ହଠାତ Live ଆସି କାନ୍ଦି କାନ୍ଦି ନିଜ ବୟଫ୍ରେଣ୍ଡଙ୍କ ବିଷୟରେ କହିଲେ ସବୁ କଥା, ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ନିଜ ମନର ମଣିଷ କଥା ସେୟାର କରି କହିଛନ୍ତି ଯେ ଆଜି ସେ ଭଲ ଖାଉଛନ୍ତି ତଥା ଭଲ ପିନ୍ଧୁଛନ୍ତି, ଝାଟିମାଟି କୁଡିଆ ଭିତରେ ତାଙ୍କ ଜୀବନ ବିତୁଥିଲା । ପର ଘରକୁ ଗଲେ କାହା ଘରେ କାଚ ଗ୍ଳାସ ଥିବ ତଥା ଡାଇନିଙ୍ଗ ଟେବୁଲଟିଏ ଥିବ ତାହାକୁ ଦେଖି ସେ ବହୁତ ଲୋଭ କରନ୍ତି । ମାତ୍ର ସେ ସବୁ ସ୍ଵପ୍ନ କୁ ରାନୀ ଆଜି ଧୀରେ ଧୀରେ ସତ କରିପାରୁଛନ୍ତି ।

ତାଙ୍କ ଜୀବନର ଶେଷ ଇଛା ଅଛି ଯେ ସେ ବଲିଉଡରେ ଯାଇ ସଲମାନ ଖାନ ଙ୍କ ସହିତ କାମ କରିବେ ତଥା ତାଙ୍କୁ ଭେଟ କରିବେ । ଭଗବାନ ଯଦି ତାଙ୍କ ଆଶା ପୂରଣ କରାଇ ଦିଅନ୍ତି ତେବେ ସେ ଜୀବନରେ ସବୁକିଛି ପାଇଗଲେ ବୋଲି ଜାଣିବେ । ତାଙ୍କୁ ଆଉ କିଛି ଦରକାର ନାହିଁ ବୋଲି କହି ସେ କାନ୍ଦି କାନ୍ଦି କହିଲେ ଯେ ଆଉ ଯାହା ଦରକାର ତାହା ତ ସେ କେବେ ପାଇ ପାରିବେ ନାହିଁ ।

ମାତ୍ର ସେ ଭଗବାନ ଙ୍କୁ ଡାକି କହିଛନ୍ତି ଯେ ତାଙ୍କ ମନର ମଣିଷ ଯାହାର ମଧ୍ୟ ହୁଅନ୍ତୁ ତଥା ଯାହାକୁ ବିବାହ କରନ୍ତୁ, ଯେଉଁଠାରେ ମଧ୍ୟ ହଉ ସେ ଖୁସିରେ ରୁହନ୍ତୁ । କେବେ ସେହି ମନର ମଣିଷ ଙ୍କ ଜୀବନରେ ଦୁଃଖ ଆଣିବେ ନାହିଁ, ସବୁବେଳେ ଭଗବାନ ଙ୍କୁ ଡାକିବେ ଯେ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଏବଂ ସେ ତାଙ୍କ ସ୍ତ୍ରୀ ସହିତ ଭଲରେ ଜୀବନ ଯାପନ କରନ୍ତୁ ।

ରାନୀ ଙ୍କୁ କେବଳ ତାଙ୍କ ସଲମନ ଖାନ ତଥା ତାଙ୍କ କ୍ୟାରିୟର ଦରକାର ବୋଲି ସେ କହିଛନ୍ତି । ଏବଂ ସେ ରୋଜଗାର କରିଲେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବେ ଆଉ କିଛି ତାଙ୍କୁ ଦରକାର ନାହିଁ । ଦିନ ଥିଲା ଦୀପାବଳି ରେ ରାନୀ ବାଣଟିଏ ଫୁଟାଇବାକୁ ତରସି ରହୁଥିଲେ । ମାତ୍ର ଆଜିଭଳି ଦିନରେ ରାନୀ ଙ୍କ ପାଖରେ ସବୁକିଛି ଅଛି କିନ୍ତୁ ବାଣ ଫୁଟାଇବାର ଇଛା ନାହିଁ ।

ଏବଂ ଏହାକୁ ନେଇ ରାନୀ କହିଛନ୍ତି ଯେ ସବୁ ସେହି ଉପରବାଲା ଙ୍କ ଆଶୀର୍ବାଦ ଏବଂ ତାଙ୍କ ଫ୍ୟାନ୍ସ ମାନଙ୍କର ଭଲପାଇବାର ସାଥ ସବୁବେଳେ ତାଙ୍କ ପାଖରେ ରହିଥାଉ, ଯେଉଁମାନେ ତାଙ୍କୁ ଭଲପାଆନ୍ତି ତାଙ୍କ ହୃଦୟରେ ସେମାନଙ୍କ ପ୍ରତି ସର୍ବଦା ସନ୍ନମାନ ରହିବ । ମାତ୍ର ଯେଉଁମାନେ ରାନୀ ଙ୍କୁ ଘୃଣା କରନ୍ତି ତାଙ୍କ ପାଇଁ ରାନୀ ଙ୍କ ପାଖରେ କିଛି କହିବା ପାଇଁ ନାହିଁ ବୋଲି ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *