ଶେଷରେ ମୁହଁ ଖୋଲିଲେ ଅର୍ଚନା କହିଲେ ‘ମୁଁ କାହାକୁ ବ୍ଲାକମେଲିଂ କରିନି, ସେମାନେ ମତେ ଷଡଯନ୍ତ୍ର କରି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ଙ୍କୁ କୋର୍ଟ ପରିସର ରୁ ବ୍ୟକ୍ତିଗତ ହାଜର କରାଯାଇଥିଲା । ଏହାପରେ ଅର୍ଚ୍ଚନା ନାଗ ଙ୍କୁ ଭୂବନେଶ୍ଵର କୋର୍ଟ ରୁ ବାହାରକୁ ଅଣାଯାଉଥିବା ସମୟରେ ଅର୍ଚ୍ଚନା ନାଗ ବଡ ପାଟିରେ ମିଡିଆ ଭାଇମାନଙ୍କୁ ଚିଲାଇ ଚିଲାଇ କହୁଥିଲେ ଯେ, ତଦନ୍ତ ହେଉ ସବୁ ସତ କଥା ବାହାରିବ…ସେ ପର୍ଯ୍ୟନ୍ତ ଦୟା କରି ଆପଣ ମାନେ ଅପେକ୍ଷା କରନ୍ତୁ, ଏବଂ ମୋ ଉପରେ ଏଭଳି ଅନ୍ୟାୟ କରନ୍ତୁ ନାହିଁ ।

ଅର୍ଚ୍ଚନା ଏହା ମଧ୍ୟ କହିଥିଲେଯେ ସେ କାହାକୁ ବ୍ଲାକମେଲିଂ କରି ନାହାଁନ୍ତି ସବୁ ମିଛ ଅଭିଯୋଗ । ଏହା ଉପରେ ଆପଣ ମାନେ ତଦନ୍ତ କରନ୍ତୁ ବୋଲି କହିଥିଲେ । ମାନ୍ୟବର କୋର୍ଟ ଙ୍କ ପାଖରେ କୌଣସି ପ୍ରମାଣ ନାହିଁ ତଥା ସେ ସେଭଳି କୌଣସି କାମ କରି ନାହାଁନ୍ତି । ସେ କାହାକୁ ବ୍ଳାକମେଲିଂ କରି ନାହାଁନ୍ତି ତଥା ତାଙ୍କର ଏକ ବ୍ୟବସାୟ ଥିଲା ବୋଲି ସେ କହିଥିଲେ । ମାନ୍ୟବର କୋର୍ଟ ଙ୍କ ଉପରେ ତାଙ୍କର ଭରଷା ରହିଅଛି ଏବଂ ସତ ନିଶ୍ଚିତ ବାହାରକୁ ବାହାରିବ ।

ଅର୍ଚ୍ଚନା କହିଥିଲେ ଯେ ଏହା ତାଙ୍କୁ ଫସାଇବାର ଚକ୍ରାନ୍ତ ଥିଲା । ତେବେ ଅର୍ଚ୍ଚନା ଙ୍କୁ କିଏ କାହିଁକି ଫସାଇବାକୁ ଚେଷ୍ଟା କରିବ ? ପ୍ରଡ୍ୟୁସର ଅକ୍ଷୟ ପରିଜା ଏଭଳି ଅର୍ଚ୍ଚନା ଙ୍କ ବିରୁଦ୍ଧରେ ଅଭିଯୋଗ କାହିଁକି କରିଥିଲେ ? କିଛି ସତ୍ୟତା ନଥାଇ ଜଣେ କାହିଁକି ଫସାଇବ ? ତେବେ ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରିଛି । ଖବର ଅନୁଯାୟୀ କୋର୍ଟ ରେ ଜାମିନ ନିମନ୍ତେ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।

ଅର୍ଚ୍ଚନା ଙ୍କ ଓକିଲ କହିଛନ୍ତି ଯେ ଏହା ମୋଟ ଉପରେ ସ୍କ୍ରୀପ କରି ଅଭିଯୋଗ ଅଣାଯାଇଛି ଅର୍ଚ୍ଚନା ଙ୍କ ବିରୁଦ୍ଧରେ । ଅର୍ଚ୍ଚନା ଏବଂ ଜଗବନ୍ଧୁ ଇନୋସେଣ୍ଟ ଅଟନ୍ତି ତଥା ସେମାନେ କୌଣସି ଅପରାଧ କରି ନାହାଁନ୍ତି । ଏହା କେବଳ ମାନ୍ୟବର କୋର୍ଟ ରେ ପ୍ରମାଣ ହେବ ।

ଦେବାଶିଷ ମହାପାତ୍ର ଯେ କି ଅର୍ଚ୍ଚନା ନାଗ ଙ୍କର ଆଇନଜୀବୀ ଅଟନ୍ତି ସେ ଏହିଭଳି କହିଛନ୍ତି ମାତ୍ର ଅର୍ଚ୍ଚନା ନାଗ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇଛି ସବୁ ଅଭିଯୋଗ ମିଛ ଏଥିରେ ତିଳେ ମାତ୍ର ସତ୍ୟତା ନାହିଁ । ତେବେ ଏହିଭଳି ଯେଉଁ ଫସାଇବା କଥା କହୁଛନ୍ତି ତାଙ୍କୁ କିଏ କାହିଁକି ଫସାଇବ ? ଅର୍ଚ୍ଚନା ମନ୍ତବ୍ୟ ଦେଉଥିଲେ ଯେ ସେ ଏକ ପ୍ରକାରର ବ୍ୟବସାୟ କରୁଥିଲେ ତେବେ କି ବ୍ୟବସାୟ ସେ କରୁଥିଲେ ?

ଯାହା ଫଳରେ ସେ ଏଭଳି ଏକ ଆଲିଶାନ ବଙ୍ଗଳା କରିବାରେ ସକ୍ଷମ ହେଲେ । ତେବେ ବନ୍ଧୁଗଣ ଏହିଭଳି ଅନେକ ପ୍ରଶ୍ନ ମିଡିଆ ଭାଇମାନେ ପଚାରିଥିଲେ ମଧ୍ୟ ଉତ୍ତର ସଠିକ ଭାବରେ ମିଳିନଥିଲା । ଆଗକୁ ଏହି ମାମଲା କିଭଳି ଭାବରେ ଠିକ ଅଥବା ଭୁଲ ପ୍ରମାଣ ହେଉଛି ତାହା ଦେଖିବା ଅପେକ୍ଷାର ର ବିଷୟ ପାଲଟିଛି । ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *