ଅଭିନେତ୍ରୀ Rani panda ଙ୍କ ଘର କିପରି ? ପ୍ରଥମ ଥର ପାଇଁ Live ଆସି ବୁଲି ବୁଲି ଦର୍ଶକଙ୍କୁ ସବୁ ଘର ଦେଖାଇଲେ ରାଣୀ ପଣ୍ଡା…

ବନ୍ଧୁଗଣ, ଆପଣ ମାନେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ତାଙ୍କ ଅଭିନୟ ଜରିଆରେ ଲକ୍ଷାଧିକ ଫ୍ୟାନ୍ସ ମାନଙ୍କ ହୃଦୟରେ ବାସ କରିଆସିଛନ୍ତି । ରାନୀ ଙ୍କୁ କେତେ ଲୋକେ ପସନ୍ଦ କରିଥିବା ବେଳେ ଆଉ କେତେ ଜଣ ନାପସନ୍ଦ ମଧ୍ୟ କରିଥାନ୍ତି । କିନ୍ତୁ ରାନୀ ସେ ସବୁ କିଛି ଖାତିରି ନକରି ନିଜ କ୍ୟାରିୟର କୁ ନେଇ ଆଗକୁ ବଢି ଚାଲି ଆସିଛନ୍ତି । ନିକଟରେ ରାନୀ ପଣ୍ଡା ଙ୍କୁ ନେଇ କେତେ ବିବାଦ ସୃଷ୍ଟିହେଲେ ମଧ୍ୟ ସେ ଏକ ଏଭଳି ମଣିଷ ତାଙ୍କୁ କୌଣସି କଥାରେ ଫରକ ପଡେନାହିଁ ।

କାରଣ ସେ ନିଜ ଉପରେ ବିଶ୍ଵାସ ରଖି ଆଜି ନିଜ ଗୋଡରେ ନିଜେ ଛିଡା ହୋଇପାରିଛନ୍ତି । ଯାତ୍ରା ଜଗତରେ ରାନୀ ଙ୍କୁ ନେଇ କିଛି ବର୍ଷ ତଳେ ବିବାଦ ଲାଗିଥିଲା ଏବଂ ଖଣ୍ଡଗିରୀ ଯାତ୍ରାରୁ ରାନୀ ବାଦ ପଡିଥିଲେ । ମାତ୍ର ସେ ହାର ନ ମାନି ଆଗକୁ ବଢି ଚାଲିଲେ ତଥା ନିଜ ଦୁଇ ପଇସା ରୋଜଗାର କରିଲେ, ଗରିବ ଲୋକଙ୍କୁ କିଭଳି ଭାବରେ ସାହାର୍ଯ୍ୟ କରିବେ ତାହା ଚିନ୍ତା କରିଲେ ।

ସେଥିରେ ସେ ସଫଳ ମଧ୍ୟ ହେଲେ । ତେବେ ଦୀପାବଳୀ ଅବସରରେ ରାନୀ ନିଜ ଫ୍ୟାନ୍ସ ମାନଙ୍କ ଅନୁରୋଧ କ୍ରମେ ନିଜ ଘର କୁ ବୁଲି ବୁଲି ଦେଖାଇଥିଲେ । ତେବେ ଆସନ୍ତୁ ଜାଣିନେବା ରାନୀ କିଭଳି ଭାବରେ ନିଜର ସୁନ୍ଦର ଘର କୁ ଦେଖାଇଥିଲେ । ରାନୀ କହିଥିଲେ ବହୁତ ଲୋକ କହିଥିଲେ ଯେ ରାନୀଦିଦି ତୁମେ କେଉଁଠି ରହୁଛ ତୁମ ଘର ଟିକିଏ ଦେଖାଅ, ମାତ୍ର ସେ କହିଥିଲେ ଯେ ସେ କେଉଁଠାରେ ରହୁଛନ୍ତି ତାହା ତ ସେ କହି ପାରିବେ ନାହିଁ କିନ୍ତୁ ତାଙ୍କ ଘର ସେ ନିଶ୍ଚିତ ଭାବରେ ଦେଖାଇବେ ।

ଏହା ପରେ ରାନୀ ବୁଲି ବୁଲି ନିଜ ସୁନ୍ଦର ଘରକୁ ଦେଖାଇବାକୁ ଲାଗିଥିଲେ । ଘର ଭିତରେ ଦୁଇଟି ବେଡ ରୁମ, ଗୋଟିଏ ଡ୍ରଇଙ୍ଗ ରୁମ, ଗୋଟି କିଚେନ, ଠାକୁର ଘର ଥିବାର ଦେଖିବାକୁ ମିଳିଥିଲା ଏବଂ ସବୁ ଘରକୁ ରାନୀ ବହୁତ ସଫା ସୁତରା କରି ରଖିଛନ୍ତି ।

ଏକ ଆକ୍ଵାରାମ ଭିତରେ କିଛି ମାଛ ମଧ୍ୟ ରଖିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାନୀ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ବୋଲି କହିଥିଲେ । ଏହା ସହିତ ସେ କହିଥିଲେ ଯେ ତାଙ୍କ ଫ୍ୟାନ୍ସ ମାନଙ୍କ ଏହିଭଳି ଭଲପାଇବା ଥିଲେ ସେ ଆଗକୁ ମାଡିଚାଲିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *