ଗଣିତରେ ଦୁର୍ବଳ ଗଣଶିକ୍ଷା ମନ୍ତ୍ରୀ ? ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଧେଶ କ୍ରମେ ୩୦ ପିଲାଙ୍କୁ ଜଣେ ଶିକ୍ଷକ । ତେବେ ଯଦି ଗୋଟିଏ ସ୍କୁଲ ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ ଅଛି, ଏବଂ ମୋଟ ୬୦ ଜଣ ଛାତ୍ରଛାତ୍ରୀ ଅଛନ୍ତି ତେବେ ୮ ଟି ଶ୍ରେଣୀକୁ ୨ ଜଣ ଶିକ୍ଷକ ପାଠ ପଢାଇବେ । ୪ ଟି କ୍ଳାସ କୁ ଜଣେ ଶିକ୍ଷକ । ଦିନକୁ ୬ ଘଣ୍ଟା ସ୍କୁଲ । ଅର୍ଥାତ ଗୋଟିଏ କ୍ଳାସ କୁ ଦେଢଘଣ୍ଟା ମଧ୍ୟ ପଡୁନାହିଁ । ଏବଂ ଏଥିରେ ଗୁଣାତ୍ମକ ଶିକ୍ଷା ଆଶା କରୁଛନ୍ତି ଆମ୍ଭର ଗଣଶିକ୍ଷାମନ୍ତ୍ରୀ ।

ଗୋଟିଏ ଶ୍ରେଣୀରେ ବସିଛନ୍ତି ୩ ଟି ଶ୍ରେଣୀର ଛାତ୍ରଛାତ୍ରୀ । ଏବଂ କ୍ଳାସରୁମରେ ଦୁଇଜଣ ଶିକ୍ଷକ ପାଠ ପଢାଉଛନ୍ତି । ୫ ଟି କ୍ଳାସ କୁ ଦୁଇଜଣ ଶିକ୍ଷକ । ତେବେ ପାଠ କିଭଳି ପଢାହେଉଥିବ ଆପଣ ଚିନ୍ତା କରନ୍ତୁ । ରାଜ୍ୟର ୩୦୦୦ ରୁ ଅଧିକ ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । କାରଣ ୭ ବର୍ଷ ହେଲା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ନିଯୁକ୍ତି ହେଉନାହିଁ ।

ଏହା ଫଳରେ ଅନେକ ସ୍କୁଲରେ ଶିକ୍ଷକଙ୍କ ଚାକିରି ସରିବା ପରେ ମଧ୍ୟ ନୂଆ ଶିକ୍ଷକ ଆସୁନାହାଁନ୍ତି । ପୁଣି ଯେଉଁ ଜଣେ ଶିକ୍ଷକ ଅଛନ୍ତି ସେ ଡାଲି ଚାଉଳ କିଣିବାରେ ବ୍ୟସ୍ତ । ଆଉ ଏଥିରେ ଗୁଣାତ୍ମକ ଶିକ୍ଷାର ଆଶା କରୁଛନ୍ତି ମନ୍ତ୍ରୀ । ତେବେ କହିବାର ଅର୍ଥ ହେଉଛି ଯେ ମୂଳରୁ ବ୍ୟବସ୍ଥା କୁ ଏଭଳି କରାଯାଇଅଛି ଯେ ଲାଗୁଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଛନ୍ଦି ହୋଇ ରହିଅଛି ।

ଆଉ ଏଥିରେ ଫସୁଛନ୍ତି ଓଡିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଏହା ପୁଣି କଟକ ଜିଲ୍ଲାର ଘଟଣା । ଅଭିଭାବକ ମାନେ ମଧ୍ୟ ଏହି ପ୍ରସଙ୍ଗରେ କହିଛନ୍ତି ଯେ ଆମ୍ଭ ପିଲା ଆମ୍ଭକୁ କହୁଛନ୍ତି ଯେ ଆମ୍ଭେ ଭଲରେ ପାଠ ପଢି ପାରୁନାହୁଁ । କାରଣ ଗୋଟିଏ କୋଠରୀରେ ୩ ଟି କ୍ଳାସ ର ପିଲା ? ତେବେ ଏହା କ’ଣ ସମ୍ଭବ ? ୩ ଟି କ୍ଳାସ ର ପିଲାଙ୍କୁ ଯଦି ଗୋଟିଏ ଶିକ୍ଷକ ସମ୍ଭାଳୁଛନ୍ତି ତେବେ ସେଠାରେ ପିଲାଙ୍କ ଭବିଷ୍ୟତ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଉଅଛି ।

ଏହା ହେଉଛି ସରକାରୀ ସ୍କୁଲର ଅବସ୍ଥା । ଏଭଳି ହେଲେ ଶିକ୍ଷା ବ୍ୟବସ୍ଥାରେ କିଭଳି ଉନ୍ନତି ଆସିପାରିବ ତାହା ଆପଣ ମାନେ ଚିନ୍ତା କରନ୍ତୁ । ତେବେ ଓଡିଶାରେ ପାଠପଢୁଆ ବେକାରୀ ସମସ୍ୟା ଯେତେ ଚାଲିଛି ତାହା ବୋଧ ହୁଏ ମୂର୍ଖ ସମସ୍ୟାରେ ପରିଣତ ହେବାକୁ ବିଳମ୍ବ ହେବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀକୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *