ମୋ ଝିଅକୁ ଭଲ ଘର ଦେଖି ବାହା କରେଇଥିଲି, ହେଲେ ବାହାଘରର ୪ ଦିନ ପୁରିନି ଶାଶୁଘର ଲୋକେ ଦେଖେଇଲେ ଅସଲ ରୂପ !

ଶାଶୁ କଥାରେ ଚାଲୁଛି ଶ୍ଵଶୁର ! ଲୋପାମୁଦ୍ରାଙ୍କୁ ୪ ଦିନ ବି ରଖିପାରିଲେ ନାହିଁ କୋଟିପତି ଶାଶୁଘର ! ଲୋପାମୁଦ୍ରା ଯାହାଙ୍କୁ ଅନେକ ଲୋକେ ଜଣେ ସାହାଜ୍ଯକାରୀ ମହିଳା ତଥା ସମାଜସେବୀ ନାମରେ ଜାଣିଥାନ୍ତି । ତେବେ ଲୋପାମୁଦ୍ରା ନିଜ ଝିଅ ଉପରେ ଏପରି କିଛି ମତ ରଖି ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ତେବେ ଲୋପାମୁଦ୍ରାଙ୍କ ବାପାଙ୍କ କହିବା ଅନୁଯାଇ ମୋ ଝିଅକୁ ଦେଖି ସବୁକିଛି ବୁଝାସୁଝା କରି ଶାଶୁଘର ଲୋକେ ବାହା କରାଇ ତାଙ୍କ ଘରକୁ ନେଇଥିଲେ ।

ମୁଁ ମଧ୍ୟ ମୋ ଝିଅକୁ ଏତେ ବଡ ଘରେ ବାହା କରାଇ ବହୁତ ଖୁସିରେ ଥିଲି । ହେଲେ ବାହାଘରର ଚତୁର୍ଥୀ ଦିନରୁ ହିଁ ମୋ ଝିଅ ଶାଶୁ ଘର ଲୋକେ ତା’କୁ ଶୋଷଣ କରିବା ଆରମ୍ଭ କରିଦେଇଥିଲେ । ମୋ ଝିଅ ସବୁ କିଛି ସମସ୍ତଙ୍କ କଥା ରଖି ଶାଶୁଘରେ ବହୁତ ଭଲରେ ଚଳିବା ପାଇଁ ଚେଷ୍ଟା କରି ଆସିଲା । ହେଲେ ଶାଶୁ ଘର ଲୋକ ତାଙ୍କ ବଡପଣିଆ ଦେଖାଇ ମୋ ଝିଅକୁ ଗୋଟିଏ ପରେ ଗୋଟିଏ ନିର୍ଯାତନା ଦେଲେ ।

ସବୁ ପ୍ରକାର ଝାମେଲାରେ ତାକୁ ଭର୍ତ୍ତି କରି ତାକୁ ବହୁତ ହଇରାଣ ହର୍କତ ମଧ୍ୟ କରିଲେ । ଝିଅ ଗର୍ଭବତୀ ହେଲା ତାହାର କେହି ଦେଖାଶୁଣା ମଧ୍ୟ କରିଲେ ନାହିଁ । ନିଜ ଆଖିର ଲୁହକୁ ଓଠରେ ଚାପି କେତେ ଦିନ ମୋ ଝିଅ ତା’ ଶାଶୁ ଘରେ ପଡି ରହିଲା । ହେଲେ ଯେତେବେଳେ କଥା ବହୁତ ଆଗକୁ ଆଗେଇଲା । ବାଧ୍ୟ ହୋଇ ମୋ ଝିଅ ଆମ ବାହାଘରକୁ ଚାଲି ଆସିଥିଲା । ସେତେବେଳେ ତା’ ର କୁନି ଝିଅଟି ମଧ୍ୟ ହୋଇଥିଲା ।

ଲୋପାକୁ ଦେଖିବା ତ ଦୂରର କଥା ମୋ କୁନି ନାତୁଣୀକୁ ଦେଖିବା ପାଇଁ ମଧ୍ୟ କେହି ତାଙ୍କ ଶାଶୁ ଘର ଲୋକେ ଆସିନଥିଲେ । ଏତେ ସବୁ ହେଲା ପରେ ମଧ୍ୟ ଦୁଃଖରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲା ଆମ ଲୋପା ନିଜ ମନକୁ ବୁଝାଇଥିଲା । ତାପରେ ଅଣ୍ଟା ଭିଡି ସମାଜ ସେବାରେ ନିଜ ମନକୁ ନିବେଶ କରିଲା । ତାପରେ ଲୋପା ନିଜ ଝିଅର ମୁହଁକୁ ଚାହିଁ ମନରେ କୋହ ଥିଲେ । ମଧ୍ୟ ଆଖିରେ ଲୁହ ଆସିବା ପାଇଁ ଦେଇନଥାଏ ।

Leave a Reply

Your email address will not be published. Required fields are marked *