‘ମୋ ପାଇଁ ଲାଙ୍ଘା ତିଆରି କରିଥିଲା, ମୋ ବାହାଘର ଦେଖିବ ବୋଲି ସେ ମତେ…’ Rajeswari ଙ୍କ ଯିବା ପରେ ବୁକୁ ଫତେଇ କାନ୍ଦୁଛନ୍ତି ତାଙ୍କ ଭଉଣୀ, ଆଉ ଯାହା କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀ ର ଖଳନାୟିକା ରାଜେଶ୍ଵରୀ ବର୍ତ୍ତମାନ ଆମ୍ଭ ମାନଙ୍କୁ ସବୁଦିନ ଲାଗି ଛାଡି ଚାଲିଯାଇଛନ୍ତି । ତାଙ୍କ ବିଯୋଗରେ ସମଗ୍ର ଓଡିଶା ବାସୀ ବେସ ମନଦୁଖ କରିଛନ୍ତି । ରାଜେଶ୍ଵରୀଙ୍କ ଭଉଣୀ ମଧ୍ୟ ମର୍ମହତ ହୋଇ କହିଛନ୍ତି ଯେ ସେ ଆଉ କ’ଣ କହିବେ ତାଙ୍କ ଅପା ସମ୍ବନ୍ଧରେ ? ସେ ମର୍ମହାତ ହୋଇ କହିଛନ୍ତି ଯେ ସେ କେବେ ଜାଣି ନଥିଲେ ସମୟ ଦିନେ ଏଭଳି ଆସିବ ସେ ନିଜ ଅପା ବିଷୟରେ କହିବେ ।

ମୋ ମା’ ଯାହା ମୋ ପାଇଁ କରିନଥିବା ରାଜେଶ୍ଵରୀ ଅପା ମୋ ମା’ ଠାରୁ ଅଧିକ ମୋ ପାଇଁ କରିଛନ୍ତି । ଅଭିନୟ ଶିଖାଇବା ସହିତ ଭଲ ମଣିଷ ହେବା ତଥା ଭଲ ରାସ୍ତା ଦେଖାଇବା ସବୁ ସେ ହିଁ ଶିଖାଇଥିଲେ ବୋଲି କହିଛନ୍ତି ରାଜେଶ୍ଵରୀଙ୍କ ଭଉଣୀ । ଏବଂ ଯେତେବେଳେ ତାଙ୍କ ଭଉଣୀଙ୍କୁ କଷ୍ଟ ଆସିଥାଏ, ତଥା କେତେବେଳେ ସେ ହାରିଯାଇଥାଏ ସେତେବେଳେ ସେ ରାଜେଶ୍ଵରୀଙ୍କୁ ଫୋନ କରି କଥା ହୁଅନ୍ତି ।

ମାତ୍ର ଆଜି ବହୁତ କଷ୍ଟ ହେଉଛି । ଆଉ ତା’ଙ୍କ ଭଳି ଷ୍ଟ୍ରଙ୍ଗ ଝିଅ ଆଉ ଓଡିଆ ଇଣ୍ଡଷ୍ଟ୍ରୀରେ କେହି ନାହାଁନ୍ତି । ତାଙ୍କ ଭଳି ସାହସୀ, ତାଙ୍କ ଭଳି ପରୋଉପକାରୀ, ତଥା ତାଙ୍କ ଭଳି ଭଲ ଝିଅ, ଭଲ ବୋହୁ, ଭଲ ସ୍ତ୍ରୀ, କେହି ମଧ୍ୟ ନୁହେଁ । ତାଙ୍କଠାରୁ ସମସ୍ତେ ଶିଖନ୍ତି ଭଲ ପାଇବା ମାନେ କ’ଣ ?

ମୋ ଜିଜୁ କୁ ସେ ବହୁତ ଭଲପାଏ, ମାତ୍ର ଆଜି ଜିଜୁ ପାଖରେ ସେ ନାହିଁ । ମର୍ମହାତ ହୋଇ ତାଙ୍କ ଭଉଣୀ କହିଛନ୍ତି ଯେ ମୋ ପାଖରେ ଶବ୍ଦ ନାହିଁ ମୁଁ ଆଉ କିଛି କହିପାରୁନାହିଁ । ମୋ ଜିଜୁକୁ ସେ ପାଗଳ ପରି ଭଲପାଏ, ସବୁବେଳେ ତାଙ୍କ ଭଉଣୀ ରାଜେଶ୍ଵରୀଙ୍କୁ କହିଥାନ୍ତି ଯେ ମତେ ଜିଜୁଭଳି ପୁଅ ଦରକାର ! ମାତ୍ର ସେ କହିଥାନ୍ତି ଯେ ତୋ ଜିଜୁଭଳି ପୁଅ ମୁଁ କେଉଁଠୁ ଖୋଜିଦେବି ?

ହଉ ତୋ ଜିଜୁଭଳି ମୁଁ ଖୋଜିଦେବୀ । ମାତ୍ର ଆଜି ସେ ନାହିଁ ମୁଁ କିଛି କହିପାରୁନି । ତେବେ ଏହିଭଳି ରାଜେଶ୍ଵରୀଙ୍କ ଭଉଣୀ ତାଙ୍କ ସହିତ ବିତାଇଥିବା ସମସ୍ତ ମୂହୁର୍ତ୍ତ ତଥା ସମସ୍ତ କଥାକୁ ମନେ ପକାଇ କାନ୍ଦି କାନ୍ଦି ନୟାନ୍ତ । ରାଜେଶ୍ଵରୀଙ୍କ ସ୍ଵାମୀ ମଧ୍ୟ ବହୁତ କାନ୍ଦୁଥିବାର ନଜର ଆସିଛନ୍ତି । ଓଡିଆ ସିରିୟଲ ଜଗତ ନିମନ୍ତେ ଏହା ଏକ ଅପୂରଣୀୟ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *