ପୋଲିସର ଜେରାରେ ଭୋ-ଭୋ ହେଇ କାନ୍ଦି ପକାଇଲେ ସୌମ୍ୟଜିତ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା କାହିଁକି ଆତ୍ମହତୟଆ କଲେ, ତାହା ରହସ୍ୟରେ ରହିଥିବାବେଳେ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ସୌମ୍ୟଜିତ ମହାପାତ୍ର । ପରିବାର ଲୋକଙ୍କ ଅଭିଯୋଗ, ଶ୍ୱେତାଙ୍କ ଡାଏରୀ ଓ ଭାଇରାଲ ଅଡିଓକୁ ନେଇ ସୌମ୍ୟଜିତଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଟିମ । ସୂଚନା ଅନୁଯାୟୀ ସୌମ୍ୟଜିତ ଙ୍କୁ ବହୁତ ପ୍ରକାରେ ପ୍ରଶ୍ନ ପଚରାଯାଇଛି ।

ତେବେ ବର୍ତ୍ତମାନ ସରିଗଲା ଲୁଚକାଳି ଖେଳ । ଶେଷରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ହେପାଜତ ରେ ରହିଲା ସୌମ୍ୟଜିତ । ସେହି ସୌମ୍ୟଜିତ ଯିଏ କି ଭୁବନେଶ୍ୱର ର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଙ୍କ ଜୀବନ ହାରିବା ମାମଲା ରେ ତାଙ୍କ ନାଁ ଉଠୁଥିଲା । ସେହି ବଏଫ୍ରେଣ୍ଡ ସୌମ୍ୟଜିତ ଏବେ ପୋଲିସ ର ହେପାଜତ କୁ ଯାଇଛି ।

ଆଉ ସୌମ୍ୟଜିତ କୁ ପଚରାଉଚରା କରି ତଥ୍ୟ ଉଗାଳିବାକୁ କମିଶନରେଟ ପୋଲିସ ଚେଷ୍ଟା କରିଛି । ଠିକ ଏତିକିବେଳେ ଶୁଣିବାକୁ ମିଳୁଛି କି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସୌମ୍ୟଜିତ । ଜୀବନ ହାରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ରେ ସୌମ୍ୟଜିତ ଙ୍କ ବିରୋଧ ରେ ୩୦୬ ଦଫା ମାମଲା ରୁଜୁ କରିଛି ପୋଲିସ । ଶ୍ୱେତା ଙ୍କ ବାପା ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହିତ ସୌମ୍ୟଜିତ ଙ୍କୁ ନୋଟିସ କରିଥିଲା ।

ଆଉ ମୃତ୍ୟୁ ର ଅଧ ଘଣ୍ଟା ପୂର୍ବରୁ ସୌମ୍ୟ ଙ୍କୁ ଶ୍ୱେତା ୧୫ ଥର କଲ କରିଥିବା ସୂଚନା ମିଳିଛି । କିନ୍ତୁ ସୌମ୍ୟଜିତ ତାଙ୍କ ଫୋନ ଉଠାଇ ନଥିଲେ । ବଏଫ୍ରେଣ୍ଡ ସୌମ୍ୟଜିତ ଜୀବନ ହାରିବାକୁ ବାଧ୍ୟ କରିବାକୁ ନେଇ ଶ୍ୱେତା ଙ୍କ ବାପା ଏତଲା ଆଧାର ରେ ମାମଲା ରୁଜୁ କରିଛି ପୋଲିସ ଏବଂ ଯାହାକୁ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ସୌମ୍ୟଜିତ ଙ୍କୁ ତାଙ୍କ ହେପାଜତ କୁ ନେଇଛି ।

ସେପଟେ ଶ୍ୱେତା ଙ୍କ ବାପା ମାଆ ଏବଂ ଭାଇ ଙ୍କ କହିବା କଥା ହେଲା ଏହି ସୌମ୍ୟଜିତ ଆମ ଝିଅ ପ୍ରତି ବହୁତ ଅନ୍ୟାୟ କରିଛି । ତାକୁ ପୋଲିସ ପକ୍ଷରୁ ଉଚିତ ଦଣ୍ଡ ଦିଆଯାଉ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *