ଗୋଟିଏ ସଙ୍ଗୀତକାର ହେବା ପାଇଁ ବହୁତ ହିଁ ପରିଶ୍ରମ କରିବାକୁ ପଡିଥାଏ । ଏହା ସହିତ ଯଦି ଆପଣ ଗାୟକ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଠିନ ପରିଶ୍ରମ ସହିତ ବହୁତ କିଛି କରିବାକୁ ପଡିଥାଏ । ବର୍ଷ ବର୍ଷ ଧରି ଆପଣ ଅଭ୍ଯାସ କରିଲେ ହିଁ ଆପଣ ଜଣେ ଭଲ ସଂଗୀତକାର କିମ୍ବା ଗାୟକ ହୋଇ ପାରିବେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଏମିତି ବହୁତ ଛୋଟ ଛୋଟ ପ୍ରତିଭା ଅଛନ୍ତି ଯେଉଁମାନେ ବହୁତ ଅଳ୍ପ ବୟସ ମଧ୍ୟରେ ଏହିଭଳି କିଛି କାରନାମା କରି ଦେଖାଇ ଦେଉଛନ୍ତି କି ଯାହା ବିଷୟରେ ତାଙ୍କାର ମାତା ପିତା ବି କଳ୍ପନା କରି ନ ଥିବେ ।
ଆମେ ଭାଇରାଲ ହେଉଥିବା ଶାନ୍ତୁନୁ କୁମାର ବିଷୟରେ କହୁଛୁ । ଯିଏକି ବର୍ତ୍ତମାନ ପୁରା ଓଡିଶାରେ ପ୍ରସିଦ୍ଧ ହୋଇ ଯାଇଛି । ଲୋକମାନେ ତାର ଗୀତକୁ ପସନ୍ଦ କରୁଛନ୍ତି, ଶାନ୍ତୁନୁ ଯେଉଁ ପ୍ରକାରର କମେଡି କରୁଛି ତାହା ଲୋକମାନଙ୍କୁ ଆହୁରି ଅଧିକ ଆକର୍ଷିତ କରୁଛି ।
ଶାନ୍ତୁନୁ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଶୋ ଓଡିଶାର ନୂଆ ସ୍ଵର ରିୟାଲିଟି ଶୋରେ ଜଣେ ପ୍ରତିଯୋଗୀ ହିସାବରେ ଆସିଥିଲା । କିନ୍ତୁ ବର୍ତ୍ତମାନ ସେ ଏହି ଶୋର ଜଣେ ଜଣା ଶୁଣା ଚେହେରା ହୋଇ ଯାଇଛି । ସମସ୍ତେ ଏହି ଶୋରେ ସମସ୍ତଙ୍କର ଗୀତକୁ ଏନଜୟ କରିବା ସହ ଶାନ୍ତୁନୁର କଥା କହିବାର ଷ୍ଟାଇଲ ଦ୍ଵାରା ବି ବହୁତ ପ୍ରଭାବିତ ହେଉଛନ୍ତି । ଏହିଭଳି ଶୋ ଜିତିବା ପରେ ହିଁ ଗାୟକକୁ ଗୀତ ରେକର୍ଡିଂ କରିବାର ସୁଯୋଗ ମିଳିଥାଏ ।
କିନ୍ତୁ ଶାନ୍ତୁନୁ ଏହି ଶୋକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିତି ନାହିଁ ତଥାପି କିଛି ସଂଗୀତକାର ବର୍ତ୍ତମାନ ଗୀତ ରେକର୍ଡିଂ କରିବା ପାଇଁ ଶାନ୍ତୁନୁକୁ ଅଫର ଦେଉଛନ୍ତି । ସେ ବର୍ତ୍ତମାନ ବହୁତ ଗୀତ ରେକର୍ଡିଂ କରିସାରିଛି । କିଛି ଦିନ ତଳେ ଶାନ୍ତୁନୁର ଗୋଟିଏ ଗୀତର ରେକର୍ଡିଂର ଭିଡିଓ ସାମ୍ନାକୁ ଆସିଥିଲା । ଯାହାକି ବହୁତ ହିଁ ଭାଇରାଲ ହୋଇଥିଲା ।
ବର୍ତ୍ତମାନ ଶାନ୍ତୁନୁର ପୁଣି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ‘ତୋର କୁଞ୍ଚୁ କୁଞ୍ଚିଆ ବାଲ’ ଗୀତ ଗାଉଛି । ଏହି ଗୀତକୁ ପୂର୍ବରୁ ରିଲିଜ ହୋଇ ସାରିଛି । କିନ୍ତୁ ଶାନ୍ତୁନୁ ଏହି ଗୀତର ଜୁନିୟର ଭରର୍ଜନ ଗାଉଛନ୍ତି । ଏହି ଗୀତ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଶାନ୍ତୁନୁର ଗୀତ ଗାଇବାର ଷ୍ଟାଇଲ ଓ ସ୍ଵରକୁ ପସନ୍ଦ କରୁଛନ୍ତି ।