ସିଧାସାଧା ଗାଉଁଲି ଲୋକ ଭଳି ଦେଖା ଯାଉଥିବା ଏହି ବ୍ୟକ୍ତିଙ୍କ କାଣ୍ଡ ଶୁଣିଲେ ମୁଣ୍ଡରେ ହାତ ଦେବେ, ଝିଅ ମାନଙ୍କୁ ବିବାହର ପ୍ରଲୋଭନ ଦେଇ କରୁଥିଲେ ଏମିତି କାଣ୍ଡ…

ଝିଅମାନଙ୍କର ସୁରକ୍ଷାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥାଏ । କେତେବେଳେ କେଉଁ ଝିଅର ବଳତ୍କାର ହେଉଛି ତ କେତେବେଳେ କେଉଁ ଝିଅକୁ କିଛି ଲୋକମାନେ ଉଠାଇ ନେଇ ବାହାରେ ବିକ୍ରି କରି ଦେଉଛନ୍ତି । ଯାହାକି ଏକ ବଡ ଅପରାଧ ଅଟେ । ଏହିଭଳି କିଛି ଘଟଣା ଓଡିଶାର ନୀଳଗିରୀ ଅଞ୍ଚଳରେ ଦେଖିବାକୁ ମିଳିଛି । ବାହାଘର ନାଁରେ ଜଣେ ଝିଅ ଦଲାଲ ଝିଅକୁ ବିକ୍ରି କରିବାକୁ ଚେଷ୍ଟା କରିଛି । ସବୁଠୁ ବଡ କଥା ହେଉଛି ଏଥିପାଇଁ ଚୁକ୍ତି ହୋଇଥିଲା ଓ ୫୦୦ ଟଙ୍କା ଆଡଭାନ୍ସ ବି ମିଳିଥିଲା ।

ଯୋଜନା ଅନୁସାରେ ଝିଅ ସହ ବାହା ହୋଇ ଝିଅକୁ ଘରୁ ନେଇ ଯାଇ ଥିଲେ ଦଲାଲମାନେ । କିନ୍ତୁ ଝିଅକୁ ଯେଉଁ ସ୍ଥାନରେ ବିକ୍ରି କରିବାର ଥିଲା ସେହି ସ୍ଥାନକୁ କେହି ବି ଆସି ନ ଥିଲେ । ଯେଉଁ କାରଣରୁ ଝିଅ ଦଲାଲ ଝିଅକୁ ଫେରାଇ ଆଣି ଘରେ ଛାଡି ଦେଇ ଥିଲେ ।

ଆପଣ ଫଟୋରେ ଯାହାକୁ ଦେଖୁଛନ୍ତି ସେ ହେଉଛନ୍ତି ଜଣେ ଝିଅ ଦଲାଲ । ସିଧା ସିଧା ଗାଉଁଲି ଲୋକ ଭଳି ଦେଖାଯାଉ ଥିବା ଏହି ବ୍ୟକ୍ତି ଜଣକ ଏହିଭଳି କାମ କରିପାରେ ବୋଲି କେହି ବି ବିଶ୍ଵାସ କରି ପାରୁ ନାହାନ୍ତି । କୌଣସି କାମ ନ ମିଳିବା କାରଣରୁ ଶେଷରେ ଝିଅମାନଙ୍କୁ ନେଇ ବ୍ୟାପାର କରିବା ଭଳି କାମ ଆରମ୍ଭ କରି ଦେଇଛି ଏହି ବ୍ୟକ୍ତି ଜଣକ । ଯେତେବେଳେ ସ୍ଥାନୀୟ ବାସିନ୍ଦା ଏହି ବ୍ୟକ୍ତିଙ୍କ ବିଷୟରେ ଜାଣିଲେ ତେବେ ସ୍ଥାନୀୟ ଲୋକମାନେ ଏହି ଦଲାଲକୁ ଅଟକି ରଖି ବହୁତ ମାରିଛନ୍ତି ।

ଝିଅମାନଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ସହ ବିବାହ କରି ତାଙ୍କୁ ବିକ୍ରି କରୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ନୀଳଗିରୀ ବ୍ରହ୍ମପୁର ଥାନା ଛତ୍ରପୁର ଅଞ୍ଚଳର ପରେସ ଦାସ ଓ ସୁଦର୍ଶନ ସେନାପତି ସେହି ଅଞ୍ଚଳର ଯୁବତୀକୁ ବିବାହ କରି ବିକ୍ରି କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ । ସୂଚନା ଅନୁସାରେ ୫ ତାରିଖ ଦିନ ଏହି ଦୁଇ ଜଣ ସେହି ଅଞ୍ଚଳର ଜଣେ ଯୁବତୀକୁ ଘରୁ ନେଇ ଯାଇ ଥିଲେ ।

ଗୋଟିଏ ସ୍ଥାନରେ ଝିଅକୁ ବିକ୍ରି କରିବା ପାଇଁ ଠିକ କରିଥିଲେ । ସଠିକ ସମୟରେ ସେହି ସ୍ଥାନରେ କେହି ବି ନ ଆସିବା କାରଣରୁ ଶେଷରେ ସେମାନେ ଝିଅକୁ ଘରେ ଆଣି ଛାଡି ଦେଇ ଗଲେ । ଏହି ଘଟଣାର ଦୁଇ ଦିନ ପରେ ଯେତେବେଳେ ସ୍ଥାନୀୟ ଲୋକମାନେ ଛତ୍ରପୁରରେ ଦଲାଲ ପରେସ ଦାସକୁ ଦେଖିଲେ ତେବେ ତାକୁ ଅଟକ ରଖି ବହୁତ ମରିଛନ୍ତି । ଅନ୍ୟ ପଟେ ଝିଅର ପରିବାର ଲୋକମାନେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *