କିଛି ଦିନ ତଳେ Cuttack କୁମ୍ଭାର ସାହିରେ ଗଢା ଯାଇଥିବା ସ୍ବର୍ଗତଃ Mihir Das ଙ୍କ ପ୍ରତିମାକୁ କିଏ ଓ କାହିଁକି ଦେଲା ଭାଙ୍ଗି ? ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ସ୍ଵର୍ଗତ ମିହିର ଦାସଙ୍କୁ ନିଶ୍ଚୟ ଜାଣିଥିବେ । ମିହିର ଥିଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା । ସେ ଓଡିଆ ଫିଲ୍ମ ଜଗତ ରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ମିହିରଙ୍କ ପରଲୋକ ଗତ କିଛି ମାସ ତଳେ ଘଟିଥିଲା । ମିହିରଙ୍କ ମୃତ୍ୟୁ ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳା ବାଦଲ ଛାଇ ଯାଇଥିଲା ।

ସମସ୍ତ କଳାକାର ମିହିରଙ୍କୁ ବହୁତ ଭଲ ପାଉଥିଲେ । ଏମିତି କି ଆମ ଓଡିଶା ବାସୀ ମାନେ ମଧ୍ୟ ମିହିରଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସ୍ଵଭାବକୁ ବେସ ଅଧିକ ପସନ୍ଦ କରୁଥିଲେ । ତେବେ ବନ୍ଧୁଗଣ ମିହିରଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ କୁମ୍ଭାର ସାହିର ଶିଳ୍ପୀ ମାନେ ମିହିରଙ୍କର ଏକ ପ୍ରତି ମୂର୍ତ୍ତି ଗଢି ଥିଲେ । ଏହି ପ୍ରତି ମୂର୍ତ୍ତିର ଭିଡିଓ ଓ ଫଟୋ ଆପଣ ମାନେ ନିଶ୍ଚୟ ଦେଖିଥିବେ ।

କୁମ୍ଭାର ସାହିର ଶିଳ୍ପୀ ମାନେ ଅତି ସୁନ୍ଦର ଭାବରେ ମିହିରଙ୍କ ସ୍ମୃତିରେ ଏହି ପ୍ରତି ମୂର୍ତ୍ତିଟିକୁ ଗଢି ଥିଲେ ଆଉ ଏହି ପ୍ରତି ମୂର୍ତ୍ତିଟି ଅବିକଳ ମିହିରଙ୍କ ପରି ଦେଖା ଯାଉଥିଲା । ଏହି 7 ଫୁଟ ଉଚ୍ଚ ପ୍ରତିମାକୁ ଦେଖିଲେ ସତେ ଯେମିତି ଲାଗେ ଏହା ମିହିରଙ୍କ ଜୀବନ୍ତ ପ୍ରତିମା । ଅନେକ କଳାକାର, ରାଜନେତା ଓ ପ୍ରଶଂସକ ଏହି ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

ରାଜନେତା ଓ କଳାକାର ମାନେ ପ୍ରତିଶ୍ରୁତି ଦେଇ କହିଥିଲେ ମିହିରଙ୍କ ଏହି ପ୍ରତି ମୂର୍ତ୍ତିକୁ ସ୍ଵତନ୍ତ୍ର ଭାବରେ ସାଇତି ରଖାଯିବ । ହେଲେ ବନ୍ଧୁଗଣ ପରେ ସମସ୍ତେ ଭୁଲି ଗଲେ । ପ୍ରଶାସନ ଚାହିଁଥିଲେ ହୁଏତ ଏହି ମୂର୍ତ୍ତିକୁ ସାଇତି ରଖାଯାଇ ପାରି ଥାନ୍ତା । କଳାକାର ମାନେ ଚାହିଁଥିଲେ ଏହାକୁ କେଉଁଠି ସ୍ଥାନିତ କରିପାରି ଥାନ୍ତେ । ବାରମ୍ବାର ଶିଳ୍ପୀ ମାନେ ମନେ ପକାଇବା ସତ୍ବେ ମଧ୍ୟ କେହି ଏହାକୁ ନେଲେ ନାହିଁ ।

ଅପେକ୍ଷା କରି କରି ଶିଳ୍ପୀ ମାନେ ନିଜ ହାତରେ ଗଢିଥିବା ଏହି ମୂର୍ତ୍ତିକୁ ନିଜ ହାତରେ ମାଟିରେ ମିଶାଇ ଦେଲେ । ମାତ୍ର ଆନ୍ତରିକତାର ଅଭାବରୁ ମାଟିର ମିହିର ପୁଣି ଥରେ ମାଟିରେ ମିଶିଗଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *