ନିବସ୍ତ୍ର ହେଇ ହତ୍ୟାକାଣ୍ଡ ରଚିଥିଲା ପିଶାଚ ଶିବ, 4 ଦିନ ଆଗରୁ କରିଥିଲା ପ୍ଲାନିଂ, ଡେମୋ ଦେଖାଇବା ବେଳେ ଗୋଟି ଗୋଟି ବଖାଣିଲା ସବୁ କିଛି…

ନମସ୍କାର ବନ୍ଧୁଗଣ ତେବେ କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ୫ ଜଣଙ୍କୁ ହତୟଆ ମାମଲାର ରହସ୍ୟ ଭେଦିବା ପୁଲିସ ପାଇଁ ଏତେ ସହଜ ହେଉ ନାହିଁ । କିଛି ପ୍ରମାଣ ପାଇବା ଆଶାରେ ଆଜି ଅଭିଯୁକ୍ତ ଶିବ ସାହୁକୁ ପୁଲିସ ହତୟଆକାଣ୍ଡ ସ୍ଥଳ କୁସୁପୁର ଗାଁ କୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି । ୫ ଜଣଙ୍କୁ କିପରି ହତୟଆ କଲା? କେଉଁ ପିରିସ୍ଥିତିରେ ହତୟଆ କଲା ? ପୁଲିସ ଆଗରେ ତାର ଡେମୋ ଦେଖାଇଛି ଶିବ ।

ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଶିବକୁ ପଚରାଉଚରା କରିଛି ପୁଲିସ । କଡ଼ା ସୁରକ୍ଷା ମଧ୍ୟରେ ଏହି କ୍ରାଇମ ସିନ୍ ରିକ୍ରିଏଟ କରାଯାଇଥିଲା । ଏସିପି, ଏସ୍‌ଡିପିଓ ଓ  ମାହାଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । କ୍ରାଇମ୍ ସ୍ପଟ୍‌ରୁ କିଛି ମାଆରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି । ତେବେ ପୁଲିସ ଅଭିଯୁକ୍ତ ଶିବକୁ ତିନିଆ ରିମାଣ୍ଡରେ ନେଇଛି । ଆଜି ରିମାଣ୍ଡର ଦ୍ୱିତୀୟ ଦିନ ।

ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତୟଆ କରିଥିଲା । ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା ।  ଲୋକଙ୍କ ସହ କଥା ହୋଇଥିଲା । ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା । ସୂଚନାଯୋଗ୍ୟ, ୨ ଭାଇ ଅଲେଖ ସାହୁ ଓ ଶିବ ସାହୁଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା ।

ଏପରିକି ଅଲେଖଙ୍କ ପରିବାର ତାଙ୍କୁ ଖୁବ୍‌ ହଇରାଣ କରୁଥିବା ଶିବଙ୍କ ପତ୍ନୀ କହୁଥିବା ବେଳେ ଉଭୟ ପକ୍ଷ ପରସ୍ପର ନାଁରେ ଥାନାରେ ୧୦ରୁ ଊର୍ଦ୍ଧ୍ୱ ଲେଖା କେସ୍‌ ଦେଇଛନ୍ତି ।  ସେଥିମଧ୍ୟରେ ରେପ୍‌ କେସ୍‌ ବି ଥିବା ଜଣାଯାଇଛି । ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଭରି ରହିଥିବା ବେଳେ ପ୍ରତିଶୋଧ ନିଆଁରେ ଜଳୁଥିବା ଶିବ ଶେଷରେ ୧୧ ତାରିଖ ରାତିରେ ଜହ୍ଲାଦ ସାଜି ଭାଇର ପରିବାରକୁ ନିପାତ କରିଦେଲା ।

ତେବେ ଏକୁଟିଆ ଶିବ ଏପରି  ରକ୍ତର ହୋଲି ଖେଳି ୫ ଜଣଙ୍କୁ ହତୟଆ କରିବା ଘଟଣାକୁ ସହଜେ ବିଶ୍ୱାସ କରିହେଉ ନାହିଁ । ଏହା ପଛରେ ଆଉ କିଛି ରହସ୍ୟ ଥିବା ଆଲୋଚନା ହେଉଛି ।ତେବେ ଚାରି ଦିନ ପୂର୍ବରୁ ଯୋଜନା କରିଥିଲା ଶିବ । ତେବେ ରକ୍ତମୁଖା ସାଜିଥିଲା ଶିବ ପ୍ରସାଦ ସାହୁ । ଘର ଅନ୍ଧାର ଥିଲା, ତେଣୁ ମୋବାଇଲ ଲାଇଟ୍‌ରେ ମାଆରି ଚାଲିଲା ସମସ୍ତଙ୍କୁ । ମାରିଲା ବେଳେ ପିନ୍ଧିଥିବା ଲୁଙ୍ଗି ଛନ୍ଦି ହୋଇଯିବାରୁ ଲୁଙ୍ଗି ଖୋଲି ଉଲଗନ ଅବସ୍ଥାରେ ମାରିଥିଲା ସମସ୍ତଙ୍କୁ ।

ଶେଷ ଶିକାର ଥିଲା ଝିଆରୀ । ସେ ନେହୁରା ହେଉଥିଲା ଓ ଦୌଡୁଥିଲା ହେଲେ, ଭାଉଜଠାରୁ ଆରମ୍ଭ କରିଥିବା ନରସଂହାର ଝିଆରୀକୁ ହତୟଆ କରି ଶେଷ କରିଥିଲା ଶିବ । ଏଭଳି ହୃଦୟ ବିଦାରକ ତଥ୍ୟ ଆଜି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ସମୟରେ ପୁଲିସ ଆଗରେ ବଖାଣିଛି ହତୟଆକାରୀ ଶିବ । ଜଣେ ପୁତୁରା ଜୀବନ ବଂଚାଇବା ପାଇଁ ଛାତ ସିଡି ଦେଇ ଉପରକୁ ଚଢି ପଳାଉଥିବା ବେଳେ ନୃଶଂସ ଶିବ ତାକୁ ପଛପଟରୁ ଭିଡି ଧରି ମୁଣ୍ତକୁ ଆକ୍ରମଅଣ କରିବା ସହ ଶୋଇବା ଘରକୁ ଆଣି ସେଠାରେ ହତୟଆ କରିଥିଲା ।

ଏପରିକି ନରସଂହାର ଘଟାଇବା ପରେ ସମସ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୁନିଶ୍ଚିତ ହେବା ପାଇଁ ଗୋଡର ଗୋଚ୍ଛି, ହାତର ଶିରା କାଆଟି ଦେଇଥିଲା । ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ କ୍ଷତାକ୍ତ କରିଥିଲା ବୋଲି ପୁଲିସ ଆଗରେ ସ୍ବୀକାର କରିଛି ଶିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *