ଏହି କାରଣ ପାଇଁ ଅଧାରୁ ବନ୍ଦ ହୋଇଗଲା ଶକ୍ତିମାନ, ମୁକେଶ ଖାନ୍ନା ଏମିତି ଖୋଲିଲେ ଷଡଯନ୍ତ୍ର ସବୁ ରାଜ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଧାରାବାହିକ ଶକ୍ତିମାନ ୧୩ ଡିସେମ୍ବର ୧୯୯୭ ରୁ ଆରମ୍ଭ ହୋଇ ୨୭ ମାର୍ଚ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ହେଉଥିଲା । ଏହି ଧାରାବାହିକ ରେ ଶକ୍ତିମାନ ର ଭୂମିକା ମୁକେଶ ଖାନ୍ନା ନିଭାଉଥିଲେ । ସେ ମଧ୍ୟ ଏହି ଧାରାବାହିକର ନିର୍ମାତା ଥିଲେ । ଦର୍ଶକଙ୍କ ପ୍ରଶଂସା ଏବଂ ଚ୍ୟାନେଲର ଟିଆରପି ବଢିଥିଲେ ମଧ୍ୟ ଏହି ଧାରାବାହିକ କୁ ହଠାତ ବନ୍ଦ କରାଦିଆ ଯାଇଥିଲା । ସେବେଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଟିଭିର କୌଣସି ଚ୍ୟାନେଲରେ ଏହି ଧାରାବାହିକକୁ ଦେଖିବାକୁ ମିଳିନାହିଁ ।

ଦୂରଦର୍ଶନରେ ପ୍ରସାରିତ ପ୍ରଥମ ସୁପର ହିରୋର ଧାରାବାହିକ ଭାବରେ ଶକ୍ତିମାନ ପିଲା ମାନଙ୍କର ମନକୁ ବେସ ଭଲ ଭାବରେ ଛୁଇଁ ଥିବା ବେଳେ ଏହାର କିଛି ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । କିଛି ପିଲାମାନେ ଏହି ଧାରାବାହିକ କୁ ଦେଖି ଛାତ ଉପରୁ ଡେଇଁବା କଥା ସାମନାକୁ ଆସିଥିଲା । ସେତେବେଳେ ଏହି କଥାକୁ ଜାଣିଶୁଣି ପ୍ରଘଟ କରାଯାଇ ଥିଲା ଏହା ସହିତ ମୁକେଶ ଖାନ୍ନା ଦୂରଦର୍ଶନରେ ଏହି ଧାରାବାହିକ କୁ ବନ୍ଦ କରିବାର କାରଣ କହିଛନ୍ତି ।

ଏହି ଧାରାବାହିକ ବନ୍ଦ ହେବାର କିଛିଦିନ ପରେ ଏକ ସାକ୍ଷାତକାର ରେ ମୁକେଶ ଖାନ୍ନା କହିଥିଲେ କି ଏହି ଧାରାବାହିକ ର ପ୍ରଚିଳିତ ପାଇଁ ସେ ଦୂରଦର୍ଶନକୁ ଦେଉଥିବା ଧନରାଶି ପର୍ଯ୍ୟାପ୍ତ ହୋଇନଥିଲା । ମୁକେଶ ଖାନ୍ନା ସେହି ସମୟରେ ଦୂରଦର୍ଶନକୁ ୩ଲକ୍ଷ ୧୯ ହଜାର ଟଙ୍କା ଦେଉଥିଲେ । କିନ୍ତୁ ଦୂରଦର୍ଶନ ଏହି ଧାରାବାହିକକୁ ପ୍ରସାରିତ କରିବା ପାଇଁ ମନା କରିବା ପରେ ଏହା ୧୦୦ ରୁ ୧୫୦ ଅଧ୍ୟାୟ ପର୍ଯ୍ୟନ୍ତ ଯାଇଥିଲା । ଶକ୍ତିମାନ ଧାରାବାହିକ ଶନିବାର ସକାଳେ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟାରେ ପ୍ରସାରିତ ହେଉଥିଲା । ଏହି ସମୟଟି ଦର୍ଶକଙ୍କ ପାଇଁ ଉପଯୁକ୍ତ ନଥାଇ ମଧ୍ୟ ଏହା ବହୁତ ଲୋକପ୍ରିୟ ହୋଇଥିଲା ।

Image Courtesy: Google

ରବିବାର ଦିନ ପିଲାଙ୍କର ଛୁଟି ଥିବାରୁ ଶକ୍ତିମାନ ଧାରାବାହିକ କୁ ପ୍ରସାରିତ କରିବା ପାଇଁ ଯୋଜନା କରାଗଲା । ତା ପାରା ବର୍ଷରେ ୧୦୪ଟି ଅଧ୍ୟାୟ ପାଇଁ ଦୂରଦର୍ଶନ ୧୦ଲକ୍ଷ ୮୦ହଜାର ଟଙ୍କା ମାଗିଥିଲା । ଏହାପରେ ମୁଁ ଜାଣିବାକୁ ପାଇଲି କି ଏହାକୁ ବଢାଇ ୧୬ଲକ୍ଷ ଟଙ୍କା ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଁ ଏହାକୁ ବିରୋଧ କରିବା ପରେ ବି ସେମାନେ ମୋ କଥାକୁ ଶୁଣି ନଥିଲେ । ଏହା ଦେବା ମୋ ପକ୍ଷେ ସମ୍ଭବ ହେଉନଥିଲା । ମୋର ଅନିଚ୍ଛା ସତ୍ତ୍ୱେ ମଧ୍ୟ ମୁଁ ଏହି ଧାରାବାହିକ କୁ ବନ୍ଦ କରିବାର ନିଷ୍ପତ୍ତି ନେଲି ।

Image Courtesy: Google

ମୁକେଶ ଖନ୍ନା ଏହି ଧାରାବାହିକକୁ ପୁଣି ଥରେ ପ୍ରସାରଣ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ମାର୍ବଲ କମିକ୍ସି ଆସୁଥିବା ସମୟରେ ପରଦାରେ ଶକ୍ତିମାନ ଧାରାବାହିକକୁ ଆଣିବା ସଂଘର୍ଷ ପୂର୍ଣ୍ଣ ଅଟେ । ନିର୍ମାତାମାନେ ମୁକେଶଙ୍କ ଅଧିକାରକୁ କିଣିବା ପାଇଁ କହିଥିଲେ କିନ୍ତୁ ସେ ଏହା ସହିତ କୌଣସି ନା କୌଣସି ରୂପରେ ଯୋଡି ହୋଇ ରହିବାକୁ ଚାହୁଁଛନ୍ତି । ଆଗକୁ ଅପଡେଟ ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *