କାନ୍ଥରୁ ଲିଭିନି ବାହା ଚିତା, ମଥାରୁ ଲିଭିଗଲା ସିନ୍ଦୁର, କାନ୍ଦି କାନ୍ଦି ନବବଧୁ ଆଖିରୁ ସୁଖୁନି ଲୁହ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଉ ଦିନ କେତେଟା ପରେ ବିବାହ କୁ ପୁରୁଥାନ୍ତା ବର୍ଷେ । କିନ୍ତୁ ଲିଭିଗଲା ଜୀବନ ଦୀପ । ଅପର ପାର୍ଶ୍ଵରେ ସ୍ତ୍ରୀ ଗର୍ଭରେ ବଢୁଛି ଏକ ନୂଆ ଜୀବନ । ଦୁନିଆକୁ ଆସିବା ପୂର୍ବରୁ ଚୀର ନିଦ୍ରାରେ ଶୋଇଗଲେ ବାପା । ଅଧାରେ ରହିଗଲା ସନ୍ତାନକୁ ଦେଖିବାର ସ୍ଵପ୍ନ । ତେବେ ONGC ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ଓଡିଆ ଯୁବକ । ଏହି ଯୁବକ ହେଉଛନ୍ତି ମାଲକାନାଗିରିର ଜିଓଲୋଜିଷ୍ଟ ସତ୍ୟମ୍ବତ ପାତ୍ର ।

ଯୁବକ ଙ୍କ ମା’ କହିଛନ୍ତି ଯେ ONGC ଚାକିରୀ ପାଇ ମୋ ପୁଅ ମୁମ୍ବାଇ ରେ କରୁଥିଲା କାମ । ଏହା ସହିତ ଅଲଇଣ୍ଡିଆ ଗେଟରେ ସେ ୧୫ RANK ରେ ଆସିଥିଲେ । ସୂଚନା ଅନୁସାରେ ମଙ୍ଗଳବାର ଆରୋବସାଗରରେ ଖସି ପଡିଥିଲା ONGC ର ପବନହାନ୍ସ । ଏଥିରେ ଯାଉଥିବା ୯ ଲୋକଙ୍କ ମଧ୍ୟରୁ ପ୍ରାଣ ହରାଇଥିଲେ ୪ ଓଡିଆ ।

ରେସକ୍ୟୁ ଅପରେସନ ରେ ୩ ଜଣ, ONGC କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀ ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିନ୍ତୁ ONGC ୪ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ରହିଛନ୍ତି ସତ୍ୟମ୍ବଦ । ସେପଟେ ତାଙ୍କ ପୁଅ ସତ୍ୟମ୍ବଦକୁ ହରାଇ ବାହୁନି କାନ୍ଦୁଛନ୍ତି ପରିବାର । ପରିବାର ବ୍ୟତୀତ ପଡୋଶୀଙ୍କ ଆଖିରୁ ମଧ୍ୟ ଲୁହ ସୁଖୁନାହିଁ ।

ପଡୋଶୀ କହିଛନ୍ତି ଯେ ସତ୍ୟମ୍ବଦର ମା’ କାନ୍ଦି ଫୋନ କରି କହିଲେ ଯେ ମୋ ଘର ଭାସିଗଲା ମୋ ପୁଅ ଚାଲିଗଲା, ମାତ୍ର ମରମହାତ ହୋଇ ପଡୋଶୀ କହିଛନ୍ତି ଯେ ଏହା ବହୁତ ବଡ ଦୁଖଃଦ ଘଟଣା ଅଟେ । ଉଭୟ ପଡୋଶୀ ଦୀର୍ଘ ୨୫ ବର୍ଷ ହେବ ସମ୍ପର୍କରେ ରହିଥିବାରୁ ଭାଙ୍ଗିପଡିଛନ୍ତି ପାଖରେ ଥିବା ପଡୋଶୀ । ସତ୍ୟମ୍ବଦଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ସମବାୟ ବିଭାଗ ରେ ଚାକିରୀ କରୁଥିବା ବେଳେ ତାଙ୍କ ମା’ ସବିତା ସାହୁ ଜଣେ ଶିକ୍ଷୟତ୍ରୀ ।

ସତ୍ୟମ୍ବଦ ମାଲକାନଗିରି ଜିଲ୍ଲାରେ ପିଲାଟିବେଳୁ ପାଠ ପଡିଥିବା ବେଳେ ତାଙ୍କର ଉଚ୍ଚଶିକ୍ଷା ଏବଂ ଯୋଗ୍ୟତା ଯୋଗୁଁ ସର୍ବ ଭାରତୀୟ ସ୍ତରରେ କୃତିତ୍ଵ ହାସଲ କରି ONGC କମ୍ପାନୀର ମୁମ୍ବାଇ ଶାଖାରେ ଜିଓଲୋଜିଷ୍ଟ ଭାବରେ ଚାକିରୀ ପାଇଥିଲେ । ଆଉ କିଛିଦିନ ପରେ ବିବାହକୁ ପୁରିଥାନ୍ତା ବର୍ଷେ ମାତ୍ର ଅଧାରେ ରହିଗଲା ସବୁ ସ୍ଵପ୍ନ ଏବେ ବାହୁନି କାନ୍ଦୁଛନ୍ତି ପରିବାର ଏବଂ ସ୍ତ୍ରୀ । ତେବେ ବନ୍ଧୁଗଣ ଏହି ମର୍ମହାତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *