Jyotish Shastra – ଶନିଙ୍କର ହେବ ମାର୍ଗୀ ଚଳନ, ରାଜା ଭଳି ଜୀବନ କାଟିବେ ଏହି ୫ ରାଶି

ବନ୍ଧଗଣ ଯେତେବେଳେ ଗ୍ରହମାନଙ୍କର ଦଶା ଓ ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମଣିଷର ଜୀବନ ଉପରେ ପଡିଥାଏ । କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରି ନଥାଉ । କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ କି ପ୍ରତ୍ଯେକ ଗ୍ରହର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯେତେବେଳେ ଶନିଦେବ କାହା ଉପରେ ଖୁସି ହୁଅନ୍ତି ତାର ସମୟ ବହୁତ ଭଲ ହେବାକୁ ଲାଗେ ।

ଶନିଦେବ ଙ୍କ ପ୍ରକୋପ ଯେତେ ଅଧିକ ପଡିଥାଏ ତା ଠାରୁ ଅଧିକ ସେମାନେ ଖୁସି ଦେଇଥାନ୍ତି । ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି । ଯିଏ ପ୍ରତ୍ଯେକ ପ୍ରାଣୀ ସହ ନ୍ୟାୟ କରିଥାନ୍ତି । କିନ୍ତୁ ଯେଉଁ ଲୋକମାନେ ଅନୈତିକ ଓ ଭୁଲ କାର୍ଯ୍ୟ କରନ୍ତି ସେମାନଙ୍କୁ ଭଗବାନ ଶନି ଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ । ଜ୍ଯୋତିଷ ଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯେଉଁ ମାନଙ୍କ ଉପରେ ଭଗବାନ ଶନିଦେବ ଆଗାମୀ 21 ବର୍ଷ ଅତ୍ୟନ୍ତ ଖୁସି ରହିବେ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

ମିଥୁନ ରାଶି

ଶନିଦେବ ଙ୍କ କୃପାରୁ ମିଥୁନ ରାଶିଙ୍କର ଆସନ୍ତା ସମୟ ଉତ୍ତମ ରହିବ , ପରିବାରରେ ସୁଖମୟ ଜୀବନ ଅତିବାହିତ କରିବେ । ଭାଇଭଉଣୀଙ୍କ ସହ ସମ୍ବନ୍ଧ ଉତ୍ତମ ରହିବ । ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ । ଆପଣମାନଙ୍କ ଦ୍ଵାରା କରା ଯାଇଥିବା ପୁରୁଣା ପୁଞ୍ଜି ନିବେଶ ରୁ ବିଶେଷ ରୂପେ ଲାଭବାନ ହେବେ । କାର୍ଯ୍ୟ କ୍ଷେତ୍ରରେ ମନ ପ୍ରସନ୍ନ ରହିବ , ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବ ।

ସିଂହ ରାଶି

ଏହି ରାଶିର ଲୋକେ ଭଗବାନ ଶନିଦେବଙ୍କର ବିଶେଷ କୃପା ପ୍ରାପ୍ତି କରିବେ । ଆସନ୍ତା ସମୟରେ ଆପଣ ନିଜ ଜୀବନରେ ସବୁ ସମସ୍ୟାରୁ ଉଦ୍ଧାର ପାଇବେ । ପୁରୁଣା ବିବାଦରୁ ମୁକ୍ତି ପାଇବେ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଆଗାମୀ ସମୟରେ ଭାଗ୍ୟଶାଳୀ ହେବେ । କୌଣସି ବଡ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଜୀବନ ସାଥିଙ୍କ ସହିତ ଉତ୍ତମ ସମୟ ବ୍ଯତୀତ କରିବେ ।

ଧନୁ ରାଶି

ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶନିଦେବଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିବ । ବ୍ୟବସାୟରେ ବିଶେଷ ରୂପେ ଉନ୍ନତି କରିବେ । ଯେଉଁ ମାନେ ଅଧିକ ସମୟରୁ ଚାକିରି ସନ୍ଧାନରେ ଅଛନ୍ତି ସେମାନେ ବିଶେଷ ରୂପରେ ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ଆପଣ ସଫଳ ହେବେ । ବିଦେଶ ଯାତ୍ରାର ଯୋଗ ବନୁଅଛି । କୌଣସି ନୁଆ ଯୋଜନାରେ କାମ କରିବେ । ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ମଝବୁତ ହେବେ । ବରିଷ୍ଠ ଅଧିକାରୀଙ୍କର ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ।

କନ୍ୟା ରାଶି

ଏହି ରାଶିର ଲୋକ ଆଗାମୀ ସମୟରେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ , ଭଗବାନ ଶନିଦେବଙ୍କର ବିଶେଷ କୃପା ପ୍ରାପ୍ତି କରିବେ । ଆପଣ ନିଜ ପ୍ରୟାସରେ ସଫଳତା ଅର୍ଜନ କରିବେ । ଘର ପାଇଁ କୌଣସି ଦାମୀ ଜିନିଷ କ୍ରୟ କରି ପାରନ୍ତି । ଆପଣ ନିଜ ଜୀବନକୁ ଆରାମ ଦାୟକ ଭାବେ ବ୍ଯତୀତ କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । ସମ୍ପର୍କୀୟଙ୍କ ଠାରୁ ବିଶେଷ ରୂପେ ଲାଭବାନ ହେବେ ।

ବିଛା ରାଶି

ଏହି ରାଶିର ଲୋକେ ଆଗାମୀ ସମୟରେ ବିଶେଷ ରୂପେ ଲାଭବାନ ହେବେ । ଆପଣ କରିଥିବା ପରିଶ୍ରମ ଅନୁସାରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ମଝବୁତ ହେବେ। ଭଗବାନ ଶନିଦେବ ଙ୍କ କୃପାରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଲାଭ କରିବେ । ପୁରୁଣା ରୋଗରୁ ମୁକ୍ତି ପାଇବେ । ଆପଣ ନିଜ ଯୋଜନା ଅନୁସାରେ ବିଶେଷ ରୂପେ ଲାଭବାନ ହେବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *