ଏହି ମହିଳା ତିନିଟି ସହରରେ ଛାଡିଲା କୋରୋନା ଭାଇରସ, ଏବେ ପ୍ରଶାଶନ ଟ୍ରାକ କରୁଛି ତାଙ୍କ ଟ୍ରାଭେଲ ରୁଟ୍ସ

କୋରୋନାକୁ ନେଇ ପୁରା ଦୁନିଆରେ ବହୁତ ସତର୍କତା ଅବଲମ୍ବନ କରାଯାଉଛି । ଯେମିତି ହିଁ କୋରୋନାର କୌଣସି ସନ୍ଦିଗ୍ଧ ସାମ୍ନାକୁ ଆସିଥାଏ ପୁରା ପ୍ରଶାସନ ସତର୍କ ହୋଇ ଯାଇଥାଏ । ତା’କୁ ତୁରନ୍ତ ଆଇସୋଲେଟ କରି ଦିଆଯାଇଥାଏ । କିନ୍ତୁ କୋରୋନାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଇଟାଲୀରୁ ଫେରିଥିବା ଏକ ନବବିବାହିତା ଏକ ଏମିତି କାମ କରିଛି କି ସେ ତିନିଟି ସହରର ହଜାର ହଜାର ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଦେଇଛି ।

ପ୍ରକୃତରେ ଆଗ୍ରାର ଏହି ମହିଳା ଇଟାଲୀ ନିଜ ହନିମୁନ ପାଇଁ ଯାଇଥିଲା । ଯାହା ପରେ ସେ ଯେତେବେଳେ ବାଙ୍ଗାଲୁର କୁ ଫେରିଲା ଜଣା ପଡିଲା କି ତାର ସ୍ଵାମୀ କୋରୋନା ଭାଇରସ ପଜିଟିଭ ଅଟେ । ଯାହା ପରେ ପ୍ରଶାସନ ସାବଧାନ ହୋଇ ତାକୁ ଆଇସୋଲେଟ କରିଦେଲା । କିନ୍ତୁ ଏହି ମହିଳା ଆଇସୋଲେଟ ରୁ ଖସି ପଳାଇଲା ଓ ଦିଲ୍ଲୀ ଦେଇ ଆଗ୍ରାରେ ପହଞ୍ଚିଗଲା । ଏହି ଖବର ସାମ୍ନାକୁ ଆସିବା ପରେ ପୁରା ଦେଶରେ ହଲଚଲ ସୃଷ୍ଟି ହୋଇଗଲା । ସ୍ୱାସ୍ଥ୍ୟ ବିଭାଗ ଏହି ମହିଳାଙ୍କ ଟ୍ରାଭେଲ ରୁଟ୍ସ କୁ ଷ୍ଟ୍ରେସ କରୁଛି ଯାହା ଦ୍ଵାରା ସଙ୍କଟକୁ ଟାଳି ଦିଆଯାଇ ପାରିବ ।

ଖବର ଅନୁସାରେ ଏହି ମହିଳାର ବିବାହ ଫେବୃୟାରିରେ ହୋଇଥିଲା । ଯାହା ପରେ ସେ ନିଜ ସ୍ଵାମୀ ସହିତ ଇଟାଲୀ ହନିମୁନ ପାଇଁ ଯାଇଥିଲା । ଏହା ପରେ ସେ ଗ୍ରୀସ ଓ ଫ୍ରାନ୍ସ ଯାଇଥିଲେ । 27 ଫେବୃୟାରିରେ ଏହି କପଲ ମୁମ୍ବାଇ ପହଞ୍ଚିଲା ଓ ସେଠାରୁ ବାଙ୍ଗାଲୁର ପଳାଇଗଲା । ୭ ମାର୍ଚ୍ଚ ରେ ମହିଳାର ସ୍ଵାମୀ କୋରୋନା ଭାଇରସ ପଜିଟିଭ ବାହାରିଲା । ଯାହା ପରେ ଦୁଇ ଜଣଙ୍କୁ ଆଇସୋଲେଟ କରିଦିଆଗଲା ।

ଏହା ପରେ ମହିଳା ଏହି କଥା ନିଜ ପିତାଙ୍କୁ କହିଲା ଓ ତା’ର ପିତା ତାକୁ ଆଗ୍ରା ଫେରିବାକୁ କହିଲେ । ଏହି ମହିଳା ଜଣକ କିଛି ନ ଭାବି କି ତାର ଏହି ପଦକ୍ଷେପ କେତେ ମାରାତ୍ମକ ହୋଇପାରେ ବାଙ୍ଗାଲୁର ର ଆଇଶୋଲେସନ ରୁ ଖସି ପଳାଇଲା । ଏହା ପରେ ସେ ବାଙ୍ଗାଲୁର ରୁ ନିଉ ଦିଲ୍ଲୀ ପାଇଁ ଫ୍ଲାଇଟ ନେଲା ଓ ଦିଲ୍ଲୀରୁ ଟ୍ରେନରେ ଆଗ୍ରା ପଳାଇଲା । କୁହାଯାଉଛି କି ଏହି ସମୟରେ ସେ ହଜାର ହଜାର ଲୋକଙ୍କ ସମ୍ପର୍କରେ ଆସିଥିବ ।

ଏହି ଖବର ଜଣା ପଡିବା ପରେ ତାର ଟ୍ରାଭେଲ ହିଷ୍ଟ୍ରି ବାହାର କରାଯାଉଛି । ପ୍ରଶାସନ ଏତେ ସାବଧାନ କରିବା ସତ୍ତ୍ୱେ କି କୋରୋନାର ସନ୍ଦିଗ୍ଧଙ୍କୁ ଆଇସୋଲେଟ କରିବା ବହୁତ ଜରୁରୀ, ଏହା ପରେ ବି ଯେତେବେଳେ ୮ ମାର୍ଚ୍ଚରେ ସ୍ୱାସ୍ଥ୍ୟ ଅଧିକାରୀ ତାର ଘରେ ପହଞ୍ଚିଲେ ସେ ଦେଖିଲେ କି ଏହି ମହିଳା ୮ ଜଣ ଲୋକ ବିଶିଷ୍ଟ ଏକ ପରିବାରରେ ରହୁଛି । ଏହା ପରେ ଅଧିକାରୀ ସମସ୍ତଙ୍କୁ ଆଇସୋଲେଟ କରିବା କଥା କହିଥିଲେ । କିନ୍ତୁ ଏହି ପରିବାର ପୁଣି ଥରେ ମନା କରିଦେଲା । ଯାହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ପୋଲିସକୁ ଡାକିଲେ । ଯାହା ପରେ ଏହି ପରିବାରକୁ ଆଇସୋଲେଟ କରାଯାଇ ପାରିଲା ।

Leave a Reply

Your email address will not be published. Required fields are marked *