ଶିବ କହିଲା ଆଉ ଗୋଟେ ବଡ ସତ କଥା ! ମୋ ସ୍ତ୍ରୀ ପାଇଁ ସେଦିନ…

ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହର ଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତ ମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା ।

ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି । ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଶିବଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି ।

ଶିବଙ୍କ ପତ୍ନୀ କହିଛନ୍ତି-‘ମୋର ଗୋଟେ ବୋଲି ଝିଅ ଅଛି ପୁଅ ନାହିଁ ସେଥିପାଇଁ ଶାଶୁ, ଶଶୁର, ଦେଢସୁର ଓ ଜା ମୋ ସହ ଖରାପ ବ୍ୟବହାର କରନ୍ତି । 2014 ମସିହାରେ ମୁଁ ଘରକୁ ଯିବା ପାଇଁ ବାହାରେ ରହି ଡାକିଲି ସେମାନେ ସବୁବେଳେ ଗେଟ ତାଲା ପକାଇ ଦିଅନ୍ତି । ମୁଁ ଡାକିବାରୁ ସେମାନେ ମୋତେ ବାଡେଇଲେ । ସେହି ରାସ୍ତାରେ ମୋ ଭାଇ ଯାଉଥିଲା ସେ ବିରୋଧ କରିବାରୁ ତାକୁ ମଧ୍ୟ ବାଡେଇଲେ ।

ସେମାନେ ଚାହୁଁ ନଥିଲେ ଆମେ ସେ ଘରେ ରହୁ ବୋଲି । ମୁଁ ସମସ୍ତଙ୍କୁ ଏହା ବିଷୟରେ ଜଣାଇଛି ଲେଡିସ କମିଶନର, ସରପଞ୍ଚ, ମାହାଙ୍ଗା ଥାନା ଚିଫ ସେକ୍ରେଟେରୀ ସମସ୍ତଙ୍କୁ ଜଣାଇଛି । ମୁଁ ଦିଲ୍ଲୀ ବି ଯାଇଥିଲି ହେଲେ ମୋ କଥା କେହି ଶୁଣିଲେ ନାହିଁ । ରୋଷେଇ ଘର ପାଖରେ ମୋ ଦେଢ ସୁର ପାଟିତୁଣ୍ଡ କରି ମୋ ସ୍ଵାମୀଙ୍କ ମୁଣ୍ଡ ଫଟାଇ ଥିଲେ । କାହା ଉପରେ ଭରସା ନ ଥିବାରୁ ମୋ ସ୍ଵାମୀ ଏଭଳିଆ କର୍ମ କଲେ । ନହଲେ ସେ ଏମିତି କାହିଁକି କରିଥାନ୍ତେ’ ।

ଶିବଙ୍କ ପତ୍ନୀ ଜାଣିଥିଲେ ଯେ, ଶିବ ହତୟଆ କରିବାର 4 ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା ହେଲେ ସେ ଚୁପ ରହିଥିଲେ । ତେବେ ଏହି ଖବର ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *