Dinesh ଓ ପରିବାରକୁ ଝାଡି ଦେଲେ ଏହି ମହିଳା, କହିଲେ ‘ସମ୍ପର୍କ ରଖିଲା ବେଳକୁ ,ପିଲା ଜନ୍ମ କଲା ବେଳକୁ ସମାଜ କଥା ମନେ ପଡିଲାନି..ହେଲେ ବାହା ହେଲା ବେଳକୁ ତୁମକୁ…’

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଦୀପିକା ଆଉ ଦୀନେଶ ଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ କଥା । ଆଉ ଯେଉଁ ସମ୍ପର୍କ ପାଇଁ ଆଜି ଦୀପିକା ବଡ଼ିଥିଲେ ଦୀନେଶ ଙ୍କ ଘର ସାମ୍ନା ରେ । ତେବେ ଗଞ୍ଜାମ ର ବହୁ ଚର୍ଚ୍ଚିତ ଦୀନେଶ ଆଉ ଦୀପିକା ଙ୍କ କଥା , ନ୍ୟାୟ ପାଇବା ପାଇଁ ଆଜି ଘର ସାମ୍ନା ରେ ପଡ଼ି ରହିଛନ୍ତି ଦୀପିକା ଦୀନେଶ ଙ୍କ ଘରେ ଓ ସାଙ୍ଗରେ ତାଙ୍କର ପୁଅ ମଧ୍ୟ ନିଜର ପରିଚୟ ପାଇଁ ଅପେକ୍ଷା କରିଛି ।

ଏତେ ଦୁଃଖ ଆଉ ଯନ୍ତ୍ରଣା ସହିବା ସର୍ତ୍ତେ ବି ଟିକିଏ ସେ ସବୁ କୁ ଅଣ ଦେଖା କରିକି ଆଜି ଦୀପିକା ପଡ଼ି ରହିଛି କେବଳ ତାର ପୁଅ ପାଇଁ । ଆଉ ତାର ପୁଅ କୁ ତାର ବାପା ଙ୍କ ପରିଚୟ କୁ ଦୀନେଶ ଙ୍କ ପାଖରୁ ମିଳିବ ବୋଲି ସେହି ଆଶା ରେ । ଏତେ ଦୁଃଖ ପରେ ବି ହସୁଥିବାର ଦେଖିବାକୁ ମିଳିଛି ଦୀପିକା ଙ୍କ ମୁହଁରେ, ଆସନ୍ତୁ ନଜର ପକାଇବା ଦୀପିକା ଙ୍କ ଉପରେ ।

ତେବେ କେତେ କଷ୍ଟ ସହିକି ପଡିରହିଛନ୍ତି ଦୀନେଶ ଙ୍କ ଘର ସାମ୍ନା ରେ । ପ୍ରେମ କରି ପାଇଥିଲେ ଧୋକା, ଆଉ ଶେଷରେ ଗୋଟିଏ ଛୁଆ ର ମାଆ ମଧ୍ୟ ହୋଇଥିଲେ ଦୀପିକା । ଆଉ ଯାହା ସୂଚନା ମିଳିଛି କି ଡ଼ିଏନଏ ଟେଷ୍ଟ ରେ ମଧ୍ୟ ଜଣା ପଡିଛି କି ଦୀପିକା ଙ୍କର ଛୁଆ ର ବାପା ହେଉଛନ୍ତି ଦୀନେଶ ବୋଲି । ତେବେ ଏତେ ସବୁ ପ୍ରମାଣିତ ହେବା ପରେ ବି ଦୀନେଶ ତାଙ୍କର ଛୁଆ କୁ ମାନିବା ପାଇଁ ଜମାରୁ ରାଜି ନାହାନ୍ତି ।

ଆଉ ଗଣ ମାଧ୍ୟମ ଆଗରେ କହିଛନ୍ତି କି ଏ ପିଲା ତାଙ୍କର ନୁହଁ ବୋଲି । ତେବେ ଏତେ ସବୁ ପରେ ମଧ୍ୟ ଦୀପିକା ଙ୍କର ଏପରି ଅସହାୟ ପରିସ୍ଥିତି ରେ ତାଙ୍କୁ ସାହାଯ୍ୟ କରିବା ପାଇକି ଅନେକ ଲୋକ ବାହାରି ଆସୁଛନ୍ତି ଆଉ ଖାଇବାକୁ ମଧ୍ୟ ସାଙ୍ଗରେ ନେଇ ଆସୁଛନ୍ତି । ତେବେ ଖରା, ବର୍ଷା, ଶୀତ କୁ ନ ମାନି ସେ ନ୍ୟାୟ ପାଇଁ ନିଜ ର କୁନି ପୁଅକୁ ଧରି ବସିଛନ୍ତି ଆଉ କଷ୍ଟ ମଧ୍ୟ କରୁଛନ୍ତି । କିନ୍ତୁ ସେ ଟିକେବି ଭାଙ୍ଗି ପଡି ନାହାନ୍ତି ।

ଆଉ ତାଙ୍କର ସଂଘର୍ଷ ଚିଳାଇଛନ୍ତି, ଆଉ ହସୁଛନ୍ତି । ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେଉଛି । ତେବେ ବର୍ତ୍ତମାନ ଜଣେ ମହିଳା କହିଛନ୍ତି ବଡ଼ ଲୋକ ବୋଲି କଣ ଏହା ଦେଖେଇବି । ତେବେ ପ୍ରେମ କଲାବେଳେ ତ ବାପା ମାଆଙ୍କୁ ପଚାରିକି କରି ନଥିଲ । ସେତେବେଳେ କଣ ଜାଣି ନଥିଲ କି ପ୍ରେମ କରିଛ ଯଦି ତାକୁ ଗ୍ରହଣ କରିବାକୁ ପଡିବ । ତେବେ ଏଭଳି ସମୟରେ କିପରି ତାକୁ ଛାଡିଦେଲ ।

ଛୁଆ ହେଲା ବୋଲି ତାକୁ ଛାଡ଼ିଦେଵ । ତେବେ ଦୀପିକା କୁ ଛୋଟ ଲୋକ ଏବଂ ନିଜକୁ ବଡ଼ ଲୋକ କହୁଛ । ବଡ଼ ଲୋକ ମାନଙ୍କ ର ଏହି କାମ ଥାଏ ନା କଣ । ଯଦି ଏମିତି ଥିଲା ତେବେ ଦିନେଶ ଙ୍କୁ ପିଲାଦିନେ ହିଁ ବିବାହ କରେଇ ଦେଇଥାନ୍ତି । ଏମିତି ଜୀଵନ ନଷ୍ଟ କରି ନଥାନ୍ତା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *