ସକାଳୁ ଉଠି ଏମାନଙ୍କ ମୁହଁ ଦେଖିଲେ ହେବ ସର୍ବନାଶ – Ajira Anuchinta

ଆପଣ ଗୋଟିଏ ଲୋକକଥା ଶୁଣିଥିବେ କି ସକାଳୁ ଉଠି କାହା ମୁହଁ ଚାହିଁଲେ ପୁରା ଦିନ ପୁରା ଖରାପ ରେ କଟିଲା । ତେବେ ଆଜି ଆମେ ଆପଣଙ୍କୁ ଏହିପରି କିଛି ଜିନିଷ ବିଷୟରେ କହିବୁ ଯାହାକୁ ସକାଳୁ ଉଠି ଭୁଲରେ ବି ଦେଖିବା ଉଚିତ ନୁହେଁ, ଏହା ଦ୍ଵାରା ଆପଣଙ୍କର ପୁରା ଦିନଟି ଅଶୁଭରେ କଟିଥାଏ । ପ୍ରତ୍ଯେକ ଦିନ ସୂର୍ଯ୍ୟ ଙ୍କ ଉଦୟ ସହିତ ଏକ ନୂଆ ଦିନର ଆରମ୍ଭ ହୋଇଥାଏ । ଦିନଟି ଭଲରେ କଟୁ ଏଥିପାଇଁ ଲୋକମାନେ ସକାଳୁ ଉଠି ଶୁଭ ବିଚାର ଆଣିବାକୁ ଚେଷ୍ଟା କରିଥାନ୍ତି ।

ଯଦି ସକାଳୁ କୌଣସି ଖରାପ କାର୍ଯ୍ୟ କରାଯାଏ ତାହେଲେ ତାହାର ନକରାତ୍ମକ ପ୍ରଭାବ ସାରା ଦିନ ରହିଥାଏ । ବ୍ୟକ୍ତି ତାହାର ମନ ଓ ମସ୍ତିସ୍କ ରୁ ସେହି ଖରାପ ବିଚାରକୁ ବାହାର କରି ପାରି ନଥାଏ ଏବଂ ତାହାର ସାରା ଦିନ ଖରାପ ରେ କଟିଥାଏ ।

ଏଥିପାଇଁ ମହାପୁରୁଷ ମାନେ କହିଛନ୍ତି ଶୁଭ ବସ୍ତୁ ଦେଖିବା ଦ୍ଵାରା ସକରାତ୍ମକ ଊର୍ଜାର ବାତାବରଣ ସାରା ଦିନ ରହିଥାଏ । ଏଥିପାଇଁ ସକାଳୁ ସକାଳୁ ଅଶୁଭ ଜିନିଷ ଦେଖିବାରୁ ବଞ୍ଚିତ ହେବା ଉଚିତ । ଏବେ ଆସନ୍ତୁ ଜାଣିବା ସକାଳୁ ଉଠି କଣ ଦେଖିବା ଅନୁଚିତ ଅଟେ ।

ସକାଳୁ ଆଖି ଖୋଲିବା ପରେ ଦର୍ପଣ ଦେଖିବା ଅଶୁଭ ହୋଇଥାଏ । ବେଡ ରୁମ ରେ ଦର୍ପଣ ରଖିବା ଉଚିତ ନୁହେଁ । କିନ୍ତୁ ଯଦି ରଖିବାକୁ ପଡୁଛି ତେବେ ଏପରି ରଖନ୍ତୁ ଯେପରି ସକାଳୁ ଉଠିବା ମାତ୍ରେ ଆପଣଙ୍କର ମୁହଁ ଯେପରି ସେହି ଦର୍ପଣ ରେ ଦେଖା ନଯାଏ । ସେହି ଦର୍ପଣ ରେ ଆପଣଙ୍କର ବେଡ ଦେଖାଯିବା ଉଚିତ ନୁହେଁ । ଯଦି ଏପରି ରଖିବାକୁ ପଡୁଛି ତେବେ ସାରା ଦିନ ଆପଣ ଦର୍ପଣ ଟିକୁ କପଡାରେ ଘୋଡାଇ ରଖନ୍ତୁ । ଯେତେବେଳେ ଆବଶ୍ୟକ ସେତେବେଳେ ବ୍ୟବହାର କରନ୍ତୁ ।

ସୋଇଥିବା ଶେଯ ବା ଖଟରୁ ଉଠିବା ପରେ ଆପଣ ନିଜର ଛାଇ ଦେଖନ୍ତୁ ନାହିଁ । ସେହି ସମୟରେ କୌଣସି ଅନ୍ୟ ବ୍ୟକ୍ତି ର ଛାଇ ଦେଖିବା ମଧ୍ୟ ଅଶୁଭ ହୋଇଥାଏ । ଏଣୁ ସକାଳୁ ଉଠିବା ପରେ ନିଜର ଛାଇ ବା ଅନ୍ୟ କାହାର ଛାଇ ଦେଖନ୍ତୁ ନାହିଁ । ସକାଳୁ ସକାଳୁ କାହାର ଛାଇ ଦେଖିବା ଦ୍ଵାରା ଆପଣଙ୍କର ସାରା ଦିନ ଟି ନକରାତ୍ମକ ଭାବନାରେ କଟିବାର ଆଶଙ୍କା ଥାଏ ।

ଘରେ ଜଙ୍ଗଲି ଜନ୍ତୁ ବିଶେଷ କରି ହିଂସ୍ର ଜନ୍ତୁ ମାନଙ୍କର ଫଟୋ ଲଗାଇବା ଠିକ ନୁହେଁ । ଏହା ଦ୍ଵାରା ନକରାତ୍ମକ ଊର୍ଜ୍ଜାର ସଂଚାର ହୋଇଥାଏ ଓ ପରିବାରରେ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଭାବନା ଠିକ ରହି ନଥାଏ । ହିଂସ୍ର ଭାବ ସୃଷ୍ଟି ହୋଇଥାଏ । ସେଥିପାଇଁ କୌଣସି ପରିସ୍ଥିତିରେ ହିଂସ୍ର ଜନ୍ତୁ ମାନଙ୍କର ଫଟୋ ଘରେ ରଖିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *