ସ୍କୁଲରେ ପ୍ରଚଳିତ ହୋଇ ଆସୁଛି ଅଜବ ନିୟମ ! ଶୁକ୍ରବାର ଛୁଟି ହେଲେ ରବିବାର ରହୁଛି ସ୍କୁଲ ଖୋଲା…

ଇଏ କି ପ୍ରକାର ଅଦ୍ଭୁତ ସ୍କୁଲ ! ଶୁକ୍ରବାର ଛୁଟି ହେଲେ ରବିବାର ଖୋଲା ! ଆମେ ମାନେ ସାଧରଣତଃ ସମସ୍ତେ ଜାଣିଥାଉ । ଯେ ସବୁ ସ୍କୁଲ ଶୁକ୍ରବାର ଖୋଲା ରହିଥିବା ବେଳେ ରବିବାର ବନ୍ଦ ରଖା ଯାଇଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍କୁଲ ବିଷୟରେ କହିବ ପାଇଁ ଯାଉଛୁ । ଯେଉଁଠାରେ ସଂପୂର୍ଣ୍ଣ ଓଲଟା ଏକ ନିୟମ ପ୍ରଚଳିତ ରହିଛି । ଯେଉଁ ସ୍କୁଲରେ ରବିବାର ତ ଖୋଲା ରହିଥାଏ । ଏହା ଛଡା ଶୁକ୍ରବାର ଦିନ କିନ୍ତୁ ଏହା ବନ୍ଦ ରହିଥାଏ ।

ତେବେ କଟକ ଜିଲ୍ଲାରେ ଏହି ବିଦ୍ୟାଳୟଟି ଅଛି । ଜେମାଦେଇ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଏପରି କିଛି ଅଜବ ନିୟମ ଲାଗୁ କରାଯାଇଛି । ଯେଉଁଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁକ୍ରବାର ଦିନ ସ୍କୁଲ ଛୁଟି ରହିଥାଏ । ଅପର ପକ୍ଷରେ ରବିବାରଭଳି ଛୁଟି ଦିନରେ ସ୍କୁଲ ଖୋଲା ରହିଥାଏ । ତେବେ ଏହି ସ୍କୁଲରେ ଏପରି ନିୟମ ରହିବା ପଛରେ ମଧ୍ୟ ଏକ କାରଣ ରହିଛି । ତେବେ କାରଣଟି ହେଉଛି । ଏହି ସ୍କୁଲ ଲାଗିକରି ଏକ ମସଜିଦ ରହିଛି ।

ଯେଉଁ କାରଣରୁ ମସଜିଦରେ ଶୁକ୍ରବାର ଦିନ ନମାଜ ପାଠ କରାଯାଇଥାଏ । ତେବେ ଏହି ପ୍ରାଥନା କାରଣରୁ କାଳେ ପିଲା ମାନଙ୍କର ପାଠ ପଢାରେ କୌଣସି ଅସୁବିଧା ସୃଷ୍ଟି ହେବ । ତେବେ ଏହି ସମସ୍ତ କଥାକୁ ଆଖିରେ ରଖୀ ବିଦ୍ୟାଳୟ ସ୍ଥାପନ କରାଯିବା ପୂର୍ବରୁ ଏପରି କିଛି ନିଷ୍ପତ୍ତି ନିଆଯାଇଥିଲା । ତେବେ ସ୍କୁଲର ପ୍ରଥମ ଦିନରୁ ଏପରି କିଛି ଅଜବ ନିୟମ ସ୍କୁଲରେ କାର୍ଯ୍ୟକାରୀ ହୋଇ ଆସୁଛି ।

ଯେଉଁଠାରେ କି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ଶୁକ୍ରବାର ଦିନ ଛୁଟି ମନାଉଥିବା ବେଳେ ରବିବାର ଦିନ ସ୍କୁଲ ଆସି ସ୍ଵାଭାବିକ ଭାବରେ ପାଠ ପଢି କରି ଯାଇଥାନ୍ତି । ତେବେ ଏହି ସ୍କୁଲରେ ଉଭୟ କିନ୍ତୁ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ପିଲା ମାନେ ଆସିକି ପାଠ ପଢିଥାନ୍ତି । ହେଲେ ଏତେ ଦିନ ଧରି ଚାଲି ଆସିଥିବା ସ୍କୁଲର ନିୟମକୁ କେହି ପ୍ରତିବାଦ ଯଦିଓ କରି ନାହାନ୍ତି ।

ହେଲେ କିଛି କିଛି ସ୍ଥାନୀୟ ଏରିଆର ଲୋକେ ଯେଉଁ ମାନଙ୍କ ପିଲା ଏହି ସ୍କୁଲରେ ପାଠ ପଢୁଛନ୍ତି । ସେମାନେ ବେଳେବେଳେ ଏହି କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥାନ୍ତି ।

Leave a Reply

Your email address will not be published. Required fields are marked *