ଭାରତ – ପାକିସ୍ତାନ ସୀମାରେ ମିଳିଲା ଏମିତି ଏକ ପାରା, ପର ଉପରେ ଲେଖା ହେଇଛି ଏମାନଙ୍କ ନାମ

କହିବାକୁ ଗଲେ ବର୍ତ୍ତମାନ ହିଁ ଭାରତ ଓ ପାକିସ୍ତାନ ସୀମାରେ ଏକ ଅଦ୍ଭୁତ ପାରା ମିଳିଛି । ଯାହାକୁ ନେଇ ବର୍ତ୍ତମାନ ଚାରି ଆଡେ ଚର୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ ଥାନା ଅଧିକାରୀ ସୁରେନ୍ଦ୍ର ବାରୂପାଲ କହିଲେ କି ଛତରଗଢ଼ ତହସୀଲ ର ମୋତୀଗଢ଼ ଗ୍ରାମରେ ହାଜୀ ଜମାଲ ଖାନଙ୍କ ଘରେ ଶନିବାର ସକାଳେ ପାଖାପାଖି ୧୦ ଟା ସମୟରେ ଗୋଟିଏ ସନ୍ଦେହ ଜନକ ପାରା ଆସି ବସିଲା ।

ଏହା ପରେ ତାଙ୍କୁ ପାରା ଉପରେ ସନ୍ଦେହ ହେବାରୁ ସେ ପାରାକୁ ଧରି ନେଲେ । ଏହା ପରେ ସେ ଦେଖିଲେ କି ପାରାର ପର ଉପରେ ଚାରଣପୁର ଠାରୁ ନେଇ ଲାହୌର ପର୍ଯ୍ୟନ୍ତ ୨୨୫ କିମି ଦୂର ଅନେକ ସହରର ନାମ ଲେଖା ହୋଇଥିଲା । ଏହା ସହିତ ପାରା ଗୋଡରେ ବନ୍ଧା ହୋଇଥିବା ଗୋଟିଏ ଧାତୁ ନିର୍ମିତ ଚୁଡି ଭଳି ଏକ ଜିନିଷ ବି ମିଳିଲା ।

ଏହି ଅଦ୍ଭୁତ ପାରା ବିଷୟରେ ସୂଚନା ମିଳିବା ପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ପାରାକୁ ନିଜ ଅଧୀନରେ ନେଇ ତାହାର ଯାଞ୍ଚ ଆରମ୍ଭ କରିଦେଇଛି । ଏହା ପରେ ଏହି ମାମଲାର ସୂଚନା ବିଏସଏଫ ଯବାନ ଓ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କୁ ଦିଆଗଲା ।

କହିବାକୁ ଗଲେ ରାଜସ୍ଥାନର ଭାରତ ଓ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ବୀକାନେର ଜିଲ୍ଲାର ଛତରଗଢ଼ରେ ​ଶନିବାର ଦିନ ଏକ ଅଦ୍ଭୁତ ପାରା ମିଳିଲା । ପାରାର ପର ଉପରେ ବୀକାନେର ଜିଲ୍ଲାର ଚରଣପୁର ଠାରୁ ନେଇ ପାକିସ୍ତାନର ଲାହୌର ପର୍ଯ୍ୟନ୍ତ ଦୂରତା ଓ କେତେକ ସହରର ନାମ ଲେଖା ଯାଇଥିଲା । ଏହି ଅଦ୍ଭୁତ ପାରା ମିଳିବା ପରେ ସେହି ଅଞ୍ଚଳରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଯାଇଛି ।

ସୀମାବର୍ତ୍ତି କ୍ଷେତ୍ରରେ ଏହି ପାରା ମିଳିବା ପରେ ଗ୍ରାମୀଣ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଅନ୍ୟ ପଟେ ଛତରଗଢ଼ ପୋଲିସ  ଓ ସୁରକ୍ଷା ଏଜେଂସୀ ଏହି ପାରାକୁ ନେଇ ସୀମାବର୍ତ୍ତି କ୍ଷେତ୍ରରେ ଆଲର୍ଟ ଜାରି କରିଦେଇଛନ୍ତି । ଦୈନନ୍ଦିନ ଘଟୁଥିବା ଖବର ଗୁଡିକ ବିଷୟରେ ଜାଣିବା ପାଇଁ ଦୟାକରି ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *