ଭାରତୀୟ ଟିମର ଏହି ୭ ଜଣ ଖେଳାଳି, ଯାହାଙ୍କ ବିନା ଟି୨୦ ୱାର୍ଲ୍ଡ କପ ଜିତିବା ଅସମ୍ଭବ, ନମ୍ବର ୨ଙ୍କୁ ତ ସବୁ ବୋଲର ଡରନ୍ତି

ଏହି ବର୍ଷ ଟି୨୦ ୱାର୍ଲ୍ଡ କପ ୮ ଅକ୍ଟୋବର ୨୦୨୦ରେ ଅଷ୍ଟ୍ରେଲିଆର ଫାଷ୍ଟ ପିଚରେ ଅନୁଷ୍ଠିତ ହେବ । ଏହି ଖେଳ ପାଇଁ ମହାମାରୀ କବଳରୁ ସୁରକ୍ଷିତ ଥିବା ଦେଶର ଖେଳାଳି ମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦିନକୁ ଦିନ ମହାମାରୀ ପ୍ରକୋପ ବଢୁଥିବା କାରଣରୁ ଏବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି୨୦ ୱାର୍ଲ୍ଡ କପ ହେବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଭାରତୀୟ ଦଳ ୱାର୍ଲ୍ଡ କପ ହାସଲ କରିବା ପାଇଁ ନିଜର ୧୧ଜଣ ଭଲ ଖେଳାଳିଙ୍କୁ ଖୋଜିବାରେ ଲାଗିଛନ୍ତି । ତେବେ ଯଦି ୱାର୍ଲ୍ଡ କପ ହୁଏ ଏହି ୭ଜଣ ଖେଳାଳିଙ୍କ ବିନା ୱାର୍ଲ୍ଡ କପ ଜିତିବା ଅସମ୍ଭବ । ଆସନ୍ତୁ ଜାଣିବା ସେମାନେ କିଏ ।

୧- ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ଟେଷ୍ଟ କ୍ରିକେଟ ଓ ୱାନଡେ କ୍ରିକେଟ ଛଡା ଟି୨୦ କ୍ରିକେଟ ରେ ବହୁତ ଭଲ ପ୍ରଦର୍ଶନ ଦେଖାଇଛନ୍ତି । କ୍ୟାପଟେନ ହେବା ପରେ ସେ ଆହୁରି ବି ଭଲ ପ୍ରଦର୍ଶନ ଦେଖାଇଛନ୍ତି । ଟି୨୦ ୱାର୍ଲ୍ଡ କପରେ ବିରାଟ କୋହଲଙ୍କର ମୁଖ୍ୟ ଭୂମିକା ରହିବ ।

୨- ରୋହିତ ଶର୍ମା

ରୋହିତ ଶର୍ମା ଭାରତୀୟ ଦଳର ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ ଭାବରେ ପରିଚିତ । ୨୦୧୩ ପରେ ଅଧିକାଂଶ ଖେଳରେ ଭାରତୀୟ ଦଳକୁ ଏକତରଫା ବିଜୟ ହାସଲ କରାଇବାରେ ସଫଳ ହୋଇଛନ୍ତି । ଏହି ଟି୨୦ ବିଶ୍ଵ କପ ମ୍ୟାଚରେ ରୋହିତ ଙ୍କର ବି ମୁଖ୍ୟ ଭୂମିକା ରହିବ ।

୩- ମହେନ୍ଦ୍ର ସିଂହ ଧୋନୀ

୨୦୧୯ ବିଶ୍ଵ କପ ପରେ ଧୋନୀ ଖେଳରୁ ଅବସର ନେବା କଥା ଅନୁମାନ କରାଯାଇଥିଲେ ମଧ୍ୟ ଧୋନୀ ଏହି ବିଷୟରେ କିଛି ହେଲେ ବି କହି ନାହାଁନ୍ତି । ୱାନ ଡେ ମ୍ୟାଚରେ ଧୋନୀଙ୍କର ଭଲ ପ୍ରଦର୍ଶନ ଦେଖି ତାଙ୍କର ପ୍ରଶଂସକ ମାନେ ଭାବୁଛନ୍ତି କି ଟି୨୦ ବିଶ୍ଵ କପରେ ନିଶ୍ଚିନ୍ତ ସାମିଲ ହେବା ଆବଶ୍ୟକ । ଧୋନୀଙ୍କର ଅନୁଭବ ଭାରତୀୟ ଦଳ ପାଇଁ ବିଶେଷ ଆବଶ୍ୟକ ହୋଇପାରେ ।

୪- ହାର୍ଦିକ ପାଣ୍ଡ୍ୟା

ହାର୍ଦିକ ପ୍ୟାଣ୍ଡ୍ୟା ଭାରତୀୟ କ୍ରିକେଟ ଦଳରେ ସ୍ପିନ ବୋଲର ଅଲରାଉଣ୍ଡର ହିସାବରେ ଜଣାଶୁଣା ଅଟନ୍ତି । ସେ ଟି୨୦ ରେ ଭଲ ବ୍ୟାଟିଂ ସହିତ ବୋଲିଂ ମଧ୍ୟ କରିଛନ୍ତି । ତେଣୁ ତାଙ୍କ ବିନା ଟି୨୦ ବିଶ୍ଵ କପ ଖେଳିବା ଅସମ୍ଭବ ।

୫- ଭୁବନେଶ୍ଵର କୁମାର

ଭୁବନେଶ୍ଵର କୁମାର କିଛି ଦିନ ତଳୁ ଭରଟିତ ଦଳ ସହିତ ନଥିଲେ ମଧ୍ୟ ସେ ଖେଳିଥିବା ଟି୨୦ ମ୍ୟାଚରେ ଆରମ୍ଭ ଏବଂ ଶେଷ ଓଭର ଗୁଡିକର ସ୍ଵୀଙ୍ଗ ବୋଲର ଭାବେ ଖେଳିଛନ୍ତି । ଏଥିପାଇଁ ତାଙ୍କୁ ଟି୨୦ ବିଶ୍ଵକପ ରେ ଯୋଗଦେବା ନିହାତି ଦରକାର ।

୬- ଜସପ୍ରିତ ବୁମରାହ

ଜସପ୍ରିତ ଭାରତୀୟ ଦଳ ପକ୍ଷରୁ ଟି୨୦ ମ୍ୟାଚରେ ଅନ୍ୟ ଦଳର ଖେଳାଳିଙ୍କୁ ତାଙ୍କର ଭଲ ବୋଲିଂ ଦ୍ଵାରା ରନ ଦେଇ ନଥାନ୍ତି । ତାଙ୍କ ବୋଲିଂ ରୁ ଲାଗେ କି ବଲ ପକାଇବାରେ ସେ ଯେମିତି ପିଏଚଡି କରିଛନ୍ତି ।

୭- ରବୀନ୍ଦ୍ର ଜାଡେଜା

୨୦୧୯ ବିଶ୍ଵକପ ରେ ଜାଡେଜାଙ୍କୁ ଖୁବ କମ ମ୍ୟାଚ ଖେଳିବାକୁ ମିଳିଥିଲେ ମଧ୍ୟ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ସେ ଭଲ ଫିଲଡିଙ୍ଗ କରିଥାନ୍ତି ଏହି କାରଣରୁ ତାଙ୍କୁ ଟି୨୦ ବିଶ୍ଵକପରେ ଖେଳିବା ବହୁତ ଜରୁରୀ । ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଛି ଏହାକୁ ଶେୟାର କରି କ୍ରିକେଟ ଦୁନିଆର ଅଧିକ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *