କ୍ରାଇମବ୍ରାଞ୍ଚ ଜେରାରେ ଭୋ-ଭୋ ହେଇ କାନ୍ଦି ପକେଇଲେ ଶର୍ମିଷ୍ଠା, ଓଗାଳି ଦେଲେ ଗୋଟି ଗୋଟି କରି ସବୁ ସତ କଥା, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତୟଆକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି । ଏବେ ସତ କହୁଛନ୍ତି ଶର୍ମିଷ୍ଠା ମାନସ ସ୍ଵାଇଁ ହତୟଆର ସତ ବାହାର କରୁଛି କ୍ରାଇମବ୍ରାଞ୍ଚ । ଆଜି ଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠାଙ୍କ ସମେତ 4 ଅଭିଯୁକ୍ତ । ସକାଳେ ସେମାନଙ୍କୁ ଚାନ୍ଦବାଲି ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ଅଫିସକୁ ଅଣା ଯାଇଥିଲା । ପ୍ରଥମେ ପଡିଥିଲା ଶର୍ମିଷ୍ଠାଙ୍କ ପାଳି ।

ତାଙ୍କୁ ମାରାଥନ ଜେରା କରାଯାଇ ପ୍ରଶ୍ନ ପରେ ପ୍ରଶ୍ନ ପଚରା ଯାଇଥିଲା । କାହିଁକି ମାନସଙ୍କୁ ହତୟଆ କଲେ ? ମେମୋରୀ ଚିପ୍ ରେ କଣ ଥିଲା ? କୁଆଡେ ଗଲା ମେମୋରୀ ଚିପ୍ ? ଆଶ୍ରମ କେୟାର ଟେକର ପାଇଥିବା ମାନସଙ୍କ ଚିଠି କୁଆଡେ ଗଲା ଆଦି ଅନେକ ପ୍ରଶ୍ନ ଶର୍ମିଷ୍ଠାଙ୍କୁ ପଚରା ଯାଇଥିଲା । ଆଉ ଏହି ସମସ୍ତ ପ୍ରଶ୍ନର ସତ ବଖାଣି ଛନ୍ତି ଶର୍ମିଷ୍ଠା । ଶର୍ମିଷ୍ଠା ଜେରା ବେଳେ ଭୋ ଭୋ ହୋଇ କାନ୍ଦି ପକାଇ ଛନ୍ତି ।

ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଜେରା ବେଳେ କାନ୍ଦି ପକାଇ ଥିଲେ । ତଦନ୍ତକାରୀ ଟିମ ଆଗରେ ସବୁ ସତ ମାନି ଥିଲେ ଶର୍ମିଷ୍ଠା କାରଣ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । କ୍ରାଇମବ୍ରାଞ୍ଚକୁ ଏହି ଅଭିଯୁକ୍ତଙ୍କ କଲ୍ ଡିଟେଲ୍ସ ମଧ୍ୟ ମିଳି ଯାଇଛି ଏବେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଜାରି ରଖିଛି । ନିରଞ୍ଜନ ସେଠିକୁ ବି ଜେରା କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ପଚରା ଯାଇଥିବା ସମାନ ପ୍ରଶ୍ନ ବାଣର ସାମ୍ନା କରିଥିଲେ ନିରଞ୍ଜନ ।

ତା ସହ ଅନ୍ୟ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ ତଦନ୍ତକାରୀ ଟିମ । ଶର୍ମିଷ୍ଠାଙ୍କ ସହ ତାଙ୍କର ସମ୍ପର୍କ କଣ ଓ କେବେଠାରୁ ଦୁହେଁ ପରସ୍ପରକୁ ଜାଣିଛନ୍ତି ଆଦି ଅନେକ ପ୍ରଶ୍ନ ପଚରା ଯାଇଛି । ଗତ କାଲି କଲିକତାରୁ ବସ ଯୋଗେ ଭୁବନେଶ୍ଵର ଫେରିବା ବେଳେ ଭଦ୍ରକରୁ ଧରା ପଡିଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ବେସ କିଛି ଦିନ ହେବ ପୋଲିସକୁ ଚଖମା ଦେଇ ରାଜ୍ୟ ତଥା ବାହାରେ ବୁଲୁଥିଲେ ହେଲେ ଏବେ ସେମାନେ କାନ୍ଦୁ ଛନ୍ତି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *