ପ୍ରେମ ପାଇଁ ମହାନଦୀକୁ ଡେଇଁଲେ ସିମ୍ରନ, ଶେଷ ସମୟରେ ପ୍ରେମିକ ପାଇଁ ଚିଠିରେ ଲେଖିଗଲେ କିଛି ଏମିତି ଶୁଣିଲେ ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ ତେବେ ଚାନ୍ଦବାଲିର ବୈତରଣୀ ପୋଲ ଉପରୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି । ଯୁବତୀର ଘର ଧାମରା ଜୋନ ଜାଗୁଳା ଗ୍ରାମପଂଚାୟତ ଜାଗୁଳା ଗ୍ରାମ‌େର । ସେ  ରାଜକନିକା ବୁରୁଡିଅ । ମାମୁଁ ଅକ୍ଷୟ ପାତ୍ରଙ୍କ ପରେ ରହି ପାଠ ପଢୁଥିଲେ । ୧୪ ତାରିଖ ସକାଳେ ଚାନ୍ଦବାଲିରେ କମ୍ପୁଟର  କ୍ଲାସ କରିବେ ବୋଲି କହି ମାମୁଁ ଘରୁ ଆସିଥିଲେ । ହେଲେ ଦିନ ୧୨ଟା ବେଳେ ବୈତରଣୀ ବ୍ରିଜ ଉପରେ ସାଇକେଲ ଓ ବ୍ୟାଗ ରଖି  ବ୍ରିଜ ଉପରୁ ୧୦୦ଫୁଟ ତଳେ ଥିବା ନଦୀକୁ  ଡେଇଁ ପଡିଥିଲେ ।

ତାହା କିଛି ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଉକ୍ତ ଯୁବତୀର  ବ୍ୟାଗରେ +୨ ସାଟିଫିକେଟ ସହିତ ଅାଉ କିଛି କାଗଜ, ଏକ ବ୍ୟାଙ୍କ ପାସବହି ରହିଛି ।ସାଟି ଫିକେଟରେ ଯୁବତୀର ନାମ ସିମରନ ଜେନା ବୋଲି ଜଣାପଡିଛି । ତେବେ ଖବର ପାଇ ରାଜକନିକା ଓ ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି ।

ଖବର ଲେଖାହେବା ପର୍ଯ୍ୟନ୍ତ ଯୁବତୀର କୌଣସି  ପତ୍ତା ମିଳି ନ ଥିବା ବେଳେ  ଝିଅଟିର ସାଇକେଲ ଓ ବ୍ୟାଗକୁ  ତାଙ୍କ ମାମୁଁ ଚିହ୍ନଟ କରିବା ପରେ ରାଜକନିକା ପୁଲିସ ଥାନାକୁ ନେଇଛି । କେଉଁ କାରଣ ପାଇଁ ଝିଅଟି ଆତ୍ମହତୟଆ କରିଛି ତାହା ଜଣା ପଡିନାହିଁ । ତେବେ ବର୍ତ୍ତମାନ ସେହି ଯୁବତୀ ର ବ୍ୟାଗ ରୁ ମିଳିଛି ଏକ ଚିଠି ଯାହାକୁ ଶେଷ ଚିଠି ମଧ୍ୟ କୁହାଯାଉଛି । ଯେଉଁଥିରେ ସେ ଲେଖିଛନ୍ତି କି ।

ତୁମେ ମୋ ସହ ଏମିତି କାହିଁକି କଲ? ମୁଁ ତୁମକୁ ମୋ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଏ । ମୋ ମାଆ ଓ ଭଉଣୀ କୁ ଯେତେ ଭଲ ପାଏ ତୁମକୁ ମଧ୍ୟ ସେତେ ଭଲ ପାଏ । ମୋ ଭଲ ପାଇବା ଓ ଭାବନା ର କୌଣସି ମୂଲ୍ୟ ନାହିଁ ତୁମ ପାଖରେ । ତୁମ ଉପରେ ବହୁତ ଆଶା ଓ ଭରସା ଥିଲା କିନ୍ତୁ ତୁମେ ସବୁ ଆଶା ଭରସା କୁ ଭାଙ୍ଗି ଦେଲ । ତୁମକୁ ଆଉ କାହା ସହ ଦେଖି ପାରିବିନି ମୋ ଭଲ ପାଇବାରେ କୌଣସି ଖାଦ ନଥିଲା କେବଳ ଥିଲା ନିଃସ୍ୱାର୍ଥ ଭଲ ପାଇବା ।

ତୁମେ ମୋ ସହ ଯାହା କ୍ଲ କିଛି ଠିକ କଲ ନାହିଁ । ତୁମର ସେହି ଗୋଟିଏ କମେଣ୍ଟ ମୋ ଲୁହର କାରଣ । ମୋତେ କ୍ଷମା କରିଦେବ ମୁଁ ତୁମକୁ ଖୁସି ଦେଇ ପାରିଲି ନାହିଁ । ମୋ ଲାଇଫ କୁ ଆସି ପ୍ରେମ ର ମାନେ କଣ ବୁଝାଇଲ ତୁମେ କିନ୍ତୁ ପ୍ରେମ ର ମୂଲ୍ୟ ରଖିଲ ନାହିଁ । ତୁମ ପାଇଁ ରଶ୍ମିତା ହିଁ ଠିକ । କିନ୍ତୁ ତୁମେ ସବୁବେଳେ ଏବଂ ସବୁଦିନ ପାଇଁ ମୋ ଗୁଲୁ ହୋଇ ରହିବ ।

ତେବେ ବର୍ତ୍ତମାନ ଏହି ଚିଠି ପରେ ପ୍ରେମ ର କାରଣ ରୁ ଏହି ପରି ଘଟିଛି ବୋଲି ଅନୁମାନ କରାଯାଇଛି ଏବଂ ଏହା ସହ ରଶ୍ମିତା କିଏ ତାହାକୁ ମଧ୍ୟ ଖୋଜା ଚାଲିଛି । ତେବେ ବର୍ତ୍ତମାନ ପିଢ଼ି ପ୍ରେମରେ ଧୋକା ପାଇଲେ ଆତ୍ମହତୟଆ କରି ବସୁଛନ୍ତି କିନ୍ତୁ ଆତ୍ମହତୟଆ ସବୁ ସମସ୍ୟା ର ସମାଧାନ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *