ସରଳ ହେବା ଠିକ ନା ଭୁଲ, ଏକଥା ବୁଝିବା ଆପଣଙ୍କ ପାଇଁ ଜରୁରୀ, ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ

ଆପଣମାନେ ପ୍ରାୟତଃ ଶୁଣିଥିବେ କି ସେହି ବ୍ୟକ୍ତି ଜଣଙ୍କ ବହୁତ ସରଳ ଅଟେ । ଏତେ ସରଳ ହେବା ଆରଣରୁ ଲୋକମାନେ ତାକୁ ଠକି ଦିଅନ୍ତି । ସରଳ ଲୋକଙ୍କୁ ପ୍ରାୟତଃ ସମାଜ ମୂର୍ଖ କହିଥାଏ । ସରଳ ଓ ସାଧାରଣ ବ୍ୟକ୍ତି ହେବା ଆଜି ମୂର୍ଖ ବ୍ୟକ୍ତିର ପରିଚୟ ହୋଇ ଯାଇଛି । କହିବାକୁ ଗଲେ କଣ ସରଳ ବ୍ୟକ୍ତି ମୂର୍ଖ ବ୍ୟକ୍ତି ସଙ୍ଗେ ସମାନ ହୋଇଥାଏ । ସରଳତା ଅର୍ଥାତ ଯିଏ ସବୁ କିଛି ଭୁଲିଯାଏ ।

ଭୁଲିବା ପାଇଁ ମନ ନିର୍ମଳ ଓ ସରଳତା ଏହି ଦୁଇଟି ଜିନିଷ ରହିବା ଆବଶ୍ୟକତା ଅଟେ । ଯିଏ ସରଳ ହେବ ନାହିଁ ସେ ଭୋଳା ହୋଇ ପାରିବ ନାହିଁ । ଯାହାର ମନରେ ସବୁ ସମୟରେ ଲୋଭ ଓ ଲାଭର ଗଣିତ ଚାଲୁଥିବ ସେ ସରଳ ବ୍ୟକ୍ତି ହୋଇ ପାରି ନ ଥାଏ । ସରଳ ବ୍ୟକ୍ତି କେବଳ ସେ ହିଁ ହୋଇ ପାରିବ ଯିଏ ମନରୁ ବି ସରଳ ହୋଇଥିବ ଓ ସମ୍ମାନରେ ବି ସରଳ ହୋଇଥିବ ।

ମାନେ ସମାଜରେ ଅପମାନ ମିଳୁ କିମ୍ବା ସମ୍ମାନ ବ୍ୟକ୍ତି ତାକୁ ଭୁଲିଯାଇ ନିଜର କାର୍ଯ୍ୟ କରୁଥିବ । ସରଳ ବ୍ୟକ୍ତି ଏହା କହିଥାଏ କି ବିନା ଗଣିତରେ ବି ଜୀବନ ଅତିବାହିତ କରିହେବ । ଏହାର ଅର୍ଥ ଏହା ନୁହେଁ କି ସରଳ ବ୍ୟକ୍ତି ମୂର୍ଖ ଅଟେ । ଯଦି ଆମେ ମହାଦେବଙ୍କ ଜୀବନକୁ ସରଳ ବ୍ୟକ୍ତିର ଉଦାହରଣ ମାନିବା ତେବେ ଆମକୁ ଏଥିରୁ ବହୁତ କଥା ଶିଖିବାକୁ ମିଳିବ । ସେଥିପାଇଁ ତ ମହାଦେବ ଦେବଙ୍କ ଦେବ ମହାଦେବ ଅଟନ୍ତି ।

କାରଣ ସେ ନିଜ ଦ୍ଵାରା କରିଥିବା କାର୍ଯ୍ୟ ଦ୍ଵାରା କାହା ଠାରୁ କୌଣସି ଆଶା ରଖନ୍ତି ନାହିଁ । ସମାଜରେ ଏହିଭଳି ଲୋକଙ୍କ ପ୍ରତି ଦୁଇ ପ୍ରକାରର ଭାବନା ଥାଏ । ଜଣେ ସେହି ବ୍ୟକ୍ତି ହୋଇଥାଏ ଯିଏ ସରଳ ବ୍ୟକ୍ତିଙ୍କ ଲାଭ ଉଠାଇ ଥାନ୍ତି ଓ ଦ୍ଵିତୀୟ ସେମାନେ ଯେଉଁମାନେ ସରଳ ବ୍ୟକ୍ତିଙ୍କୁ ଭଗବାନ କରି ଦିଅନ୍ତି । ଅସଲରେ ସରଳ ବ୍ୟକ୍ତି ସିଏ ଅଟେ ଯାହାକୁ ଭଗବାନ କହିବା ଦ୍ଵାରା ନା ହିଁ ସେ ଆନନ୍ଦିତ ହେବ ଓ ନା କି ତା’ର ଲାଭ ଉଠାଇବା ଦ୍ଵାରା ଦୁଖିତ ହେବ । ସେଥିପାଇଁ ଜୀବନରେ ସରଳ ଓ ଦୟାବାନ ହେବାକୁ ଚେଷ୍ଟା କରନ୍ତୁ । ଜୀବନରେ ଆଗକୁ ବଢିବା ପାଇଁ ଶ୍ରୀକୃଷ୍ଣଙ୍କର ଏହି କଥା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଥିଲେ ସେଆର କରିବେ ଓ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *