ନମସ୍କାର ବନ୍ଧୁଗଣ ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଏହି ଫୋନ କଲ୍ ପାଖାପାଖି ୫୦ ମିନିଟର ଥିଲା । ଦୁଇ ନେତା ୟୁକ୍ରେନକୁ ନେଇ ବିସ୍ତାର ଭାବେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୟୁକ୍ରେନ ଏବଂ ଋଷ ମଧ୍ୟରେ ହେଉଥିବା ସମ୍ପୂର୍ଣ୍ଣ କଥାବାର୍ତ୍ତାର ବିବରଣୀ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଅପିଲ କରିଛନ୍ତି କି ଏହି ସମୟରେ ଉଭୟ ଦେଶର ଦଳ ମଧ୍ୟରେ ହେଉଥିବା କଥାବାର୍ତ୍ତା ବ୍ୟତୀତ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସିଦ୍ଧା ସଳଖ କଥା ହୁଅନ୍ତୁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ସୁମି ଭଳି ଅଞ୍ଚଳରେ ମାନବୀୟ ସାହାଯ୍ୟ ପହଞ୍ଚାଇବା ଲାଗି ଋଷ ତରଫରୁ କରା ଯାଇଥିବା ଯୁଦ୍ଧ ବିରତୀକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନାଗରିକଙ୍କୁ ସୁମିରୁ ଖୁବଶୀଘ୍ର ସୁରକ୍ଷିତ ଫେରାଇ ଆଣିବା ଲାଗି ଜୋର ଦେଇଛନ୍ତି। ଋଷ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରଷା ଦେଇଛନ୍ତି କି ଭାରତୀୟଙ୍କୁ ୟୁକ୍ରେନରୁ ସୁରକ୍ଷିତ ଫେରାଇ ଆଣିବା ଲାଗି ସବୁ ପ୍ରକାର ସହଯୋଗ ଦିଆଯିବ । ତେବେ ଏହା ପୂର୍ବରୁ ପିଏମ୍ ମୋଦି ସୋମବାର ସକାଳୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ବି ଫୋନରେ କଥା ହୋଇଥିଲେ ।
ଭାରତ ସରକାରଙ୍କ ସୂଚନା ମୁତାବକ, ଫୋନ କଲ୍ ପାଖାପାଖି ୩୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ନେତା ୟୁକ୍ରେନର ସ୍ଥିତି ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବାର୍ତ୍ତାଳପକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ବାହାର କରିବାକୁ ୟୁକ୍ରେନ ସରକାରଙ୍କ ଦ୍ବାରା ଦିଆ ଯାଇଥିବା ସହାୟତା ଲାଗି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଦେଇ ଥିଲେ ।
ପ୍ରଧାନମନ୍ତ୍ରୀ ସୁମିରୁ ଭାରତୀୟ ନାଗରିକଙ୍କୁ ବାହାର କରିବା ଲାଗି ଜାରି ପ୍ରୟାସରେ ୟୁକ୍ରେନ ସରକାରଙ୍କୁ ନିରନ୍ତର ସମର୍ଥନ ଆଶା ରଖିଛନ୍ତି। ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶକୁ ସାହାର୍ଯ୍ୟ କରିବା ପାଇଁ ଆମେରିକାକୁ ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ଋଷରୁ ତେଲ ଆମଦାନୀ ହ୍ରାସ କରିବା ପାଇଁ ଏକ ନିବେଦନ କରିଥିଲେ ।
ଯାହା ଦ୍ୱାରା ତାଙ୍କ ଦେଶ ଋଷର ସାମରିକ କାର୍ଯ୍ୟକଳାପକୁ ପ୍ରତିହତ କରିପାରିବ । ଗତକାଲି ଆମେରିକାର ଆଇନଜୀବୀଙ୍କୁ ଏକ ବ୍ୟକ୍ତିଗତ ଭିଡିଓ କଲରେ ଜେଲେନସ୍କି କହିଛନ୍ତି ଯେ ସେ ତାଙ୍କୁ ଶେଷ ଥର ପାଇଁ ଜୀବନ୍ତ ଦେଖି ନିଅନ୍ତୁ। ତେବେ ଭାରତ ର ଏହି ପ୍ରସ୍ତାବ ହୁଏତ ରୁଷ ଏବଂ ୟୁକ୍ରେନ କୁ ଏକାଠି କରେଇବାରେ ସାହାର୍ଯ୍ୟ କରି ପାରେ ଏବଂ ଏହା ସେହି ଲୋକଙ୍କ ପାଇଁ ଏକ ଚାପୁଡ଼ା ପରି ଯେଉଁମାନେ ଭାରତ କୁ ରୁଷ ଓ ୟୁକ୍ରେନ ମଧ୍ୟରେ ଫସି ରହିଥିବା କିମ୍ବା ଭାରତକୁ ନିନ୍ଦା କରିଥିଲେ। ତେବେ ଏହି କଥା ଶୁଣିବାକୁ ସାଧାରଣ ଲାଗି ପାରେ କିନ୍ତୁ ଏହା ସାଧାରଣ ନୁହେଁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।