି ।

ଏମାନଙ୍କର ସ୍ଵଭାଵ କେବଳ ଖାଲି ଭଲ ନୁହେଁ ବହୁତ ଭଲ ହୋଇଥାଏ । ଏମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି ଏମାନଙ୍କ ସଂସ୍ପର୍ଶରେ ଯିଏ ବ ଆସିଥାନ୍ତି ସେମାନେ ମଧ୍ୟ ଏମାନଙ୍କ ପରି ହୋଇଯାଇଥାନ୍ତି।ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କୁ ଶ୍ରେଷ୍ଠ ଓ ବୁଦ୍ଧିମାନ ବ୍ୟକ୍ତି ହେବାର ଇଚ୍ଛା ସବୁବେଳେ ରହିଥାଏ । ନିଜ ଜୀବନରେ ଏମାନେ ସବୁବେଳେ ହସିଥାନ୍ତି । S ନାମକ ବ୍ୟକ୍ତି ବହୁତ ରଚନାତ୍ମକ ହୋଇଥାନ୍ତି।

ଏମାନେ ସମସ୍ତଙ୍କ ର ପ୍ରିୟ ହୋଇଥାନ୍ତି । ଏମାନେ ନିଜ ଜୀବନ ର ନିଷ୍ପତି ବହୁତ ଚତୁରତାର ସହିତ ନେଇଥାନ୍ତି । S ନାମ ଥିବା ବ୍ୟକ୍ତି ସର୍ବଦା ଅନ୍ୟକୁ ସାହାଯ୍ୟ କରିବାକୁ ତତ୍ପର ଥଆନ୍ତି । ଏମାନଙ୍କ ହୃଦୟ ବହୁତ ସ୍ୱଚ୍ଛ ହୋଇଥାଏ । ନିଜର ମିତ୍ର ଙ୍କୁ ସହଯୋଗ କରିବାକୁ ଏମାନେ ସର୍ବଦା ଆଗଧାଡ଼ି ରେ ରହିଥାନ୍ତି।

ବନ୍ଧୁଗଣ ଏହାଥିଲା S ନାମ ବ୍ୟକ୍ତିଙ୍କ ର ଭବିଷ୍ୟତ,ଆଶା କରୁଛି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *