‘ମୋ ଶିକ୍ଷକ ଜୀବନ ଆଜି ସାର୍ଥକ ହୋଇଗଲା, ମୋ ଛାତ୍ରୀ ଆଜି ଦେଶର ରାଷ୍ଟ୍ରପତି, ମୁଁ ଚାହେଁ ସେ…’ Draupadi ରାଷ୍ଟ୍ରପତି ହେବା ଖୁସିରେ କଣ କହିଲେ ତାଙ୍କ ଶିକ୍ଷକ, ଦେଖନ୍ତୁ Video

ମୋ ଛାତ୍ରୀ ରାଷ୍ଟ୍ରପତି ହେବ । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ମୋ ଶିକ୍ଷକ ଜୀବନ ଆଜି ସାଥର୍କ ହୋଇଗଲା । ଦ୍ରୋପଦୀ ସବୁବେଳେ କ୍ଲାସରେ ପ୍ରଥମ ହୁଏ । ସେ ଭଲ ପ୍ରାର୍ଥନା ଗାଉଥିଲେ । ସ୍କୁଲ ଦେଇ ଯିଏ ସେ ବାଟରେ ଯାଉଥିଲା ତାଙ୍କ ପ୍ରାର୍ଥନା ଶୁଣି ରହି ଯାଉଥିଲା । ତାଙ୍କ ଘରର ଅବସ୍ଥା ଭଲ ନଥିଲା ହେଲେ ତଥାପି ସେ ପାଠ ପଢାକୁ ଗୁରୁତ୍ଵ ଦେବାକୁ ଭୁଲି ନଥିଲା ।

ଦ୍ରୌପଦୀ ମୁର୍ମୁଙ୍କ ପିଲା ଦିନର ଶିକ୍ଷକ ବାସୁଦେବ ବେହେରା ଆଜି ମନେ ପକାଉ ଛନ୍ତି ତାଙ୍କ ପ୍ରିୟ ଛାତ୍ରୀ ଦ୍ରୌପଦୀଙ୍କୁ । ପିଲା ଦିନରୁ ସେ ଜାଣିଥିଲେ ଯେ, ଦ୍ରୌପଦୀ ଦିନେ ନା ଦିନେ କିଛି ବଡ ନିଶ୍ଚୟ କରି ଦେଖାଇବେ । ପାଠ ପଢିବା ବେଳେ ତାଙ୍କର ଏତେ ଉତ୍ସାହ ଥିଲା ଯେ, ବର୍ଷା ଦିନରେ ବଡ ନାଳ ପାର ହୋଇ ସେ ସ୍କୁଲ ଆସୁଥିଲେ ।

ବାସୁଦେବଙ୍କ କହିବା ମୁତାବକ, ମୁଁ ତାକୁ ସବୁବେଳେ କୁହେ ଭଲ ପାଠ ପଢ ଭଲ ଶିକ୍ଷକ ହେବୁ ଆଉ ତୁ ବାପା-ମାଙ୍କୁ ସାହାର୍ଯ୍ୟ କରିବୁ ବୋଲି କହୁଥିଲି । ହେଲେ ସେ ଦିନେ ମନ୍ତ୍ରୀ, ରାଜ୍ଯପାଳ ଆଉ ଶେଷରେ ରାଷ୍ଟ୍ରପତି ହେବ ବୋଲି ଜାଣି ନଥିଲି । ମୁଁ ଆଗରୁ କହୁଛି ମୋର ଶିକ୍ଷକ ଜୀବନ ସାର୍ଥକ ହେଇଗଲା । ମୁଁ ଏତେ ଭାଗ୍ୟବାନ ମୁଁ ଏଭଳି ଏକ ଛାତ୍ରୀ କୁ ପାଇଥିଲି ଯିଏକି ଆଜି ଭାରତର ରାଷ୍ଟ୍ରପତି ହେଇଛନ୍ତି ।

ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ସେ ରାଜ୍ୟପାଳ ହେବେ, ରାଷ୍ଟ୍ରପତି ହେବେ ବା ମିନିଷ୍ଟର ହେବେ ଏ ସବୁ ଆଜ୍ଞା ଆମର କଳ୍ପନା ବି ଆତିଲା ସ୍ଵପ୍ନରେ ବି ଆମେ ଭାବି ନଥିଲୁ ।ତେବେ ସେ ଯେହେତୁ କ୍ଳାସରେ ସବୁବେଳେ ପ୍ରଥମ ସ୍ଥାନରେ ରହୁଥିଲା ୭୦-୮୦ ପ୍ରତିଶତ ମାର୍କ ରଖୁଥିଲା ତେଣୁ ଆମେ ତାକୁ କହୁଥିଲୁ ଝିଅ ତମେ ନିଶ୍ଚୟ ମାଟ୍ରିକ ପାସ କରି ଶିକ୍ଷୟତ୍ରୀ ହୋଇପାରିବ । 

ଦ୍ରୌପଦୀଙ୍କ ଶଶୁର ଘରେ ଚାଲିଛି ଜାହିରା ପୂଜା ଅର୍ଚ୍ଚନା । ଦ୍ରୌପଦୀଙ୍କୁ ମନେ ପକାଉ ଛନ୍ତି ତାଙ୍କର ଅତି ପ୍ରିୟ ପୁତୁଲା ବୋହୁ । ସେ ସବୁବେଳେ ଦ୍ରୌପଦୀଙ୍କୁ ଭଲ ଭଲ ଜିନିଷ ରାନ୍ଧି ଖାଇବାକୁ ଦେଇଥାନ୍ତି । ଜାନୁୟାରୀ ମାସରେ ଘରକୁ ଆସିଥିଲେ ଦ୍ରୌପଦୀ ତାଙ୍କ ହାତ ରନ୍ଧା ସହ ପଖାଳ ବି ଖାଇଥିଲେ । ପଖାଳ ଖାଇବାକୁ ସେ ବହୁତ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *