ଆଉ ଏଇ ଦୁନିଆରେ ନାହାନ୍ତି ପଞ୍ଜାବର ଫେମସ ସିଙ୍ଗର Sidhu Moosewala, ଜାଣନ୍ତୁ ତାଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ?

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ସିଧୁ ମୁସେବାଲାଙ୍କ ହତୟଆକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ସିଧୁ ମୁସେବାଲା ପଞ୍ଜାବର ଜଣେ ଲୋକପ୍ରିୟ ଗାୟକ ଥିଲେ । ଆପଣ ମାନେ ତାଙ୍କର ଅନେକ ସୁପର ହିଟ ଗୀତ ଶୁଣିଥିବେ । ହେଲେ ତାଙ୍କର ହତୟଆ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବହୁତ ବଡ ଝଟକା ଲାଗିଛି । ବନ୍ଧୁଗଣ ସିଧୁଙ୍କ ଅସଲି ନାମ ହେଉଛି ସୁଦୀପ ସିଂହ ସିଧୁ ।

ତାଙ୍କ ସମସ୍ତେ ସ୍ନେହରେ ଗଗୁ ଡାକନ୍ତି । ପଞ୍ଜାବର ମନସାର ମୁସାପିଣ୍ଡର ବାସିନ୍ଧା ଥିଲେ ସିଧୁ । ତେଣୁ ବନ୍ଧୁଗଣ ସିଧୁ ଯେତେବେଳେ ଫେମସ ହେଲେ ସେ ତାଙ୍କ ନାମ ରଖିଲେ ସିଧୁ ମୁସେବାଲା । ଆଜି ଆମେ ଆପଣ ମାନଙ୍କୁ ସିଧୁ ମୁସେବାଲାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମାତ୍ର 5 ବର୍ଷ ବୟସରେ ସିଧୁଙ୍କୁ ଗୀତ ଗାଇବା ପାଇଁ ବହୁତ ଭଲ ଲାଗୁଥିଲା । ସିଧୁ ପିଲା ଦିନରୁ ନିଷ୍ପତ୍ତି ନେଇଥିଲେ ଗାୟକ ହେବା ପାଇଁ । ସିଧୁ ଅଧିକ ସୁନ୍ଦର ଦେଖାଯାନ୍ତି ନାହିଁ ତେଣୁ ତାଙ୍କ ଲୁକ୍ ଉପରେ ବହୁତ ଲୋକ କମେଣ୍ଟ କରିଛନ୍ତି ହେଲେ ସେ କେବେ ହାର ମାନି ନଥିଲେ । ସିଧୁଙ୍କ ବାପା ପ୍ରଥମେ ଭାରତୀୟ ସେନାରେ ଥିଲେ ଗୋଟେ ଦୁର୍ଘଟଣା ହେବା କାରଣରୁ ସେ ଆଘାତ ପ୍ରାପ୍ତ ହୋଇ ପରେ ପୋଲିସରେ ଭର୍ତ୍ତି ହେଲେ ।

ସିଧୁଙ୍କ ମା-ବାପା ଚାହୁଁ ଥିଲେ ସିଧୁ ପାଠ ପଢନ୍ତୁ । ତେଣୁ ସିଧୁ ନିଜ ସ୍କୁଲ ପାଠ ଶେଷ କରିବା ପରେ ଲୁଧିଆନାରେ ଇଞ୍ଜିନିୟରିଙ୍ଗ କରିଥିଲେ । ସିଧୁ ନିଜ ପାଠ ପଢା ଶେଷ କରିବା ପରେ ଗୀତ ଗାଇବା ପାଇଁ ମନ ବଳେଇଥିଲେ ହେଲେ ତାଙ୍କୁ ଗୀତ ଲେଖିବା ଆସୁ ନଥିଲା । ସିଧୁ ଏକ ଲେଖକ ଖୋଜିବା ପାଇଁ ବହୁତ ଚେଷ୍ଟା କରିଲେ ହେଲେ କେହି ବି ତାଙ୍କ ଗୀତ ଲେଖିବା ପାଇଁ ରାଜି ହୋଇ ନଥିଲେ ।

ଏହା ପରେ ବହୁତ କଷ୍ଟରେ ଜଣେ ଲେଖକ ସିଧୁଙ୍କ ଗୀତ ଗାଇବା ପାଇଁ ରେଡି ହେଇଥିଲେ । ସିଧୁ ଏହା ଶୁଣିବା ପରେ ବହୁତ ଖୁସି ହୋଇଥିଲେ । ସେହି ଲେଖକ ସିଧୁଙ୍କୁ ତାଙ୍କ ଗାଁକୁ ଡକାଇ ଥିଲେ ସିଧୁ ବର୍ଷାରେ ଓଦା ହେଇ ସେଠାକୁ ଯାଇଥିଲେ ହେଲେ ଲେଖକ ଗୀତ ଗାଇବାକୁ ମନା କରିଥିଲେ । ଏହା ପରେ ସିଧୁଙ୍କୁ ବହୁତ କଷ୍ଟ ହୋଇଥିଲା ଆଉ ସେଦିନ ସେ ନିଷ୍ପତ୍ତି ନେଲେ ଆଉ କିଏ ଲେଖିଥିବା ଗୀତ ସେ ଗାଇବେ ନାହିଁ । ଏହା ପରେ ସିଧୁ ନିଜ ହଷ୍ଟେଲ ଆସି ଗୀତ ଲେଖିବା ଆରମ୍ଭ କରିଥିଲେ ।

ପ୍ରଥମେ ସେ ଲାଇସେନ୍ସ ଗୀତଟିକୁ ଲେଖିଥିଲେ ଆଉ ଏହି ଗୀତଟି ଠିକ ଠାକ ଚାଲିଥିଲା । ଏହା ପରେ ସିଧୁ ନିଜ ପାଠ ପଢା କମ୍ପ୍ଲିଟ କରିବା ପାଇଁ କାନ୍ନଡା ଚାଲିଗଲେ । କାନ୍ନଡା ଯିବା ପରେ ସିଧୁ ବହୁତ କଷ୍ଟ ଓ ସଂଘର୍ଷ କରି ଅନେକ ସୁପର ହିଟ ଗୀତ ଗାଇଥିଲେ । ଏହା ପରେ ସିଧୁ ଫେମସ ହେଇଗଲେ । ତାଙ୍କର ମୋଟ ସମ୍ପତ୍ତି କହିଲେ 30 କୋଟି ଟଙ୍କା ବୋଲି ସୂତ୍ରରୁ ଜଣା ପଡିଛି ।

ଏହା ସହିତ Toyota Fortuner, SUV, Isuzu D-Max, Mercedes AMG 63 ଓ Mustang ଆଦି ଲକ୍ଜରୀ କାର ର ମାଲିକ ଥିଲେ ସେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଧୁଙ୍କ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *