କିନ୍ନର ମାନେ କାହା ପାଇଁ ଓ କିପରି ପାଳନ୍ତି ସାବିତ୍ରୀ ବ୍ରତ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଏହି କିନ୍ନର ଜଣଙ୍କ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରିଛନ୍ତି । ଓଡ଼ିଶା କିନ୍ନର ଆଖଡା ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛ ନିକଟରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିବା ସହ କିନ୍ନର ମାନେ ବ୍ରତ ପାଳିଛନ୍ତି ।

ତେବେ ନନା ସାବିତ୍ରୀ ବ୍ରତ ବହି ବୋଲି ବିଧିବିଧାନ ମୁତାବକ ପୂଜା କଲେ । ପରେ ଜଣଙ୍କ ପରେ ଜଣେ କିନ୍ନରଙ୍କ ମଥାରେ ସିନ୍ଦୁର ଦେଲେ ଗୁରୁ ।  ତେବେ ଏହି ଗୁରୁ ମଧ୍ୟ ଥିଲେ ଜଣେ କିନ୍ନର । ଜଣଙ୍କ ପରେ ଜଣେ ଶିଷ୍ୟ ସାଧବା ବେଶରେ ଆସି ଗୁରୁଙ୍କୁ ଧୂପଦୀପ ଦେଇ ପୂଜା କରିଥିଲେ । ଗୋଡ଼ ଧୋଇ ପାଦୋଦକ ପାନ କରିଥିଲେ । ଗୁରୁ ଏହା ପରେ ଶିଷ୍ୟଙ୍କୁ ଶାଢ଼ି, ଶଙ୍ଖା, ସିନ୍ଦୁର ସହ ଆଶୀର୍ବାଦ ଦେଇଥିଲେ ।

ତେବେ ଏନେଇ ଜଣେ କିନ୍ନର କହିଛନ୍ତି, ସାବିତ୍ରୀ ବ୍ରତ ହେଉଛି ସ୍ୱାମୀଙ୍କ ପାଇଁ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାଧବା ପାଳନ୍ତି ସାବିତ୍ରୀ ବ୍ରତ । ସେମାନଙ୍କ ନିମନ୍ତେ ତାଙ୍କ ଗୁରୁ ହିଁ ସ୍ୱାମୀ । ତାଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସେମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏଥିନିମନ୍ତେ କିନ୍ନର ଶିଷ୍ୟ ବା ଚେଲାମାନେ ଏକାଠି ହୋଇଥିଲେ । ଗୁରୁଙ୍କ ପାଇଁ ବ୍ରତ ରଖିଥିଲେ । ନିର୍ଜଳ ଉପବାସ କରି ନୂଆ ଲୁଗା ପିନ୍ଧି ପୂଜାରେ ବସିଥିଲେ ।

ସାବିତ୍ରୀ ଠାକୁରାଣୀଙ୍କ ନିକଟରେ ନୂଆ ଲୁଗା, ଶଙ୍ଖା, ସିନ୍ଦୁର ଓ ଅଳତାକୁ ପୂଜା କରିଥିଲେ । ତେବେ ମା ସାବିତ୍ରୀଙ୍କ ପୂଜା ଓ ହୋମ ସରିବା ପରେ ଏକାଠି ହୋଇ କିନ୍ନରମାନେ ହୁଳହୁଳି ଦେଇ ଗୁରୁଙ୍କ ପାଦ ଧୋଇ ବନ୍ଦାପନା କରିଥିଲେ । ପରେ ଗୁରୁ ଚେଲାଙ୍କୁ ନୂଆ ଲୁଗା ଦେଇଥିଲେ ଏବଂ ତାଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଦେଇଥିଲେ । ଚେଲାମାନେ ଗୁରୁଙ୍କ ପାଦୁକା ପାଇବା ପରେ ବ୍ରତ ସମାପନ କରିଥିଲେ ।

ଦୀର୍ଘବର୍ଷ ହେବ କିନ୍ନରଙ୍କ ଏହି ବିଶ୍ୱାସ ସହ ବ୍ରତ ପାଳନ ହେଉଛି । ତେବେ ଶେଷରେ ସେ କହିଥିଲେ କି ସେ ସଧବା ନୁହେଁ କିନ୍ତୁ ସେ ବିବାହ କରିବାକୁ ଇଚ୍ଛୁକ ଯଦି ଜୀବନରେ କେବେ କୌଣସି ଭଲ ଜୀଵନ ସାଥୀ ମିଳେ ତେବେ ନିଶ୍ଚିତ ଭାବରେ ମୁଁ ବିବାହ କରିବାକୁ ଆଗ୍ରହ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *