ଶୀଘ୍ର ଛୁଟି କରନ୍ତୁ ପିଲା ଝାଳ ନାଳ ! ସକାଳୁଆ ସ୍କୁଲ ହେଇବି ସହି ହେଉନି ତାତି, ସମୟ ବଦଳେଇବାକୁ ଅଭିଭାବକଙ୍କ ଅନୁରୋଧ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି ଠାରୁ ଖୋଳୁଛି ସ୍କୁଲ ! ତେବେ ଗ୍ରୀଷ୍ମ ପ୍ରବାହ ଯୋଗୁ ଗତ କିଛି ଦିନ ଧରି ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିଲା । କାରଣ ଅସହ୍ୟ ଖରା ତାତିରେ ଘରୁ ବାହାରିକି ଯିବା କିମ୍ବା ଅଧିକ ଖରା ସମୟରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇଯାଉଛି । ତେବେ ସରକାରଙ୍କ ନିୟମନୁସାରେ ସମସ୍ତ ବିଦ୍ୟାଳୟ ବନ୍ଦ ଖରାତାତି ଯୋଗୁ ବନ୍ଦ ହୋଇକି ଥିଲା । ହେଲେ ଆଜି ଅର୍ଥାତ ଏପ୍ରିଲ ୧୭ ତାରିଖ ଠାରୁ ବିଦ୍ୟାଳୟ ଖୋଲା ହୋଇଛି ।

ହେଲେ ବିଦ୍ୟାଳୟ ଖୋଲାକୁ ନେଇ ବହୁ ଅଭିଭାବକ ନିଜ ନିଜର କିଛି କିଛି ମନ୍ତବ୍ୟ ରଖିଛନ୍ତି । ତେବେ ଅଭିଭାବକଙ୍କ କହିବା ଅନୁଯାଇ ସରକାର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟାଳୟ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ । ତେଣୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ମଧ୍ୟ ରଖାଯାଇଥିଲା । ହେଲେ ଆଜି ଯେଉଁ ବିଦ୍ୟାଳୟ ଖୋଲା ହେବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ତାହା ବିଦ୍ୟାଳୟ ପାଠ ପଢା ପାଇଁ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ହୋଇପାରେ ।

ହେଲେ ଅସହ୍ୟ ଖରା ତାତି ଆଗ ଭଳି କଣ୍ଟିନ୍ୟୁ ହୋଇ ରହିଛି । ତେଣୁ ଆଜି ଠାରୁ ପୁଣି ଥରେ ବିଦ୍ୟାଳୟ ସକାଳ ୬ ଟା ସମୟରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ଗଲେ । ପିଲା ମାନଙ୍କର ଯିବା ସମୟରେ ବହୁ ମାତ୍ରାରେ ଖରା ହେଉଛି । ଯାହା ଦ୍ଵାରା ପିଲା ମାନଙ୍କ ପାଇଁ ଏହା ଏକ ଅସହ୍ୟ ସ୍ଥିତି ହୋଇଯିବ । ତେଣୁ ବହୁ ଅଭିଭାବକଙ୍କ ମାନଙ୍କ ଏଠାରେ ଏପରି କିଛି ବିଦ୍ୟାଳୟକୁ ନେଇ ମତ ରହୁଛି ।

ଯେଉଁଠାରେ ସେମାନେ କହୁଛନ୍ତି । ଯେ ପିଲା ମାନଙ୍କର ବିଦ୍ୟାଳୟ ଖୋଲାଯାଉ । ହେଲେ ସରକାର ତଥା ବିଦ୍ୟାଳୟର କର୍ତ୍ତୁପକ୍ଷ ମାନେ ମିଳିତ ଉଦ୍ୟମରେ ବିଦ୍ୟାଳୟର ସମୟ ସୀମାରେ ପରିବର୍ତ୍ତନ କରାଯାଉ । ଯେପରି ଅସହ୍ୟ ତାତି ଖରା ହେବ ପୂର୍ବରୁ ପିଲା ମାନଙ୍କର ବିଦ୍ୟାଳୟ ଛୁଟି ହୋଇଯାଇଥିବ ।

ପିଲା ମାନେ ଅଧିକ ଖରା ହେବା ପୂର୍ବରୁ ହିଁ ଘରେ ଆସି ସୁରକ୍ଷିତ ସହକାରେ ପହଞ୍ଚି ଯାଇଥିବେ । ତେବେ ଅଭିଭାବକ ମାନଙ୍କର ଏପରି ମତକୁ ନେଇ ସରକାର ଆଗାମୀ ସମୟରେ କେଉଁ ପଦକ୍ଷେପ ନେବେ । ତାହାକୁ ଜାଣିବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *