ଭାଇରାଲ ହେଲା ସାଂସଦ Anubhav Mohanty ଙ୍କ ଅଡିଓ, ‘ନିଜ ଘରକୁ ଯିବା ପାଇଁ ହାତ ଯୋଡି ହେଉଛନ୍ତି ନେହୁରା…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନୁଭବଙ୍କର ଭାଇରାଲ ହୋଇଛି ଏକ ଅଡିଓ କଲ୍ ! ଯେଉଁଥିରେ କି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜର ପାରିବାରିକ ତଥା ନିଜର ଦାଂପତ୍ଯ ଜୀବନର ଦୁଃଖର କାହାଣୀ ରଶ୍ମି ରଞ୍ଜନ ନାମକ ଜଣଙ୍କ ପୋଲିସଙ୍କୁ କହିଛନ୍ତି । ତେବେ ବହୁ ସମୟ ଧରି କଲ୍ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତି ଓ ପୋଲିସଙ୍କର ବାର୍ତ୍ତାଳାପ ଚାଲିଥିଲା । ଯେଉଁଥିରେ ଅନୁଭବ ନିଜ ଘରେ ନିଜେ କିପରି ଭାବରେ ପୀଡିତ ହେଉଛନ୍ତି ।

ସେହି ସବୁ ଗୋଟି ଗୋଟି କଥା ଟିକିନିକି କରି ପୋଲିସଙ୍କୁ ଜଣାଇଛନ୍ତି । ଏହା ସହ ତାଙ୍କ ପାଖରେ ନିଜ ସମସ୍ଯାର ସମାଧାନ ପାଇଁ ମଧ୍ୟ ନେହୁରା ହୋଇଛନ୍ତି । ହେଲେ ପୋଲିସ ଅଫିସର ରଶ୍ମି ରଞ୍ଜନ ଅନୁଭବଙ୍କୁ ବୁଝାଇ କହିଛନ୍ତି । ଦେଖନ୍ତୁ ଏହି କଲ୍ ରେ ସବୁ କିଛି ଆପଣଙ୍କୁ ତ ବର୍ତ୍ତମାନ ବୁଝାଇ କହିହେବ ନାହିଁ । ହେଲେ ଯଦି ଅନୁଭବ ତମେ ମୋ ଠାରୁ କିଛି ସାହାଜ୍ଯ ବା ପରାମର୍ଶ ଲୋଡିବାକୁ ଚାହୁଁଥାଅ ।

ତେବେ ମୁଁ ଜଣେ ବ୍ୟକ୍ତି ହିସାବରେ ତୁମ ସହିତ ବ୍ୟକ୍ତିଗତ ସ୍ତରରେ ତୁମ ସହ ଦେଖା କରି କଥା ହୋଇଯିବ । ସେଠାରେ ତୁମ ସହ କଣ ସବୁ ଅନ୍ୟାୟ ହେଉଛି । ତୁମର ସବୁ ସମସ୍ଯାର ସମାଧାନ ସେଠାରେ ମୁଁ କରିବାକୁ ଚେଷ୍ଟା କରିବି । ହେଲେ ତୁମେ ବର୍ତ୍ତମାନ କଲ୍ ରଖ ବୋଲି ପୋଲିସ ଅଫିସର ଜଣଙ୍କ ଅନୁଭବଙ୍କୁ କହିଛନ୍ତି । ହେଲେ ଅନୁଭବ ନିଜ ଘରକୁ ମଧ୍ୟ ଯାଇପାରୁନାହାନ୍ତି । ତାଙ୍କ ଘରେ ତାଲା ପଡିଯାଉଛି ।

ଯେଉଁଥୀ ପାଇଁ ସେ ନିତ୍ୟ ନିଜ ଘରକୁ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପୋଲିସ ଅଫିସରଙ୍କୁ ଜଣାଇଛନ୍ତି । ଏହା ସହ ପୋଲିସ ଅଫିସରଙ୍କ ସହ ବହୁ ସମୟ ଧରି ହୋଇଥିବା କଲ୍ ର ବାର୍ତ୍ତାଳାପକୁ ମଧ୍ୟ ଅନୁଭବ ନିଜେ ଭାଇରାଲ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ଏହି ଅଭିନେତା ଅନୁଭବ ମହାନ୍ତିଙ୍କର ଅଡିଓ କଲ୍ ଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିପଡିଛି ।

ତେବେ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କର ଘରୋଇ ସମସ୍ଯା ପାଇଁ ଅନୁଭବ ବହୁ ମାତ୍ରାରେ ହାରାଶ ହୋଇପଡିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *